ପାକିସ୍ତାନରେ ନିର୍ବାଚନ ଲଢିବେ ହିନ୍ଦୁ ମହିଳା


ପାକିସ୍ତାନରେ ଜୁଲାଇ ୨୫ ରେ ହେବାକୁ ଥିବା ପ୍ରାଦେଶିକ ବିଧାନସଭା ନିର୍ବାଚନରେ ଜଣେ ହିନ୍ଦୁ ମହିଳା ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ମୁସଲିମ ବହୁଳ ଦେଶ ପାକିସ୍ତାନରେ ଅଳ୍ପ ସଂଖ୍ୟାକ ଥିବା ହିନ୍ଦୁଙ୍କ ମଧ୍ୟରେ ଜଣେ ମହିଳା ନିର୍ବାଚନ ଲଢି ଇତିହାସ ରଚିବାକୁ ଯାଉଛନ୍ତି ।
୩୧ ବର୍ଷିଆ ସୁନିତା ପରମାର ଥରପାରକର ଜିଲ୍ଲାର ସିନ୍ଧ ବିଧାନସଭା ନିର୍ବାଚନ ମଣ୍ଡଳରେ ପିଏସ-୫୬ ପାଇଁ ସ୍ୱାଧୀନ ପ୍ରର୍ଥିୀ ରୂପେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପାକିସ୍ତାନରେ ସବୁଠାରୁ ଅଧିକ ହିନ୍ଦୁ ଏହି ଜିଲ୍ଲାରେ ରହିଛନ୍ତି । ପରମାର ହେଉଛନ୍ତି ମେଘୱାର ସମ୍ପ୍ରଦାୟର ।
ପାକିସ୍ତାନ ମିଡିଆକୁ ସୂଚନା ଦେଇ ସୁନିତା ପରମାର କହିଛନ୍ତି ଯେ, ମୁଁ ନିର୍ବାଚନ ଲଢିବା ପାଇଁ ନିଷ୍ପତି ନେବାର କାରଣ ଏହା ଯେ, ପୂର୍ବର ସରକାର ବିଗତ ଥର ନିର୍ବାଚନରେ ଦେଇଥିବା ପ୍ରତିଶ୍ରୃତୁ ପୂରଣ କରିବାରେ ଅସଫଳ ରହିଲେ ।
ପୂର୍ବର ସରକାର ଏହି ଅଞ୍ଚଳ ପାଇଁ କିଛି ବି କରିନାହାନ୍ତି । ଆମେ ବର୍ତ୍ତମାନ ଏକବଂଶ ଶତାବ୍ଦିରେ ରହିଥିବା ସତ୍ତେ ମହିଳାଙ୍କ ପାଇଁ କୌଣସି ସ୍ୱାସ୍ଥ୍ୟଗତ ସୁବିଧା କିମ୍ବା ଶିକ୍ଷା କେନ୍ଦ୍ର ମଧ୍ୟ ନାହିଁ ।

୨୦୧୭ଜନଗଣନା ଅନୁଯାୟୀ ଥାରପାରକର ଜିଲ୍ଲାରେ ୧୬ ଲକ୍ଷ ଲୋକେ ରହୁଥିବା ବେଳେ ଏହରା ଅଧା ହେଉଛନ୍ତି ହିନ୍ଦୁ ।


Share It

Comments are closed.