ବହୁତ ଶୀଘ୍ର ବଡ ପରଦାରେ ନଜର ଆସିବେ ‘ହିନା ଖାନ’


ଛୋଟ ପରଦାର ଲୋକପ୍ରିୟ ବୋହୂ ‘ହିନା ଖାନ’ ବର୍ତ୍ତମାନ ନିଜର ଚାଲିଚଳନକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ମିଳିଥିବା ସୂଚନା ମୁତବାକ ହିନା ପରଦାକୁ ପୁଣି ଥରେ ଫେରିବା ସହ ବଲିଉଡରେ ପାଦ ଥାପିବା ପାଇଁ ପ୍ରସ୍ତୁତ ଜୋରଦାର କରିଦେଇଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ ତାଙ୍କୁ ନୂଆ ନୂଆ ଜିନିଷ ଶିଖିବାର ଦେଖିବାକୁ ମିଳୁଛି । ସେ ନିକଟ କିଛି ଦିନ ତଳେ “କସୋଟି ଜିନ୍ଦଗିକି ୨” ରୁ ମଧ୍ୟ ଛୁଟି ନେଇଯାଇଛନ୍ତି ।
ହିନା ବହୁତ ଶୀଘ୍ର ଏକ ଫିଲ୍ମର ସୁଟିଙ୍ଗ ଆରମ୍ଭ କରିବାକୁ ଯାଉଛନ୍ତି ଯେଉଁଥିରେ ସେ ଏକ ଆତ୍ମନିର୍ଭରଶୀଳ ଏବଂ ଦାୟିତ୍ୱସମ୍ପନ୍ନ ଝିଅର ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମର କାହାଣୀ ୯୦ ଦଶକର କାଶ୍ମୀରର ଏକ କାହାଣୀ ଉପରେ ଆଧାରିତ ଯେଉଁଥିରେ ‘ଫରିଦା ଜଲାଲ’ ତାଙ୍କ ଦାଦୀଙ୍କ ଭୂମିକାରେ ନଜର ଆସିବ । ଏହି ଫିଲ୍ମର ନିର୍ଦ୍ଦେଶନା ‘ହୁସେନ ଖାନ’ ଦେଉଥିବାବେଳେ ’ରାହତ କାଜିମ ‘ ଏବଂ ‘ଶକ୍ତି ସିଂହ’ ଏହାର କାହାଣୀ ଲେଖିଛନ୍ତି ।

ଏହି ଫିଲ୍ମ ପାଇଁ ହୀନା ବର୍ତ୍ତମାନ ବାଇକ ଚଳାଇବା ଶିଖୁଥିବାବେଳେ ସବୁ ଗଳିକନ୍ଦିରେ ପଶି ବାଇକ କିପରି ଚଳାଯାଏ ତା’ର ଅଭ୍ୟାସ କରୁଛନ୍ତି ।
ପ୍ରକାଶ ଥାଉକି ହିନା ୮ ବର୍ଷ ଯାଏଁ ଛୋଟ ପରଦାରେ ‘ଏ ରିସ୍ତା କ୍ୟା କେହଲାତା ହେ’ରେ ଅକ୍ଷରା ବୋହୂର ଭୂମିକାରେ ବେଶ ଲୋକପ୍ରିୟତା ହାସଲ କରିସାରିଥିଲେ । ରିୟାଲିଟି ସୋ ‘ବିଗ ବସ ୧୧’ ଏବଂ ‘ଖତରୋକେ ଖିଲାଡି ୮’ରେ ଅଂଶଗହ୍ରଣ କିର ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିସାରିଛନ୍ତି ।


Share It

Comments are closed.