ବିବାହ ବନ୍ଧନରେ ତେରା ସୁରୁର ଗାୟକ ହିମେଶ ରେଶମିୟା


ବଲିଉଡ ଜଗତରେ ଚାଲିିଛି ବିବାହ ଋତୁ । ସୋନମ କପୁର, ନେହା ଧୁପିଆଙ୍କ ପରେ ବର୍ତ୍ତମାନ ବଲିଉଡର ଲୋକପ୍ରିୟ ଗାୟକ ହିମେଶ ରେଶମିୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମେ ୧୧ ତାରିଖରେ ହିମେଶ ନିଜର ବହୁ ଦିନର ଗର୍ଲଫ୍ରେଣ୍ଡ ସୋନିଆ କପୁରଙ୍କୁ ବିବାହ କରିଛନ୍ତି । ବିବାହ ପରେ ହିମେଶ ବିବାହର କିଛି ଫଟୋ କ୍ୟାପସନ ‘ଟୁଗେଦରନେସ ଇଜ ବ୍ଲିସ’ ସହିତ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ସୋନିଆ ହାଲକା ଗୋଲାପୀ ଲେହେଙ୍ଗା ସହିତ କୁନ୍ଦନ କାନଫୁଲ ଏବଂ ମ୍ୟାଚିଙ୍ଗ ମଥାପଟ୍ଟି ରେ ଏବଂ ହିମେଶ ଏକ ହାଲାକା ହୋଲାପୀ ରଙ୍ଗର ସେରୱାନୀରେ ନଜର ଆସିଛନ୍ତି ।

ଟେଲିଭିଜନ୍ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ସୋନିଆ କପୁରଙ୍କୁ ବିବାହ ପରେ ହିମେଶ ରିସେପସନ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ । ଏହି ବିବାହ କେବଳ ସେମାନଙ୍କ ସମ୍ପର୍କୀୟ ଉପସ୍ଥିତିରେ ଗୁପ୍ତ ଭାବେ ଗୁଜୁରାଟି ରିତୀ ନିତୀରେ ସମ୍ପନ୍ନ ହୋଇଥିଲା । ହିମେଶଙ୍କର ଏହା ଦ୍ୱିତୀୟ ବିବାହ । ହିମେଶ ମାତ୍ର ୨୧ ବର୍ଷ ବୟସରେ କୋମଲଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷପରେ ତାଙ୍କର ସୋନିଆଙ୍କ ସହ ସମ୍ପର୍କ ଗଢିଉଠିଥିଲା ଏବଂ ସୋନିଆ ତାଙ୍କର ବିଚ୍ଛେଦର କାରଣ ବୋଲି କୁହାଯାଏ । କିନ୍ତୁ ଏହାକୁ ହିମେଶ ସର୍ବଦା ଖଣ୍ଡନ କରିଆସିଛନ୍ତି । କୋମଲଙ୍କ ସହିତ ତାଙ୍କର ଜାନୁଆରୀ ୨୦୧୭ରେ ଡିଭୋର୍ସ ହୋଇଥିବା ବେଳେ ସେମାନଙ୍କର ଏକ ପୁତ୍ର ମଧ୍ୟ ରହିଛି । ତାଙ୍କ ପୁତ୍ର ସ୍ୱୟଂମ ମଧ୍ୟ ହିମେଶଙ୍କ ବିବାହ ଉତ୍ସବରେ ଉପସ୍ଥିତ ଥିଲେ ।

ଏହି ବିବାହ ସମ୍ପର୍କରେ ହିମେଶ କହିଛନ୍ତି ଯେ, “ଏହି ବିବାହ ମୁହୁରତ ପାଇଁ ଶେଷ ମୁହୁର୍ତ୍ତ ରେ ଯୋଜନା ହୋଇଥିଲା । ପରେ ନିଜର ବନ୍ଧୁ ମାନଙ୍କ ପାଇଁ ଏକ ପାର୍ଟିର ଆୟୋଜନ କରିବୁ । ଏହିପରି ମୁହୁରତର ଅସୁବିଧା କାରଣରୁ ଆମ୍ଭେମାନେ କୌଣସି ବନ୍ଧୁଙ୍କୁ ଉତ୍ସବକୁ ଡକିପାରିନଥିଲୁ । ବହୁ ବର୍ଷ ଧରି ରିଲେସନସିପ ଥିବା ବେଳେ ବିବାହ ସଧାରଣ କଥା । ମୁଁ ମୋ ଭଲ ପାଇବା ସହିତ ଥିବା ବେଳେ ଜୀବନରେ ଏହାଠାରୁ ଭଲ ଅନୁଭୂତି ନାହିଁ ।”


Share It

Comments are closed.