ଦି ହିମାଳୟା ପକ୍ଷରୁ ସ୍ମାଇଲ୍ ଟ୍ରେନ୍ ଇଣ୍ଡିଆର ସହଭାଗିତାରେ ‘ଏକ୍ ନୟି ମୁସ୍କାନ୍‌’ ଅଭିଯାନର ଶୁଭାରମ୍ଭ


ଭୁବନେଶ୍ୱର: ବିଶ୍ୱ ହସ ଦିବସ ଅବସରରେ,ଭାରତର ଅଗ୍ରଣୀ ୱେଲ୍‌ନେସ୍ କମ୍ପାନୀ, ଦି ହିମାଳୟା ଡ୍ରଗ୍ କମ୍ପାନୀ ପକ୍ଷରୁ ଏହାର ସାମାଜିକ ଅଭିଯାନ ‘ମୁସ୍କାନ’ର ଶୁଭାରମ୍ଭ କରାଯାଇଛି । ଯାହାକି ଗ୍ରହଣ ଖଣ୍ଡିଆ ବା କ୍ଲେଫ୍ଟ ଲିପ୍ ଓ ପ୍ୟାଲେଟ୍ ସ୍ଥିତି ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ସହିତ ମଧ୍ୟପ୍ରଦେଶ ଓ ଛତିଶଗଡରେ ଆରମ୍ଭ ହୋଇଛି । ବିଶ୍ୱର ପ୍ରମୁଖ କ୍ଲେଫ୍ଟ ଅର୍ଗାନାଇଜେଶନ ସ୍ମାଇଲ୍ ଟ୍ରେନ୍‌ର ସହଭାଗିତାରେ ଏହି ଅଭିଯାନ ଅସହାୟ ପିଲାମାନଙ୍କୁ ମାଗଣା ଜୀବନ ରକ୍ଷାକାରୀ କ୍ଲେଫ୍ଟ ଚିକିତ୍ସା ପ୍ରଦାନ କରିବ । ଏହି ଅଭିଯାନ ‘ଏକ୍ ନୟି ମୁସ୍କାନ’ ମାଧ୍ୟମରେ, ହିମାଳୟା ଲିପ୍ କେୟାର ତୃଣମୂଳ ସ୍ତରରେ ଗ୍ରହଣ ଖଣ୍ଡିଆ ଓ ପ୍ୟାଲେଟ୍‌ର ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବ । ଏହି ଅଭିଯାନକୁ ଏକ ହୃଦୟସ୍ପର୍ଶୀ ଭିଡିଓ ସହିତ ଆରମ୍ଭ କରାଯାଇଛି ଯେଉଁଥିରେ ଜଣେ ୮ ବର୍ଷର ବାଳିକା ମୁନ୍‌ମୁନ୍‌ଙ୍କ ପ୍ରେରଣାଦାୟୀ କାହାଣୀକୁ ଦର୍ଶାଯାଇଛି । ଏହି ଚଳଚିତ୍ର ମୁନ୍‌ମୁନଙ୍କ ଜୀବନ କିଭଳି ଏକ ସୁରକ୍ଷିତ କ୍ଲେଫ୍ଟ ସର୍ଜରୀ ସହିତ ବଦଳିପାରିଛି ତାହାକୁ ଦର୍ଶାଇଛି । ସ୍ମାଇଲ ଟ୍ରେନ୍ ଇଣ୍ଡିଆର ଟୋଲ୍‌-ଫ୍ରି କ୍ଲେଫ୍ଟ ହେଲ୍ପଲାଇନ୍ ନମ୍ବର ୧୮୦୦-୧୦୩-୮୩୦୧, ଲୋକମାନଙ୍କ ପାଇଁ କ୍ଲେଫ୍ଟ ସମ୍ପର୍କରେ ସୂଚନା ଜାଣିବା ଓ ମାଗଣା କ୍ଲେଫ୍ଟ ଚିକିତ୍ସା ପାଇବା ପାଇଁ ଉପଲବ୍ଧ ରହିଛି ।
ଏସମ୍ପର୍କରେ ଦ ହିମାଳୟା ଡ୍ରଗ୍ କମ୍ପାନୀର କଞ୍ଜ୍ୟୁମର ପ୍ରଡକ୍ଟସ ଡିଭିଜନ୍‌ର ବିଜ୍‌ନେସ ଡାଇରେକ୍ଟର, ଶ୍ରୀ ରାଜେଶ କ୍ରିଷ୍ଣମୂର୍ତି କହିଛନ୍ତି ଯେ, “ଏକ୍ ନୟି ମୁସ୍କାନ’ ଅଭିଯାନ ଆମ ହୃଦୟର ଅତି ନିକଟତର । ସ୍ମାଇଲ୍ ଟ୍ରେନ୍ ଇଣ୍ଡିଆ ସହିତ ଏହି ସହଭାଗିତା ମାଧ୍ୟମରେ ଆମେ ପିଲାମାନଙ୍କ ପାଇଁ ମାଗଣା କ୍ଲେଫ୍ଟ ସର୍ଜରୀ ସୁବିଧା ପ୍ରଦାନ କରି ଗତ ୫ ବର୍ଷ ମଧ୍ୟରେ ଭାରତରେ ବହୁସଂଖ୍ୟକ ପରିବାରର ମୁହଁରେ ହସ ଆଣିପାରିଛୁ ।” କ୍ଲେଫ୍ଟ ଓ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଆଲୋକପାତ କରି ସ୍ମାଇଲ୍ ଟ୍ରେନ୍‌ର ଉପାଧ୍ୟକ୍ଷ ଓ ଆଂଚଳିତ ନିର୍ଦ୍ଦେଶକ ଏସିଆ, ମମତା କାରୋଲ କହିଛନ୍ତି ଯେ, “ଏଠାରେ ଏକ ସଚେତନତାର ଅଭାବ ରହିଛି ଯେ, କ୍ଲେଫ୍ଟକୁ ଏକ ସୁରକ୍ଷିତ ସର୍ଜରୀ ସହିତ ଚିକିତ୍ସା କରାଯାଇପାରିବ । ଦ ହିମାଳୟା ଡ୍ରଗ୍ କମ୍ପାନୀ ସହିତ ଆମର ସହଭାଗିତାକୁ ନେଇ ଆମେ ଖୁବ୍ ଗର୍ବିତ, ଯାହାକି ଗତ ୫ ବର୍ଷ ମଧ୍ୟରେ ଭାରତର କ୍ଲେଫ୍ଟରେ ପୀଡିତ ଅନେକ ପିଲାଙ୍କ ମୁହଁରେ ହସ ଆଣିପାରିଛି ।
ଚଳିତ ବର୍ଷର ଅଭିଯାନରେ ଅର୍ଜୁନ ପୁରସ୍କାରପ୍ରାପ୍ତ ଓ କମନ୍‌ୱେଲ୍‌ଥ ଗୋଲ୍ଡ ମେଡାଲିଷ୍ଟ ଗୀତା ଫୋଗଟ୍ ସାକ୍ଷୀ ରହିଥିଲେ, ଯିଏକି ଏହି ଅଭିଯାନକୁ ନିଜର ସମର୍ଥନ ଦେଇଛନ୍ତି । ଗୀତା ଫୋଗଟ୍ କହିଛନ୍ତି, ମୁଁ ମୁସ୍କାନ ସହିତ ଜଡିତ ହୋଇ ଅତ୍ୟଧିକ ଖୁସି, ଯାହା ପିଲାମାନଙ୍କର ଏକ ସୁସ୍ଥ ସୁଖୀ ଓ ସମ୍ପୂର୍ଣ୍ଣ ଜୀବନ ବଂଚିବାରେ ସାହାଯ୍ୟ କରୁଛି । ଏଭଳି ଅଭିଯାନଗୁଡିକ ଦର୍ଶାଉଛି ଯେ, କିଭଳି ଏକ ସରଳ ଅସ୍ତ୍ରୋପଚାର ଜଣେ ପିଲାର ଜୀବନକୁ ବଦଳାଇପାରିବ ଓ ସେମାନଙ୍କୁ ଏକ ଉନ୍ନତ ଭବିଷ୍ୟତ ସନ୍ଧାନ କରିବାରେ ସାହାଯ୍ୟ କରିପାରିବ ।


Share It

Comments are closed.