କରୋନା ସଙ୍କଟରେ ଗର୍ଭାବସ୍ଥାରେ ସୁସ୍ଥ ଓ ସୁରକ୍ଷିତ କିପରି ରହିବେ, ଜାଣନ୍ତୁ


ଭୁବନେଶ୍ୱର: ଆମେ ସଭିଏଁ ଯେତେବେଳେ ବର୍ତମାନର ନୂତନ ନିୟମାବଳୀ ସହିତ ଅଭ୍ୟସ୍ତ ହୋଇସାରିଛୁ, କିନ୍ତୁ ଏହି ସମୟ ଗର୍ଭବତୀ ମହିଳାଙ୍କ ପାଇଁ ବେଶ୍ ଚାପଗ୍ରସ୍ତ ହୋଇପାରେ । କାରଣ ଏହି ପରିସ୍ଥିତିରେ ନିଜକୁ କିଭଳି ପରିଚାଳିତ କରିବେ ତାହାକୁ ନେଇ ସେମାନଙ୍କ ମନରେ ଅନେକ ଦ୍ୱନ୍ଦ ଚିନ୍ତାଧାରା ଥାଇପାରେ । ଏହି ମହିଳାମାନଙ୍କୁ ସେମାନଙ୍କର ଗର୍ଭାବସ୍ଥା ସମୟରେ ମାର୍ଗଦର୍ଶନ ଦେଇ ଡା ପ୍ରତିଭା ବାବସେତ, ଆୟୁର୍ବେଦ ବିଶେଷଜ୍ଞ, ଆର ଆଣ୍ଡ ଡି, ହିମାଳୟା ଡ୍ରଗ କମ୍ପାନୀ କହିଛନ୍ତି ଯେ, “ବର୍ତମାନ ସମୟରେ ସାମାଜିକ ଦୂରତ୍ୱ ନିଶ୍ଚିତ ରୂପେ ପାଳନ କରାଯିବା ଆବଶ୍ୟକ । ଏହା ସହିତ ସବୁଠାରୁ ଶ୍ରେଷ୍ଠ ଜିନିଷ ଆପଣ କରିପାରିବେ ତାହା ହେଉଛି ସକାରାତ୍ମକ ରହିବା ଏବଂ ଏଭଳି ଅଭ୍ୟାସର ପାଳନ କରିବା ଯାହା ଆପଣଙ୍କୁ ଏବଂ ଆପଣଙ୍କର ଶିଶୁର ମଙ୍ଗଳକୁ ସୁନିଶ୍ଚିତ କରିବ । ଆପଣଙ୍କର ମାନସିକ ସ୍ୱାସ୍ଥ୍ୟର ଯନ୍‌ô ନେବାଦ୍ୱାରା ଏହା ସମ୍ଭବ ହୋଇପାରିବ ।”
ଡା ପ୍ରତିଭା ରାୟ ଗର୍ଭାବସ୍ଥାରେ ନିଜ ତ୍ୱଚାର ଯନ୍‌ô ନେବା ପାଇଁ ମଧ୍ୟ କହିଛନ୍ତି କାରଣ ଏହା ମନ ଓ ମସ୍ତିଷ୍କକୁ ସତେଜ କରିବା ସହ ଶରୀରକୁ ଆହୁରି ଉତମ ଅନୁଭବ ଦେଇଥାଏ । ସେ କହିଛନ୍ତି ଯେ, “ସାଧାରଣ ଗର୍ଭାବସ୍ଥା ଜନିତ ତ୍ୱଚା ସମସ୍ୟାଗୁଡ଼ିକରୁ ରକ୍ଷା ପାଇବା ପାଇଁ ନିଜର ଦିନଚର୍ଯ୍ୟାରେ ମସାଜ ଓ ମଶ୍ଚରାଇଜେସନକୁ ସାମିଲ କରନ୍ତୁ । ଯେକøଣସି ଦିନଚର୍ଯ୍ୟାର ପାଳନ କରୁଥିଲେ ମଧ ସବୁବେଳେ କେମିକାଲ ରହିତ ଏବଂ ହର୍ବାଲ ଉପାଦାନ ଯୁକ୍ତ ଉତ୍ପାଦର ବ୍ୟବହାର କରନ୍ତୁ ।” ଏହି ପରିସ୍ଥିତିରେ ମା ମାନେ ଡାଏଟ, ଯୋଗ, ତ୍ୱଚା ଯତ୍ନ, ଉପଯୁକ୍ତ ନିଦ୍ରା ଏବଂ ଦୈନିକ ମେଡିକାଲ ଯାଂଚ ପର୍ଯ୍ୟନ୍ତ ଗୋଟିଏ ଦିନରେ ଆପଣ କରୁଥିବା ପ୍ରତ୍ୟେକ ଜିନିଷର ଏକ ସାରଣୀ ପ୍ରସ୍ତୁତ କରନ୍ତୁ ଏବଂ ସେଗୁଡ଼ିକର ଅଗ୍ରାଧିକାରକୁ ନିର୍ଣ୍ଣୟ କରନ୍ତୁ । “ଗର୍ଭାବସ୍ଥା ସମୟରେ ବାରମ୍ବାର ଯାଂଚ ଉଭୟ ମା ଓ ଶିଶୁଙ୍କ ପାଇଁ ଆବଶ୍ୟକ ହୋଇଥାଏ । ଏଣୁ ନିଜ ଡାକ୍ତରଙ୍କ ଠାରୁ ଅନ୍‌ଲାଇନ୍ ଚେକଅପ କରିବା ବିଷୟରେ ପଚାରନ୍ତୁ । ଯଦି ଆପଣଙ୍କର ପ୍ରସବ ସମୟ ହୋଇଯାଇଛି ତେବେ ପ୍ରସବର ବିକଳ୍ପ ଏବଂ ପ୍ରସବ ପରବର୍ତୀ ଯତ୍ନଗୁଡ଼ିକୁ ବୁଝନ୍ତୁ ଓ ସ୍ୱତନ୍ତ୍ର ବିଚାର ରଖନ୍ତୁ ।”
ଚାପକୁ ନିୟନ୍ତ୍ରଣ କରିବାର ଉପାୟ ବିିଷୟରେ ଡା ପ୍ରତିଭା ମା’ମାନଙ୍କୁ ନିଜକୁ ଶାନ୍ତ ରଖିବା ପାଇଁ ପ୍ରାଣାୟାମ କରିବାର ପରାମର୍ଶ ଦେଇଛନ୍ତି । ସେ ସେମାନଙ୍କୁ ନିଜର ପୁରୁଣା କିମ୍ବା ନୂଆ ସଉକଗୁଡ଼ିକୁ ପୂରା କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ପୁଷ୍ଟିକର ଆହାର ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ କାରଣ ଶିଶୁକୁ ଏଥିରୁ ହିଁ ପୋଷଣ ମିଳିଥାଏ ଯାହା ମା ଭୋଜନରେ ନେଇଥାନ୍ତି । ଏଥିପାଇଁ ଫଳ, ପନିପରିବା ସହିତ ସନ୍ତୂଳିତ ଆହାର ନିଅନ୍ତୁ ଏବଂ ଅତିକମରେ ଦିନକୁ ୮ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ । ଏହା ବ୍ୟତୀତ ଯଦି ଆପଣଙ୍କୁ ରୋଷେଇ ପସନ୍ଦ ତେବେ ଏକ ସୁସ୍ଥକର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଅନ୍‌ଲାଇନ୍‌ରେ ସରଳ ରେସିପି ମଧ୍ୟ ଦେଖନ୍ତୁ ।


Share It

Comments are closed.