ଚଳିତ ନୂଆ ବର୍ଷରେ ବଜାଜ ଫାଇନାନ୍ସ ଏଫଡି ସହିତ ସଞ୍ଚୟକୁ ବୃଦ୍ଧି କରନ୍ତୁ


ଭୁବନେଶ୍ୱର : ୨୦୨୦ରେ ୪.୨% ର ହ୍ରାସ ସହିତ, ବିଶ୍ୱ ଜିଡିପି ୨୦୨୧ରେ ଏକ ଆଶାର କିରଣ ପ୍ରଦାନ କରିଛି । ଆଗାମୀ ଆର୍ଥିକ ବର୍ଷରେ ଏହା ୪.୬% ବୃଦ୍ଧି ହେବାର ଆଶା କରାଯାଉଛି । ତେଣୁ, ଏହି ନବ ବର୍ଷରେ ଏକ ନୂତନ ଆରମ୍ଭ କରିବା ପାଇଁ ନିବେଶକଙ୍କ ମନରେ ଆଶା ସୃଷ୍ଟି କରିଛି ଓ ବଜାରରେ ପ୍ରଗତି ହେବାର ସମ୍ଭାବନା ଦେଖା ଦେଇଛି । ୨୦୨୦ ଆମକୁ ଏକ ଜରୁରୀକାଳୀନ ପାଣ୍ଠି ବିଷୟରେ ଚିନ୍ତା କରିବାର ସୁଯୋଗ ପ୍ରଦାନ କରିଛି ।
ଆର୍ଥିକ ସୁରକ୍ଷା ଭାବରେ ସାବଧି ଜମା (ଲସଙ୍ଘରୟ ୟରକ୍ଟ୍ରକ୍ଟଗ୍ଦସଗ୍ଧ) ଆପଣଙ୍କର ଭବିଷ୍ୟତକୁ ସୁରକ୍ଷା ପ୍ରଦାନ କରିଥାଏ । ଏହା ସହିତ ଏହା ଆପଣଙ୍କର ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଥାଏ । ଆଜିକାଲି ବଜାରରେ ଅନେକ ବିକଳ୍ପ ଉପଲବ୍ଧ ରହିଛି । ଏଥି ମଧ୍ୟରୁ ବଜାଜ ଫାଇନାନ୍ସ ଅନଲାଇନ ଏଫଡିକୁ ବାଛିବାକୁ ଏକ ଉତ୍ତମ ପସନ୍ଦ ଅଟେ । ଏଠାରେ କିଛି ଉପାୟ ପ୍ରଦାନ କରାଯାଇଛି ଯେଉଁଥିରେ ଆପଣ ବଜାଜ ଫାଇନାନ୍ସ ଏଫଡିକୁ ବାଛି ୨୦୨୧ରେ ଆପଣଙ୍କର ସଞ୍ଚୟକୁ ବୃଦ୍ଧି କରିପାରିବେ ।
ଅନ୍ୟ ବ୍ୟାଙ୍କ ଓ ଫାଇନାନ୍ସ ତୁଳନାରେ, ବଜାଜ ଦ୍ୱାରା ପ୍ରଦାନ କରାଯାଉଥିବା ଏଫଡି ସୁଧ ହାର (ୠଊ ଓଦ୍ଭଗ୍ଧରକ୍ସରଗ୍ଦଗ୍ଧ କ୍ସବଗ୍ଧରଗ୍ଦ) ଆକର୍ଷଣୀୟ ଅଟେ ବିଶେଷ କରି ୨୦୨୦ର ରେପୋ ରେଟ କଟ ପରେ ଯାହାଦ୍ୱାରା ସମସ୍ତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନରେ ଜମା ଉପରେ ସୁଧ ପରିମାଣକୁ ହ୍ରାସ କରାଯାଇଥିଲା । ଯଦି ଆପଣ ୬୦ ବର୍ଷ ବୟସରୁ କମ୍ ବୟସର ବ୍ୟକ୍ତି ଅଟନ୍ତି, ଯେତେବେଳେ ଆପଣ ବଜାଜ ଫାଇନାନ୍ସ ଏଫଡିରେ ଅଫଲାଇନ ମାଧ୍ୟମରେ ନିବେଶ କରନ୍ତି ଆପଣଙ୍କୁ ୬.୬୦% ପର୍ଯ୍ୟନ୍ତ ସୁଧ ମିଳିଥାଏ । ଅନ୍ୟ ପକ୍ଷରେ ବଜାଜ ଫାଇନାନ୍ସ ଅନଲାଇନ ଏଫଡିରେ ୦.୧୦% ର ଅତିରିକ୍ତ ସୁବିଧା ଅଣ-ବରିଷ୍ଠ ନାଗରିକମାନଙ୍କୁ ପ୍ରଦାନ କରିଥାଏ ଯେଉଁମାନେ ଅନଲାଇନ ମାଧ୍ୟମରେ ନିବେଶ କରନ୍ତି । ତେଣୁ ଏହାଦ୍ୱାରା ଆପଣ ୬.୭୦%ରେ ଆଶ୍ୱସ୍ତି ରିଟର୍ଣ୍ଣ ପାଇପାରିଥାନ୍ତି ।
ଏକ ଉଦାହରଣ ସହାୟତାରେ ଏହାକୁ ବୁଝିବାକୁ ଚେଷ୍ଟା କରିବା । ୬୦ ବର୍ଷରୁ କମ ଜଣେ ବ୍ୟକ୍ତି ଭାବରେ, ବଜାଜ ଫାଇନାନ୍ସ ଅନଲାଇନ ଏଫଡିରେ ପାଞ୍ଚ ବର୍ଷ ପାଇଁ ନିବେଶ କରିଛନ୍ତି । ଅନ୍ୟ ବ୍ୟାଙ୍କ ତୁଳନାରେ ଏହିପରି ଭାବରେ ଏହି ଅନୁଷ୍ଠାନରେ ସଞ୍ଚୟ ଅନଲାଇନ ସାବଧି ଜମା ଦ୍ୱାରା ବୃଦ୍ଧି ହୋଇଥାଏ ।


Share It

Comments are closed.