ବନ୍ଧୁତ୍ୱରେ ଫାଟକ ସାଜିଲା ବିବାହ ନିମନ୍ତ୍ରଣ


ଭାରତୀୟ କ୍ରିକେଟ ଦଳର ବସ୍ପୋରକ ବାମ ହାତୀ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହଙ୍କୁ କିଏ ବା ନା ଜାଣେ । ବର୍ତ୍ତମାନ ଭାରତୀୟ ଦଳରେ ଯୁବରାଜ ସେତେଟା ଭଲ ପ୍ରଦର୍ଶନ କରିପାରୁ ନଥିବା ହେତୁ ସେ ଅନେକ ଦିନ ହେବ ଦଳରୁ ଦୂରେଇ ରହିଛନ୍ତି । କେବଳ ଏତିକି ନୁହେଁ ନିଜର କ୍ରିକେଟ କ୍ୟାରିୟର ସମେତ ତାଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି ଠିକ ଚାଲୁ ନାହିଁ । କାରଣ ଏହା ହେଲା ଯେ, ଯୁବରାଜ ତାଙ୍କ ବାଲ୍ୟ ସାଙ୍ଗ ଅଙ୍ଗଦ ବେଦୀଙ୍କ ଉପରେ ରାଗିଛନ୍ତି ।
ଅଙ୍ଗଦ ହେଉଛନ୍ତି ଭାରତୀୟ ଦଳର ପୂର୍ବତ୍ତନ ମହାନ ସ୍ପିନର ‘ବିଶାନ ସିଂହ ବେଦୀ’ଙ୍କ ପୁଅ । ସେ ନିକଟ କିଛି ଦିନ ତଳେ ଅଭିନେତ୍ରୀ ନେହା ଧୁପିଆଙ୍କୁ ବିବାହ କରିଥିଲେ । ଯୁବରାଜ, ଅଙ୍ଗଦଙ୍କ ଉପରେ ରାଗିବାର ମୁଖ୍ୟ କାରଣ ହେଲା ଅଙ୍ଗଦଙ୍କ ବିବାହ ।

ପ୍ରକାଶ ଥାଉକି, ଅଙ୍ଗଦ, ନେହାଙ୍କୁ ଦିଲ୍ଲୀସ୍ଥିତ ଏକ ଗୁରୁଦ୍ୱାରରେ ବିବାହ କରିଥିଲେ । ଏହି ବିବାହରେ ଉଭୟଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବାବେଳେ ଗୌରବ କପୁରଙ୍କ ସମେତ ଅଜୟ ଜାଡେଜା ଏବଂ ଆଶିଷ ନେହେରା ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ହେଲା ଯେ, ଅଙ୍ଗଦଙ୍କ ବାଲ୍ୟ ସାଙ୍ଗ ଯୁବରାଜ ଏହି ବିବାହରେ ଅନୁପସ୍ଥିତ ଥିଲେ ।
ଅଙ୍ଗଦ ତାଙ୍କ ବିବାହରେ ସମସ୍ତଙ୍କୁ ନିମନ୍ତ୍ରଣ କରିଥିବାବେଳେ ଯୁବରାଜଙ୍କୁ ନିମନ୍ତ୍ରଣ କରିନଥିଲେ, ଯାହା ଫଳରେ ଯୁବରାଜ, ଅଙ୍ଗଦଙ୍କର ଏହି କାର୍ଯ୍ୟ ଯୋଗୁଁ ତାଙ୍କ ଉପରେ ରାଗିଛନ୍ତି ବୋଲି ଅନୁମାନ କରାଯାଉଛି ।
କେବଳ ଏତିକି ନୁହେଁ ଅଙ୍ଗଦ ଏକ ସାକ୍ଷାତକାର ମାଧ୍ୟମରେ ନିଜର ଏହି ଭୁଲ ପାଇଁ ଅନୁତାପ ମଧ୍ୟ କରିଛନ୍ତି । ଅଙ୍ଗଦ ନିଜର ଏହି ଭୁଲକୁ ସ୍ୱିକାର କରିବା ସହ କହିଛନ୍ତି ଯେ, “ ତାହା ମୋ ଭୁଲ । ଆମକୁ ବହୁତ ଶୀଘ୍ର ଏହି ନିଷ୍ପତି ନେବାକୁ ପଡିଥିଲା । ଯୁବରାଜଙ୍କ ରାଗ ବ୍ୟକ୍ତିଗତ କଥା ଅଟେ । ମୁଁ ତାଙ୍କୁ ବହୁତ ଭଲ ପାଏ ଏବଂ ହଁ ଆମ ମଧ୍ୟରେ ଥିବା ସଂପର୍କ ଆଉ ପୂର୍ବ ଭଳି ନାହିଁ । ବନ୍ଧୁତା ଦିବସ ଅବସରରେ ଯୁବରାଜ ଏକ ମେସେଜ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ ମୋତେ ଲାଗୁଥିଲା ଯେ, ଆମେ ପ୍ରକୃତ ବନ୍ଧୁ ଥିଲୁ କିନ୍ତୁ ଏବେ ମୁଁ ମୋ କୁକୁରକୁ ବହୁତ ଭଲ ପାଉଛି । ମୋତେ ଲାଗୁଛି ଯୁବରାଜଙ୍କ ଏହି ରାୟ ଠିକ ନୁହେଁ କିନ୍ତୁ ତାହା ତାଙ୍କର ବ୍ୟକ୍ତିଗତ ରାୟ ଅଟେ । ”
ପ୍ରକାଶ ଥାଉକି ଯୁବାରଜ ଏବଂ ଅଙ୍ଗଦ ବାଲ୍ୟ ବନ୍ଧୁ ଅଟନ୍ତି । ପୂର୍ବରୁ ଉଭୟଙ୍କର ବନ୍ଧୁତ୍ୱ ଅତି ନିବିଡ ଥିଲା । ପାରିବାରିକ କାର୍ଯ୍ୟକ୍ରମରୁ ଆରମ୍ଭ କରି ପବ୍ଲିକ ଇଭେଣ୍ଟରେ ମଧ୍ୟ ଉଭୟଙ୍କୁ ପରସ୍ପର ଦେଖିବାକୁ ମିଳେ ।


Share It

Comments are closed.