ବର୍ଷା ଦିନେ ଡେଙ୍ଗୁ ରୋଗ ବ୍ୟାପିବାର ଖୁବ ସମ୍ଭାବନା ଥାଏ ତେଣୁ ଜାଣନ୍ତୁ ସମୟ ଥାଉ ଥାଇ କିପରି କରିବେ ଏହାର ଉପଚାର


ବର୍ଷା ଦିନ ଆରମ୍ଭ ହୋଇଗଲାଣି ଏବଂ ଋତୁ ପରିବର୍ତ୍ତନ ସହିତ ଥଣ୍ଡା , ଜ୍ୱର ହେବାର ସମ୍ଭାବନା ମଧ୍ୟ ରହିଥାଏ । ଏବଂ ବର୍ତ୍ତମାନ ଡେଙ୍ଗୁ ମଧ୍ୟ ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଆପଣ ବର୍ଷା ଦିନେ ଆବଶ୍ୟକୀୟ ସଚେତନତା ଅବଲମ୍ବନ କରିବା ଉଚିତ । ଡେଙ୍ଗୁ ରୋଗ ଏଡିସ ମଶା ଦ୍ୱାରା ବ୍ୟାପିଥାଏ ଏବଂ ଏହା ମଶା ସାଧାରଣତଃ ସକାଳ ଏବଂ ସନ୍ଧ୍ୟା ପୂର୍ବରୁ କାମୁଡିଥାଏ । ଏବଂ ଅପରିସ୍କାର ତଥା ପାଣି ସ୍ଥାନରେ ଏହି ମଶା ନିଜର ବଂଶ ବୃଦ୍ଧି କରିଥାଏ । ଡେଙ୍ଗୁ ରୋଗରେ ଆପଣଙ୍କ ଶରୀରରେ ହାଡ ଗଣ୍ଠିରେ ଯନ୍ତ୍ରଣା ଏବଂ ଭୀଷଣ ଜ୍ୱର ହୋଇଥାଏ । ବେଳ ଥାଉ ଥାଉ ଏହାର ଉପଚାର ନକଲେ ଏହା ଭୀଷଣ ରୂପ ନେଇଥାଏ । ତେଣୁ ଆପଣ ଜାଣି ରଖନ୍ତୁ କି କିପରି ଦୂରେଇ ରହିବେ ଡେଙ୍ଗୁ ମଶାଙ୍କ ଦାଉରୁ . . . . .
୧. ଏଡିସ ମଶା ଅପରିସ୍କାର ସ୍ଥାନରେ ବ୍ୟାପୁଥିବାରୁ ଆପଣ ନିଜର ପରିବେଶକୁ ସର୍ବଦା ପରିସ୍କାର ରଖନ୍ତୁ । ଘର ଚାରିପଟେ ଭଙ୍ଗା ବୋଟଲ ଏବଂ ପାଣି ଜମୁଥିବା ଉପକରଣକୁ ଫୋପାଡି ଦିଅନ୍ତୁ ।
୨. ମଶା କାମୁଡିବାରୁ ରକ୍ଷା ପାଇବା ପାଇଁ ଆପଣ ନିୟମିତ ମଶାରି ଟାଙ୍ଗି ଶୁଅନ୍ତୁ କିମ୍ବା ମଶା ମାରିବାର ଅନ୍ୟାନ୍ୟ ଉପାୟ ଅବଲମ୍ବନ କରିପାରିବେ ।
୩. ଦେହ, ହାତ ଏବଂ ଗୋଡକୁ ଘୋଡାଇ ରଖୁଥିବା ପୋଷାକ ପିନ୍ଧନ୍ତୁ ।
୪. ଘରେ ସର୍ବଦା ଉଜ୍ଜ୍ୱଳମୟ କରି ରଖନ୍ତୁ ଏହା ଦ୍ୱାରା ମଶାର ଉପଦ୍ରବ ଘର ମଧ୍ୟରେ ଖୁବ କମ ହୋଇଥାଏ ।
୫. ସମୟ ଏବଂ ସୁବିଧା ଦେଖି ବାହାରକୁ ବାହାରନ୍ତୁ । ବାହାରକୁ ଯାଉଥିଲେ ମସକ୍ୟୁଟୋ ରିପେଲାଂଟର ବ୍ୟବହାର କରନ୍ତୁ ।

 


Share It

Comments are closed.