୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ କେନ୍ଦ୍ର


ଆଜି ଝାରସୁଗୁଡା, ସମ୍ବଲପୁର, ବରଗଡ, ବୌଦ୍ଧ, ବଲାଙ୍ଗିର, ସୋନପୁର, ନୂଆପଡା, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ଅନେକ ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ସମ୍ପୃକ୍ତ ଜିଲ୍ଲା ଗୁଡିକୁ ସତର୍କ ସୂଚନା ଜାରି କରିଛି ।
ମିଳିଥିବା ସୂଚନା ମୁତାବକ ଗତ ଦୁଇ ତିନି ହେବ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ମୌସୁମୀଜନିତ ବର୍ଷା ସାଙ୍ଗକୁ ଲଘୁଚାପ ବର୍ଷା ଲାଗି ରହିଛି । ଏହି ସମୟରେ ବଜ୍ରପାତ ଯୋଗୁଁ ବହୁ ଲୋକଙ୍କର ପ୍ରାଣହାନୀ ହେବାର ମଧ୍ୟ ସୂଚନା ମିଳିଛି । ତେଣୁ ପାଣିପାଗ ବିଭାଗ ପକ୍ଷରୁ ଜନସାଧାରଣଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବର୍ଷା, ଘୁର୍ଣ୍ଣଝଡ ଓ ବଜ୍ରପାତ ସମୟରେ ବାହାରକୁ ନ ବାହାରିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଏହି କ୍ରମରେ ଆଜି ରାଜ୍ୟରେ ପଶ୍ଚିମାଞ୍ଚଳ ବିଶେଷ କରି ପଶ୍ଚିମ-ଦକ୍ଷିଣ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତର ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।


Share It

Comments are closed.