ଜାଣନ୍ତି କି ମଲ୍ଲାଇକା ଅରୋରା ନିଜକୁ ଫିଟ ରଖିବା ପାଇଁ କରିଥାନ୍ତି କେଉଁ ଯୋଗ ଆସନ

Share It

ବଲିଉଡର ୯୦ଦଶକର ଅଭିନେତ୍ରୀ ୧୯ବର୍ଷର ପୁଅର ମା ହେବା ପରେ ମଧ୍ୟ ଫିଟନେସରେ ନିଜକୁ ସର୍ବୋଚ୍ଚ ସ୍ଥାନରେ ରଖିଛନ୍ତି । ସେ ପ୍ରତିଦିନ ବ୍ୟାୟାମ କରିବା ସହିତ ଯୋଗଆସନ କରିଥାନ୍ତି ଏବଂ ନିଜର ଖାଦ୍ୟପେୟର ସଠିକ ଧ୍ୟାନ ରଖିଥାନ୍ତି । ୪୮ ବର୍ଷ ବୟସରେ ମଧ୍ୟ ସେ ନିଜକୁ ୨୦ ବର୍ଷର ଯୁବତୀମାନଙ୍କ ପରି ଫିଟ ରଖିଛନ୍ତି । ସେ କିଛି ଦିନ ତଳେ ଇନଷ୍ଟାଗ୍ରାମ ପୋଷ୍ଟରେ ନିଜର ଫିଟନେସ ପାଇଁ କରୁଥିବା ତିନୋଟି ଯୋଗ ଆସନ ସମ୍ବନ୍ଧରେ ସେୟାର କରିଥିଲେ । ସ୍ୱତନ୍ତ୍ରଭାବେ ଯାହା ପେଟର ଚର୍ବି କମାଇବା ପାଇଁ ଖୁବ ଉପଯୋଗୀ । ଆସନ୍ତୁ ଜାଣିବା ସେହି ଆସନ ସମ୍ପର୍କରେ . . . . . .
୧. ନୌକା ଆସନ – ନୌକା ଆସନ ପେଟର ଚର୍ବି କମ କରିବାରେ ଖୁବ ଶୀଘ୍ର ସାହାଯ୍ୟ କରିଥାଏ । ଏହି ଆସନରେ ଆପଣ ଦୁଇଟି ଗୋଡକୁ ଉପରକୁ ୯୦ଡିଗ୍ରୀରେ ରଖନ୍ତୁ । ପରେ ଗୋଡକୁ ନେଇ ମୁଣ୍ଡର ସେପଟେ ଲଗାଇବାକୁ ଚେଷ୍ଟା କରନ୍ତୁ । ଏହିପରି ଉପର ତଳକୁ ଡୋଲନ୍ତୁ । ଏହାକୁ ବୋଟ ପୋଜ ବୋଲି ମଧ୍ୟ କୁହାଯାଇଥାଏ । ଏହା ଦ୍ୱାରା ପେଟରେ ବହୁତ ଚାପ ପଡିଥାଏ ଏବଂ ଚର୍ବି ଖୁବ ଶୀଘ୍ର କମ ହୋଇଥାଏ ।
୨. କୁମ୍ଭକାସନ – ଏହାକୁ ପ୍ଲାଙ୍କ ପୋଜ ମଧ୍ୟ କୁହାଯାଏ । ଏହି ଆସନରେ ଆପଣ ଆପଣଙ୍କ ଶରୀରର ସମ୍ପୂର୍ଣ୍ଣ ଓଜନକୁ ହାତ ଏବଂ ପାଦ ଉପରେ କେନ୍ଦ୍ରିତ କରିବେ । ଏବଂ ସମ୍ପୂର୍ଣ୍ଣ ଶରୀରକୁ ଉପରକୁ ରଖିବେ । ଏହା ଦ୍ୱାରା ଆପଙ୍କ ପେଟ ଏବଂ ଜଙ୍ଘରେ ପ୍ରଭାବ ପଡିବ ଏବଂ ସେଠାରୁ ଚର୍ବି ଖୁବ ଶୀଘ୍ର କମ ହେବ ।
୩. ଭୁଜଙ୍ଗାସନ – ଏହାକୁ କୋର୍ବା ପୋଜ କୁହାଯାଇଥାଏ । ଏହି କୋର୍ବା ପୋଜରେ ଆପଣ ଆସନ ଉପରେ ପେଟ ସାହାଯ୍ୟରେ ଶୋଇପଡନ୍ତୁ । ଏହା ପରେ ଆଣ୍ଟା ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଉପରକୁ କରନ୍ତୁ । ଏହା ଦ୍ୱାରା ପେଟର ଚର୍ବି କମ ହେବା ସହିତ ଅଣ୍ଟା ବିନ୍ଧା ହେଉଥିଲେ ସେହି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।


Share It

Comments are closed.