ମାରାତ୍ମକ ବ୍ରେନ ଷ୍ଟ୍ରୋକରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହିସବୁ ସାବଧାନତା

ଲେଖକ ବିଆର ଲାଇଫ କଳିଙ୍ଗ ହସପିଟାଲର ବରିଷ୍ଠ ପରାମର୍ଶଦାତା ନ୍ୟୁରୋଲୋଜିଷ୍ଟ ଡା ଏଚ.ଏନ. ପ୍ରହରାଜ


ଭାରତୀୟଙ୍କ ମଧ୍ୟରେ ଆଳସ୍ୟପୂର୍ଣ୍ଣ ଜୀବନଶୈଳୀ ଦେଶରେ ଦେଖାଯାଉଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଯେପରି ଷ୍ଟ୍ରୋକର ବଢୁଥିବା ସମସ୍ୟାକୁ ଜନ୍ମ ଦେବାରେ ଏକ ପ୍ରମୁଖ କାରଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଅନୁଯାୟୀ ପ୍ରତ୍ୟେକ ବର୍ଷ ପୃଥିବୀରେ ୧୫ ନିୟୁତ ଲୋକ ଏହି ଷ୍ଟ୍ରୋକରେ ଆକ୍ରାନ୍ତ ହୋଇଥାନ୍ତି, ଯେଉଁଥିରୁ ୫ ନିୟୁତ ଲୋକ ମୃତ୍ୟୁବରଣ କରୁଥିବାବେଳେ ଅନ୍ୟ ୫ ନିୟୁତ ଲୋକ ସବୁଦିନ ପାଇଁ ବିକଳାଙ୍ଗ ହୋଇଯାଆନ୍ତି । ପ୍ରତ୍ୟେକ ବର୍ଷ ଷ୍ଟ୍ରୋକର ଏହି ବଢୁଥିବା ସମସ୍ୟା ପ୍ରତି ଏକ ଲକ୍ଷ୍ୟ ଲୋକଙ୍କ କ୍ଷେତ୍ରରେ ୧୦୫ ରୁ ୧୫୨ରେ ପହଞ୍ଚିଛି, ଯାହାକି ଏହାକୁ ଦେଶରେ ମୃତ୍ୟୁର ତୃତୀୟ ସାଧାରଣ କାରଣରେ ପରିଣତ କରିଛି । ନିକଟରେ ନ୍ୟୁରୋ ଭାସ୍କ୍ୟୁଲାର ସୋସାଇଟିର ହୋଇଥିବା ଚତୁର୍ଥ ସମ୍ମୀଳନୀରୁ ପ୍ରକାଶ ପାଇଛି ଯେ ପ୍ରତି ୨୦ ସେକେଣ୍ଡରେ ଜଣେ ଭାରତୀୟ ବ୍ରେନ ଷ୍ଟ୍ରୋକର ଶିକାର ହେଉଛନ୍ତି । ବର୍ତ୍ତମାନ କେତେ ବର୍ଷ ହେବ ୨୫-୩୦ ବର୍ଷର ଯୁବପିଢ଼ୀଙ୍କ ମଧ୍ୟରେ ବ୍ରେନ ଷ୍ଟ୍ରୋକ ହେବାର ମାତ୍ରା ବଢ଼ୁଥିବାର ପରିଲକ୍ଷିତ ହେଉଛି । ଯାହାର ପ୍ରାଥମିକ କାରଣ ଗୁଡ଼ିକ ହେଉଛି ଜୀବନଶୈଳୀ ମୌଳିକ ଉପାଦାନ, ରକ୍ତ ଧମନୀ ଏବଂ ଆନୁବଂଶିକ ଅସ୍ୱାଭାବିକତା । ଯେହେତୁ ଏଗୁଡ଼ିକ ଜଣେ ବ୍ୟକ୍ତିର ଜୀବନଯାପନ ଶୈଳୀ ସହ ସମ୍ପର୍କିତ ତେଣୁ ଏହି ସ୍ୱାସ୍ଥ୍ୟଗତ ସମସ୍ୟା ଗୁଡ଼ିକ ମଧ୍ୟରୁ ଅନେକ ସମସ୍ୟା ଦୂରୀକରଣଯୋଗ୍ୟ ।

ମସ୍ତିଷ୍କ ଦୁଇ ପ୍ରକାରର ଷ୍ଟ୍ରୋକରେ ଆକ୍ରାନ୍ତ ହୋଇଥାଏ: ଇସକେମିକ୍ ଏବଂ ହେମୋରାହାଜିକ

ଇସକେମିକ୍ ଷ୍ଟ୍ରୋକ : ସମସ୍ତ ଷ୍ଟ୍ରୋକ ଗୁଡ଼ିକ ମଧ୍ୟରୁ ୮ ପ୍ରତିଶ୍ରତ ଇସକେମିକ୍ ପ୍ରବୃତ୍ତିର ହୋଇଥାନ୍ତି । ମସ୍ତିଷ୍କରେ ବୃହତ ଧମନୀ ଗୁଡ଼ିକର ସଂକୋଚନ ଏହି ଇସକେମିକ୍ ଷ୍ଟ୍ରୋକର କାରଣ ହୋଇଥାଏ । ଏହି କ୍ଷେତ୍ରରେ ମସ୍ତିଷ୍କର କୋଷ ଗୁଡ଼ିକୁ ରକ୍ତ ପ୍ରବାହ ବନ୍ଦ ହୋଇ ଯାଇଥାଏ ଯାହାଫଳରେ କିଛି ଘଣ୍ଟା ମଧ୍ୟରେ କୋଷ ଗୁଡ଼ିକ ମୃତ କୋଷରେ ପରିଣତ ହୋଇଯାଆନ୍ତି ।

ମସ୍ତିସ୍କ କୋଷ ମଧ୍ୟକୁ ସାଧାରଣ ରକ୍ତର ପ୍ରବାହ ଏକ ପର୍ଯ୍ୟାୟିକ ପ୍ରତିକ୍ରିୟା ସୃଷ୍ଟିକରିଥାଏ ଯାହାକି “ଇସକେମିକ କ୍ୟାସକେଡ” ଭାବେ ଜଣାଶୁଣା । ସମୟ ସହ ଏହା ମସ୍ତିଷ୍କରେ ଅଧିକ ସଂଖ୍ୟକ ଅଚଳ ଅଂଶର ଅଭିବୃଦ୍ଧି କରିଥାଏ ଯେଉଁଠାରେ ରକ୍ତର ପ୍ରବାହ କମିଯାଇଥାଏ କିନ୍ତୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇନଥାଏ । ତୁରନ୍ତ ଡାକ୍ତରୀ ଚିକିତ୍ସା କିମ୍ବା ମସ୍ତିସ୍କ କୋଷ ଗୁଡ଼ିକର ଏହି ଅଂଶକୁ ବଞ୍ଚାଇବା ପାଇଁ ଶ୍ରେଷ୍ଠ ସୁଯୋଗ ପ୍ରଦାନ କରିଥାଏ ।

ହେମୋରାହାଜିକ ଷ୍ଟ୍ରୋକ: ଇସକେମିକ ଷ୍ଟ୍ରୋକ ତୁଳନାରେ ଏହା ଅପେକ୍ଷାକୃତ ସାଧାରଣ ହୋଇଥିଲେ ମଧ୍ୟ ଏହା ଅଧିକ ସାଂଘାତିକ ହୋଇପାରେ । ଏହି କ୍ଷେତ୍ରରେ ମସ୍ତିଷ୍କରେ ଥିବା ରକ୍ତ ଧମନୀ ଗୁଡ଼ିକ ପ୍ରସାରିତ ହୋଇ ଫାଟିଯାଆନ୍ତି । ଅନିୟନ୍ତ୍ରିତ ଉଚ୍ଚରକ୍ତଚାପ, ରକ୍ତକୁ ତରଳୀକୃତ କରିବାର ଅଧିକ େଓøଷଧ ସେବନ କିମ୍ବା ରକ୍ତ ଧମନୀ ଆବରଣ(ଆନ୍ୟୂରିଜିମ) ଗୁଡ଼ିକରେ ଦୁର୍ବଳ ଅଂଶ ଏହି ପ୍ରକାରର ଷ୍ଟ୍ରୋକର କାରଣ ହୋଇଥାଏ ।

ଦୁର୍ଭାଗ୍ୟବଶତଃ ଅନେକ ଲୋକ ଅସଚେତନ ଥାଆନ୍ତିଯେ ଷ୍ଟ୍ରୋକ ଗୋଟିଏ ଥର ହୋଇନଥାଏ । ଯଦି ଏହାକୁ ସଠିକ ଭାବେ ଯାଞ୍ଚ କରାନଯାଏ ତେବେ ପାଖାପାଖି ୨୫% ରୋଗୀ ସେମାନଙ୍କ ଜୀବନକାଳ ମଧ୍ୟରେ ଏହି ପୁନଃ ସଂଗଠିତ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇଥାଆନ୍ତି । ଏହି ଷ୍ଟ୍ରୋକ ହେବା ପଯ୍ୟନ୍ତ କୌଣସି ପୂର୍ବ ସୂଚନା ମିଳିନଥାଏ ।

ଜଣଙ୍କଠାରେ କିଛି ଲକ୍ଷ୍ୟଣ ଦେଖାଯାଇପାରେ ଯାହାକି ଆପଣଙ୍କୁ ଷ୍ଟ୍ରୋକ ସମ୍ପର୍କରେ ସଚେତନ କରାଇପାରିବ । “ଫାଷ୍ଟ ଟେଷ୍ଟ” ଗୋଟିଏ ଷ୍ଟ୍ରୋକ ଚିହ୍ନଟ କରିବାରେ ସାହାଯ୍ୟ କରିପାରେ ।

୧. ଫେସ (ମୁହଁ): ଜଣେ ବ୍ୟକ୍ତି ହସିବାକୁ ଚେଷ୍ଟା କରୁଥିବା ସମୟରେ କଣ ମୁହଁ ଗୋଟିଏ ପାଶ୍ୱର୍ରୁ ଝାଉଁଳି ପଡ଼ୁଛି କି ?
୨. ଆର୍ମ(କାନ୍ଧ):ଜଣେ ନିଜର ଉଭୟ କାନ୍ଧକୁ ଉଠାଇବା ସମୟରେ କଣ ଗୋଟିଏ କାନ୍ଧ ତଳକୁ ରହୁଛି କି ?
୩. ସ୍ପିଚ(କଥୋପୋକଥନ): କଣ ଜଣେ ଗୋଟିଏ ସାଧାରଣ ବାକ୍ୟର ପୁନରାବୃତ୍ତି କରିପାରୁଛନ୍ତି ? କଥା ଅସ୍ପଷ୍ଟ କିମ୍ବା ବୁଝିବାରେ ଜଟିଳ ହେଉଛି?
୪. ଟାଇମ(ସମୟ): ଷ୍ଟ୍ରୋକ ସମୟରେ ପ୍ରତ୍ୟେକ ମୂହୂର୍ତ୍ତର ହିସାବ ରଖନ୍ତୁ । ଯଦି ଆପଣ ଏଗୁଡ଼ିକ ମଧ୍ୟରୁ କୌଣସି ବି ସଙ୍କେତ ଦେଖନ୍ତି ତେବେ ତୁରନ୍ତ ଆପଣଙ୍କର ଆଞ୍ଚଳିକ ଜରୁରୀକାଳୀନ ନମ୍ବରକୁ କଲ କରନ୍ତୁ ।

ଜଣେ ଷ୍ଟ୍ରୋକ ରୋଗୀର ସମ୍ପୂର୍ଣର୍ ଆରୋଗ୍ୟ ଲାଭ ପାଇଁ ସମୟ ହିଁ ପ୍ରମୁଖ ହୋଇଥାଏ । ଆପଣଙ୍କ ଚାରିପାଶ୍ୱରେ ଯଦି କେହି ଷ୍ଟ୍ରୋକର ଲକ୍ଷ୍ୟଣ ଥିବାର ଅନୁଭବ କରନ୍ତି ତେବେ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାର ଜରୁରୀକାଳୀନ ଚିକିତ୍ସା ପାଇଁ ନେବା ଉଚିତ । ଷ୍ଟ୍ରୋକ ସମୟରେ ପ୍ରଥମ ୬୦ ମିନିଟକୁ “ସୁବର୍ଣର୍ ମୂହୁର୍ତ୍ତ” ଭାବେ ଜଣାଯାଏ ଯାହାକି ଏକ ଜଟିଳ ସମୟ ହୋଇଥାଏ । ପ୍ରମୁଖ ଭାବେ ଏକ ଉତ୍ତମ ଫଳାଫଳ ପାଇଁ ରୋଗୀକୁ ଏହି “ସୁବର୍ଣ୍ଣ ମୂହୂର୍ତ୍ତ’ ମଧ୍ୟରେ ହିଁ ଚିକିତ୍ସା କରାଯିବା ଆବଶ୍ୟକ ଯାହା ଫଳରେ ଦୀର୍ଘକାଳୀନ ସମସ୍ୟାଠାରୁ ଦୁରେଇ ରହିପାରିବେ । ଯେହେତୁ ମସ୍ତିସ୍କ କୋଷ ଗୁଡ଼ିକର ମୃତ୍ୟୁ ଏକ ଅପ୍ରତ୍ୟାବର୍ତ୍ତୀ ପ୍ରକ୍ରିୟା ତେଣୁ ଯଦି ଏହି ଆଘାତର ପ୍ରାରମ୍ଭିକ ସ୍ତରରେ ଚିକିତ୍ସା କରାଯାଏ ତେବେ ସର୍ବାଧିକ ସଂଖ୍ୟକ ସସ୍ତିଷ୍କ କୋଷର ମୃତ୍ୟୁକୁ ପ୍ରତିରୋଧ କରାଯାଇପାରିବ ।

ଏହା ଜାଣି ରଖିବା ଗୁରୁତ୍ୱପୂର୍ଣର୍ ଯେ ମସ୍ତିସ୍କ କୋଷ ଗୁଡ଼ିକର ମୃତ୍ୟୁ କାରଣରୁ ଯେଉଁ କ୍ଷତି ହୋଇଥାଏ ତାହାର ପ୍ରତ୍ୟାବର୍ତ୍ତନ କରାଯାଇପାରେ ନାହିଁ ।

ଚିକିତ୍ସା
ଟିସୁ ପ୍ଲାଜମିନୋଜେନ ଆକ୍ଟିଭେଟର(ଟିପିଏ)ର ଇଣ୍ଟ୍ରାଭିନଓ ଇଞ୍ଜେକ୍ସନ, ପୁନଃମିଳିତ ଟିସୁ ପ୍ଲାଜମିନୋଜେନ ଆକ୍ଟିଭେଟର ଇଞ୍ଜେକ୍ସନ(ଟିପିଏ) ଯାହାକି ଆଲ୍ଟପ୍ଲେଜ ଭାବେ ଜଣାଶୁଣା, ଏସବୁ ଇସକେମିକ ଷ୍ଟ୍ରୋକର ଉନ୍ନତମାନର ଚିକିତ୍ସା ଭାବେ ଗ୍ରହଣ କରାଯାଇଥାଏ । ଟିପିଏରେ ଗୋଟିଏ ଇଞ୍ଜେକ୍ସନ ସାଧାରଣ ଭାବେ ବାହୁର ଶୀରା ଧ୍ୟମ ଦେଇ ପରିଚାଳିତ ହୋଇଥାଏ । ଏହି ଶକ୍ତିଶାଳୀ େଓøଷଧ ଷ୍ଟ୍ରୋକ ହେବାର ତିନି ଘଣ୍ଟା ମଧ୍ୟରେ ଦିଆଯିବା ଆବଶ୍ୟକ ।

ଅନେକ ସମୟରେ ଡାକ୍ତରମାନେ ଏହି ଇସକେମିକ୍ ଷ୍ଟ୍ରୋକର ଚିକିତ୍ସା ପାଇଁ ଅବରୁଦ୍ଧ ରକ୍ତ ଧମନୀ ଗୁଡ଼ିକ ମଧ୍ୟରେ ସିଧାସଳଖ ହିଁ ଚିକିତ୍ସା ପ୍ରକ୍ରିୟା କରିଥାନ୍ତି । ଏକ ଲମ୍ବା ପତଳା ନଳୀ(କ୍ୟାଥେଟର)କୁ ଏକ ଶୀରା ମଧ୍ୟ ଦେଇ ତଳିପେଟକୁ ପ୍ରବେଶ କରାଯାଇଥାଏ ଏବଂ ଷ୍ଟ୍ରୋକ ହୋଇଥିବା ସ୍ଥାନକୁ ଟିପିଏକୁ ପ୍ରତ୍ୟେକ୍ଷ ଭାବେ ପହଞ୍ଚାଇବା ପାଇଁ ଏହି ନଳୀକୁ ମସ୍ତିସ୍କ ସହ ଯୋଡ଼ାଯାଇଥାଏ । ଏହାକୁ ଇଣ୍ଟ୍ରା-ଆର୍ଟରିଆଲ ଥ୍ରୋମବୋଲିସିସ କୁହାଯାଏ ।

ଜରୁରୀକାଳୀନ ଚିକିତ୍ସା ପରେ ଏହି ଷ୍ଟ୍ରୋକ କେୟାର ରୋଗୀର ସମ୍ପୂର୍ଣ୍ଣ ଆରୋଗ୍ୟତା ସହ ଯଥା ସମ୍ଭବ କାଯ୍ୟକ୍ଷମତା ଏବଂ ସ୍ୱାଧିନ ଜୀବନକୁ ଫେରିବା ଉପରେ ବିଶେଷ ଧ୍ୟାନ ଦେଇଥାଏ ।

ପ୍ରତିରୋଧ:
ଗୋଟିଏ ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ଆପଣାଇବା ହେଉଛି ଷ୍ଟ୍ରୋକ ଦୂରୀକରଣର ସବୁଠାରୁ ଶ୍ରେଷ୍ଠ ପଦକ୍ଷେପ । ସୁସ୍ଥ ରହିବା ଏବଂ ବ୍ରେନ ଷ୍ଟ୍ରୋକର ଆଶଙ୍କାକୁ ଏଡ଼ାଇବା ନିମନ୍ତେ ଜଣକୁ ନିଜର ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସକୁ ନିୟନ୍ତ୍ରଣ, ଏକ ସ୍ୱାସ୍ଥ୍ୟକର ଓଜନ, ନିୟମିତ ବ୍ୟାୟାମ, ସୁସ୍ଥକର ଡାଏଟର ଅନୁସରଣ, ଧୂମ୍ରପାନ ଏବଂ ମାଦକଦ୍ରବ୍ୟକୁ ପରିତ୍ୟାଗ କରିବା ଆବଶ୍ୟକ ।


Share It

Comments are closed.