ଶରୀର ଦାନ କଲେ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ମା’


କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ମା’ଙ୍କର ରବିବାର ପରଲୋକ ହୋଇଛି। ହୃଦ୍‌ଘାତରେ ମା’ଙ୍କର ପରଲୋକ ହୋଇଥିବା ନେଇ ମନ୍ତ୍ରୀ ସୋସିଆଲ ମିଡିଆରେ ସୂଚନା ନେଇଛନ୍ତି। ପରଲୋକ ପରେ ମା’ଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଚକ୍ଷୁ ଓ ଶରୀର ଦାନ କରାଯାଇଥିବା ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି। ଚକ୍ଷୁ ଦୁଇଟିକୁ ଦିଲ୍ଲୀ ଏମ୍ସକୁ ଦାନ କରାଯାଇଥିବାବେଳେ ଶରୀରକୁ ମୌଲାନା ଆଜାଦ ମେଡିକାଲ କଲେଜକୁ ଦାନ କରାଯାଇଛି। ମନ୍ତ୍ରୀ ତାଙ୍କ ଟ୍ବିଟରରେ ଲେଖିଛନ୍ତି ‘ପୂଜନୀୟା ମାତାଙ୍କ ଇଚ୍ଛା ଅନୁସାରେ ତାଙ୍କ ଚକ୍ଷୁ ଓ ଶରୀରକୁ ଦାନ କରାଯାଇଛି। ତାଙ୍କର ମହାନତା ଆମକୁ ସର୍ବଦା ପ୍ରେରଣା ଯୋଗାଇବ।’


Share It

Comments are closed.