ଜାମୁକୋଳି ଖାଉଥିଲେ ଜାଣି ରଖନ୍ତୁ କଣ ରହିଛି ଏହାର ଉପକାରିତା . . .. . . .


ଭାରତର ବିଭିନ୍ନ ସ୍ଥାନରେ ଉପଲବ୍ଧ ହେଉଥିବା ଜାମୁକୋଳି ଦେଖିବାକୁ ଗାଢ ନୀଳ ରଙ୍ଗର ଏବଂ ଏହାର ସ୍ୱାଦ ଖୁବ ମିଠା ମଧ୍ୟ । ଜାମୁକୋଳି ଗଛରେ କେବଳ ଫଳ ନୁହେଁ ଏହାର ମଞ୍ଜି ଏବଂ ପତ୍ର ମଧ୍ୟ ଶରୀର ପାଇଁ ଖୁବ ହିତକାରୀ । ଏହା ବର୍ଷା ଦିନେ ପାଚୁଥିବା ବେଳେ ଏହାର ବହୁ ସ୍ୱାସ୍ଥ୍ୟ ଉପକାରିତା ମଧ୍ୟ ରହିଛି  . . . . . .

୧.   ଜାମୁକୋଳି ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନର ମାତ୍ରାରେ ବୃଦ୍ଧି ହୋଇଥାଏ ।

୨.   ଜାମୁକୋଳିରେ ଆଷ୍ଟ୍ରିଜେନର ଗୁଣବତ୍ତା ଥିବାରୁ ଏହା ତ୍ୱଚାରେ ଭଲ ପ୍ରଭାବ ପଡିଥାଏ । ତ୍ୱଚା ଚମକଦାର ଏବଂ ଉଜ୍ଜ୍ୱଳ ହୋଇଥାଏ ।

୩.   ଏହାର ମଞ୍ଜିକୁ ଗୁଣ୍ଡ କରି ଖାଇବା ଦ୍ୱାରା ଡାଇବେଟିସର ମାତ୍ରା କମ ହୋଇଥାଏ ।

୪.   ଏହା ଭିଟାମିନ ସି ଏବଂ ଏର ଉତ୍ତମ ସ୍ରୋତ ହୋଇଥିବାରୁ ଏହା କେଶ ଏବଂ ଆଖି ପାଇଁ ଖୁବ ଭଲ ।

୫.   ଗଳା ଏବଂ ବିଭିନ୍ନ ସଂକ୍ରମଣ ପାଇଁ ଆପଣ ଜାମୁକୋଳି ପ୍ରତିଦିନ ଖାଇପାରିବେ । ଏହା ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଜର୍ମ ଗୁଣ ଥିବାରୁ ଏହା ସଂକ୍ରମଣ ପାଇଁ ଖୁବ ଭଲ ।

୬.   ଏହା ନିମ୍ନ-କ୍ୟାଲୋରୀ ଯୁକ୍ତ ଏବଂ ଫାଇବର ଯୁକ୍ତ ହୋଇଥିବାରୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

୭.   ଏହା ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ, ମିନେରାଲରେ ଭରପୁର ଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

୮.   ଏହା ଗ୍ୟାଷ୍ଟ୍ରିକ ପାଇଁ ଖୁହ ହିତକାରୀ ଏବଂ ଗ୍ୟସ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।

୯.   ଏହା ପୋଟାସିୟମ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବାରୁ ଏହା ହୃଦ ରୋଗୀଙ୍କ ପାଇଁ ଖୁବ ଭଲ ।

୧୦. ଏହାର ମଞ୍ଜିକୁ ମଧ୍ୟ ଗୁଣ୍ଡ କରି ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚାର କଳା ଦାଗ ଏବଂ  ରିଙ୍କଲ ଦୂର ହୋଇଥାଏ ।


Share It

Comments are closed.