ଖରାଦିନେ ପିଅନ୍ତୁ ମାଟି ହାଣ୍ଡିର ପାଣି, ଜାଣନ୍ତୁ ଏହା ଦ୍ୱାରା ମିଳିଥାଏ କଣ ସୁଫଳ


ପୁରାତନ କାଳରେ ଲୋକମାନେ ମାଟି ହାଣ୍ଡି କିମ୍ବା ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରି ସେଥିରେ ଖାଉଥିଲେ । ଏହାର ବହୁ ପ୍ରକାରର ଆର‌୍ୟୁବେଦ ସୁଫଳ ମଧ୍ୟ ରହିଛି । ବର୍ତ୍ତମାନ ମଧ୍ୟ ବହୁ ଲୋକେ ମାଟି ହାଣ୍ଡି ପାଣି ପିଇବା ସହିତ ବହୁ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ମଧ୍ୟ ଖାଉଛନ୍ତି । ଆସନ୍ତୁ ଜାଣିବା ମାଟି ପାତ୍ରରେ ପାଣି ରଖି ପିଇବା ଦ୍ୱାରା କଣ ସୁଫଳ ମିଳିଥାଏ ।
୧. ପ୍ରାକୃତିକ ଥଣ୍ଡା – ମାଟିର ପାତ୍ରରେ ଜଳ ପ୍ରାକୃତିକଭାବେ ଥଣ୍ଡା ହୋଇଥାଏ । ଏହା ଦ୍ୱାରା କୌଣସି ଥଣ୍ଡା ଜନିତ ସମସ୍ୟା ମଧ୍ୟ ଦେଖାଯାଇନଥାଏ । ଖରାଦିନେ ମାଟିର ଥଣ୍ଡା ଜଲ ପିଇବା ପରେ ବହୁ ଶାନ୍ତି ମିଳିଥାଏ ।
୨. ଆଲକାଲାଇନ ଗୁଣ – ମାଟିର ଆଲକାଲାଇନ ଗୁଣ ପାଇଁ ଏଥିରେ ରଖାଯାଉଥିବା ଖାଦ୍ୟ ପଦାର୍ଥ ଏବଂ ପାଣିକୁ ଆଲକାଲାଇନ କରିଥାଏ । ଯାହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥାଏ । ଆପଣ ଖାଉଥିବା ସମସ୍ତ ପ୍ରକାରର ଏସିଡିକ ଖାଦ୍ୟ ଏବଂ ଟକ୍ସିନକୁ ଦୂର କରିବା ପାଇଁ ଏହି ମାଟି ପାତ୍ରରେ ରହିଥିବା ପାଣି ପିଅନ୍ତୁ ।
୩. ମେଟାବୋଲିଜିମରେ ବିକାଶ – ମାଟିପାତ୍ରରେ କୌଣସି ପ୍ରକାରର ହାନିକାରକ ରସାୟନିକ ଉତ୍ପାଦନ ନଥାଏ ତେଣୁ ମାଟି ପାତ୍ରରେ ଥବା ପାଣି ପିଇବା ଦ୍ୱାରା ଶରୀରରେ ମେଟାବୋଲିଜିମର ବିକାଶ ହୋଇଥାଏ ଏବଂ ହଜମ କ୍ରିୟାକୁ ସକ୍ରିୟ କରିଥାଏ ।
୪. ସନଷ୍ଟ୍ରେକରୁ ମୁକ୍ତି – ମାଟିପାତ୍ରରେ ଥିବା ପାଣିରେ ବିଭିନ୍ନ ମିନେରାଲ ଏବଂ ପୋଷକ ତତ୍ତ୍ୱ ରହିଛି ଯାହାକି ଶରୀରରେ ମିନେରାଲର ଅଭାବ କରିନଥାଏ । ଯାହାକି ଶରୀରକୁ ଖୁବ ଶୀଘ୍ର ରିହାଇଡ୍ରେଟ କରିଥାଏ ।
୫. ଗଳା ପାଇଁ ଖୁବ ଭଲ – ମାଟି ପାତ୍ରରେ ପାଣି ପ୍ରାକୃତିକଭାବେ ଥଣ୍ଡା ହେଉଥିବାରୁ ଏହା ଗଳା ଉପରେ କୌଣସି ପ୍ରଭାବ ପଡିନଥାଏ । ଥଣ୍ଡା, ଜ୍ୱର,କାଶ ଦେଉଥିଲେ ମଧ୍ୟ ଆପଣ ମାଟି ପାତ୍ରର ଥଣ୍ଡା ପାଣି ପିଇ ପାରିବେ ଏହା ଦ୍ୱାରା ଗଳାରେ କୌଣସି ଖରାପ ପ୍ରଭାବ ପଡିନଥାଏ ।

 


Share It

Comments are closed.