ଆସନ୍ତୁ ଜାଣିବା ଖଜୁରୀର କେତୋଟି ଗୁଣକାରୀ ଉପାଦାନ ବିଷୟରେ


ଖଜୁରୀ ଅନେକ ପୋଷଣରେ ଭରପୂର ଅଟେ । ଏଗୁଡ଼ିକ ଶୁଷ୍କ ହେଲେ ମଧ୍ୟ ଏଥିରେ ଥିବା କ୍ୟାଲୋରୀ ପରିମାଣ ଅନ୍ୟାନ୍ୟ ସତେଜ ଫଳ ଠାରୁ ମଧ୍ୟ ଅଧିକ । ଏହା ବ୍ୟତୀତ ଖଜୁରୀରେ କେତେକ ଦରକାରୀ ଭିଟାମିନ ଏବଂ ମିନେରାଲ ସମେତ ନିର୍ଦ୍ଧିଷ୍ଟ ପରିମାଣର ଫାଇବର ମଧ୍ୟ ରହିଥାଏ । ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଖଜୁରୀର କେତେକ ସ୍ୱାସ୍ଥ୍ୟ ଉପକାରୀତା ମଧ୍ୟ ରହିଛି । ପ୍ରତିଦିନ ୭ଟି ଲେଖାଏଁ ଖଜୁରୀ ଖାଇବା ଦ୍ୱାରା ହଜମ ଶକ୍ତି ବଢ଼ିଥାଏ ଏବଂ ବ୍ଲଡ ସୁଗାର ଲେବଲ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଏଥିରେ ଥିବା ଅନେକ ଆଣ୍ଟି ଅକ୍ସିଡାଣ୍ଟ କେତେକ ନିର୍ଦ୍ଧିଷ୍ଟ ଅଭ୍ୟାସଗତ ଅସୁସ୍ଥତା ଯେମିତିକି ହୃଦରୋଗ, କ୍ୟାନ୍ସର ଏବଂ ମଧୁମେହ ଭଳି ରୋଗକୁ ଦୂର କରିଥାଏ । ଖଜୁରୀ ଫୁଲା ଏବଂ ଦାନ୍ତରେ ଜୀବାଣୁ ଜମିବାକୁ ଦୂର କରିବା ସହ ମସ୍ତିଷ୍କର କାର୍ଯ୍ୟ ଦକ୍ଷତା ବଢ଼ାଇବାରେ ସହାୟକ ହୋଇଥାଏ । ଖଜୁରୀ ଏହାର ମିଠା ସ୍ୱାଦ, ପୋଷଣ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ଯୋଗୁଁ ମିଠା ଖାଦ୍ୟ ପଦାର୍ଥ ପ୍ରସ୍ତୁତି ସମୟରେ ଏହା ଧଳା ଚିନିର ଏକ ସୁସ୍ଥ ତଥା ଉପଯୁକ୍ତ ବିକଳ୍ପ ହୋଇ ପାରିବ । ଖଜୁରୀ କୁ ଆମେ ଅନେକ ଉପାୟରେ ଖାଦ୍ୟ ଭାବେ ଗ୍ରହଣ କରି ପାରିବା । ଏଗୁଡିକୁ ସାଧାରଣତଃ ଆମେ ଖାଲି ଖାଇଥାଉ କିନ୍ତୁ ଏହା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀରେ ମଧ୍ୟ ବ୍ୟବହାର କରାଯାଇ ପାରିବ । ଯେହେତୁ ଖଜୁରୀ ପୋଷଣ ଯୁକ୍ତ ହେବା ସହ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ ତେଣୁ ଏହାକୁ ଆପଣ ନିଶ୍ଚିତ ଭାବେ ନିଜ ଡାଏଟରେ ସାମିଲ କରି ପାରିବେ ।


Share It

Comments are closed.