ଏଚ୍‌ଡିଏଫ୍‌ସି ଲାଇଫ୍‌ର ନୂତନ ବ୍ରାଣ୍ଡ ଅଭିଯାନ


କଟକ: ଭାରତର ଅଗ୍ରଣୀ ଜୀବନ ବୀମା ପ୍ରଦାନକାରୀ ସଂସ୍ଥା, ଏଚ୍‌ଡିଏଫ୍‌ସି ଳାଇଫ୍ ଏହାର ନୂତନ ବ୍ରାଣ୍ଡ ଅଭିଯାନ, ବାଉନ୍ସ ବ୍ୟାକ୍‌’ର ଶୁଭାରମ୍ଭ କରିଛି । ସଫଳତା ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାବେଳେ ଜଣେ ବ୍ୟକ୍ତିଙ୍କ ଆର୍ଥିକ ରୂପେ ସୁରକ୍ଷିତ ଭବିଷ୍ୟତ କିପରି ସବୁକିଛିକୁ ସହଜ କରିଦିଏ ତାହା ଏହି ବାର୍ତାବାହକ ଦର୍ଶାଉଛି । ଏଚ୍‌ଡିଏଫ୍‌ସି ଲାଇଫ୍‌ର ଏହି ନୂଆ ବ୍ରାଣ୍ଡ ଅଭିଯାନ କେବେ ହାରି ନଯିବାର ମନୋବଳକୁ ବହନ କରୁଛି । ଏହି ବିଜ୍ଞାପନ ଫିଲ୍ମ ଏକ ଦମ୍ପତିଙ୍କ କାହାଣୀ ଉପରେ ଗୁରୁତ୍ୱ ଦେଉଛି, ଯିଏ ସଫଳତାର ପାହାଚରେ ନିଜ ଅଭିବୃଦ୍ଧିର ଯାତ୍ରାକୁ ମନେ ପକାଇଛନ୍ତି । ତେଣୁ ଏହି ବ୍ରାଣ୍ଡ ଏକ ପ୍ରାସଙ୍ଗିକ ବିଷୟବସ୍ତୁକୁ ଚୟନ କରିଛି ଏବଂ ସମସ୍ତଙ୍କୁ ସେମାନଙ୍କର ବିପର୍ଯ୍ୟୟରୁ ସଫଳତା ହାସଲ କରିବା ପାଇଁ ଆର୍ଥିକ ରୂପେ ପ୍ରସ୍ତୁତ ରହିବା ଲାଗି ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛି । ଏହି ନୂତନ ବ୍ରାଣ୍ଡ ଅଭିଯାନ ମଣିଷର ଅଦମ୍ୟ ମନୋବଳ ଏବଂ କିଭଳି ଆର୍ଥିକ ସ୍ଥିରତା ଜଣେ ବ୍ୟକ୍ତିଙ୍କୁ ଆହ୍ୱାନଗୁଡିକୁ ଅତିକ୍ରମ କରିବାରେ ସାହାଯ୍ୟ କରିଥାଏ ତାହାକୁ ପାଳନ କରୁଛି ।
ଏହି ଶୁଭାରମ୍ଭ ଅବସରରେ ଏଚ୍‌ଡିଏଫ୍‌ସି ଲାଇଫ୍‌ର ସିନିୟର ଇଭିପି (ସେଲ୍‌ସ) ଓ ସିଏମ୍‌ଓ ପଙ୍କଜ ଗୁପ୍ତା କହିଛନ୍ତିଯେ, ମହାମାରୀ ଆମ ସମସ୍ତଙ୍କୁ ପରୀକ୍ଷା କରିଛି, ଅନିଶ୍ଚିତତାର ପରିବେଶ ସୃଷ୍ଟି କରିଛି । ଆର୍ଥିକ ବିପର୍ଯ୍ୟୟରୁ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ରଖିବା ପାଇଁ ଜୀବନ ବୀମାର ଗୁରୁତ୍ୱ ମାନବ ଇତିହାସର ଏହି ଅବଧିରେ ଅଧିକ ସଶକ୍ତ ହୋଇଥିଲା । ଏହି ସମୟଗୁଡିକ ଆମକୁ ଶିଖାଇଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପରିବାରର ମହତ୍ୱ ଏବଂ ଆମ ପରିବାରର ଭବିଷ୍ୟତକୁ ସୁରକ୍ଷିତ ରଖିବାର ଆବଶ୍ୟକତା ।”
ସେହିପରି ଲିଓ ବର୍‌ନେଟ୍‌, ସାଉଥ୍ ଏସିଆର ସିଇଓ ତଥା ଚିଫ୍ କ୍ରିଏଟିଫ୍ ଅଫିସର ରାଜଦୀପକ ଦାସ କହିଛନ୍ତିଯେ, ଜଟିଳ ସମୟଗୁଡିକ ଏକ ଉନ୍ନତ ଭବିଷ୍ୟତ ସୃଷ୍ଟି କରିବା ପାଇଁ ସୁଯୋଗ ମଧ୍ୟ ପ୍ରଦାନ କରିପାରେ । ତେବେ ଏଭଳି ପରିବର୍ତନଗୁଡିକୁ ଗ୍ରହଣ କରିବାର ଏକମାତ୍ର ଉପାୟ ହେଉଛି ଯେତେବେଳେ ଆପଣଙ୍କ ଆର୍ଥିକ ସୁରକ୍ଷା । ଏହି ବିଚାରଧାରାକୁ ଆମ ଫିଲ୍ମରେ ସ୍ଥାନିତ କରାଯାଇଛି ଯାହା ଜଣେ ଦମ୍ପତିଙ୍କ ସଫଳତାର କାହାଣୀକୁ ବର୍ଣ୍ଣନା କରୁଛି ଏବଂ ସେ କିଭଳି ଏକ ଅପ୍ରତ୍ୟାଶିତ ବିପର୍ଯ୍ୟୟର ସାମ୍‌ନା କରି ଏହାକୁ ଅତିକ୍ରମ କରିଛନ୍ତି । ଏହି ଅଭିଯାନ ବ୍ରାଣ୍ଡର ‘ବାଉନ୍ସ ବ୍ୟାକ୍‌’ କାହାଣୀର ଉପଯୁକ୍ତ ବିସ୍ତାର ଅଟେ । ଏହି ଅଭିଯାନକୁ ଟେଲିଭିଜନ୍‌, ଡିଜିଟାଲ, ଡିଟିଏଚ୍‌, ଓଓଏଚ୍ ଓ ପିଆର୍ ଉପରେ ଗୁରୁତ୍ୱ ସହିତ ମଲ୍ଟି-ମିଡିଆ ପ୍ଲାଟ୍‌ଫର୍ମଗୁଡିକରେ ପ୍ରୋତ୍ସାହିତ କରାଯିବ ।


Share It

Comments are closed.