ଏଚଡିଏଫସି ଫ୍ଲେକ୍ସି କ୍ୟାପ ଫଣ୍ଡର ପ୍ରଦର୍ଶନ ବଜାରଠାରୁ ଅଧିକ, ଶୁଭାରମ୍ଭ ସମୟରେ ୧ ଲକ୍ଷ ଟଙ୍କାର ନିବେଶ ୧.୮୪ କୋଟି ଟଙ୍କାରେ ପରିଣତ

Share It

ଭୁବନେଶ୍ୱର: ଓପନ୍ ଏଣ୍ଡେଡ୍ ଇକ୍ୱିଟି ଫଣ୍ଡ୍ ଏଚ୍ଡିଏଫ୍ସି ଫ୍ଲେକ୍ସି କ୍ୟାପ୍ ଫଣ୍ଡ୍ ନିବେଶକମାନଙ୍କୁ ଦୀର୍ଘକାଳୀନ ସଂପତି ସୃଷ୍ଟିରେ ସହାୟକ ହେବା ପାଇଁ ଲାର୍ଜ କ୍ୟାପ, ମିଡ କ୍ୟାପ ଓ ସ୍ମଲ କ୍ୟାପ ଷ୍ଟକରେ ନିବେଶ କରୁଛି। ୧୯୯୧ ଜାନୁଆରି ୧ରେ ଏହାର ଶୁଭାରମ୍ଭ ହୋଇଥିଲା। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଏହା ଚକ୍ରବୃଦ୍ଧି ହାରରେ ବାର୍ଷିକ ୧୮.୮୨ ପ୍ରତିଶତ ଅଭିବୃଦ୍ଧି ପ୍ରଦାନ କରିଛି। ଶୁଭାରମ୍ଭରେ ନିବେଶ ହୋଇଥିବା ୧ ଲକ୍ଷ ଟଙ୍କା ଏବେ ୧.୮୪ କୋଟି ଟଙ୍କାରେ ପରିଣତ ହୋଇଛି ଯାହା ନିଫ୍ଟି ୫୦୦ ଟିଆରଆଇ ସମାନ ନିବେଶ ଉପରେ ପ୍ରଦାନ କରିଥିବା ୧.୫୧ କୋଟି ଟଙ୍କାର ରିଟର୍ଣ୍ଣ ତୁଳନାରେ ଅଧିକ। ସେହିପରି, ପାଣ୍ଠିର ଶୁଭାରମ୍ଭ ପରଠାରୁ ପ୍ରତି ମାସର ପ୍ରଥମ ବ୍ୟବସାୟ ଦିନରେ ସିଷ୍ଟମେଟିକ୍ ଇନଭେଷ୍ଟମେଂଟ୍ ପ୍ଲାନ (ଏସଆଇପି) ଜରିଆରେ ନିବେଶ କରାଯାଇଥିବା ୧୦ ହଜାର ଟଙ୍କା (ଯାହା ମୋଟ ୩୬.୨୦ ଲକ୍ଷ ଟଙ୍କା), ତାହା ୨୦୨୫ ମାର୍ଚ୍ଚ ୩୧ସୁଦ୍ଧା ୨୦.୨୪ କୋଟି ଟଙ୍କାରେ ପରିଣତ ହୋଇଛି।
ଗତ ତିନି ଦଶନ୍ଧୀ ମଧ୍ୟରେ ଏହି ଫଣ୍ଡ ବଜାରର ବିଭିନ୍ନ ଚକ୍ରକୁ ଅତିକ୍ରମ କରିଛି ଯାହା ଦୃଢ଼ ମୂଳଦୁଆ ଓ ଦୀର୍ଘକାଳୀନ ଅଭିବୃଦ୍ଧି ସମ୍ଭାବନା ଥିବା ଗୁଣାତ୍ମକ କମ୍ପାନି ଉପରେ ଏହାର ଦୃଢ଼ ନିବେଶ ଦର୍ଶନକୁ ଦର୍ଶାଉଛି। ଏହି ପାଣ୍ଠି ଗୁଣାତ୍ମକ ବ୍ୟବସାୟ, ମୂଲ୍ୟାଙ୍କନ ଶୃଙ୍ଖଳା ଓ ଗୁରୁତ୍ୱପୂର୍ଣ୍ଣ ଦୀର୍ଘକାଳୀନ ଉପସ୍ଥାପନ ଉପରେ ଗୁରୁତ୍ୱାରୋପ କରୁଥିବାରୁ ନିବେଶକଙ୍କ ବିଶ୍ୱାସରେ ପରିଣତ ହୋଇପାରିଛି।
ତଳରୁ ଉପର ଦର୍ଶନ ହେଉଛି ଏହି ପାଣ୍ଠିର ନିବେଶ ରଣନୀତି ଯେଉଁଥିରେ ସୁଲଭ ମୂଲ୍ୟରେ ଉପଲବ୍ଧ ଗୁଣାତ୍ମକ କମ୍ପାନିର ଷ୍ଟକ୍ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ପଛର ଚିନ୍ତାଧାରା ହେଉଛି ମଧ୍ୟମ ଓ ଦୀର୍ଘକାଳୀନ ଭିତିରେ ଅଭିବୃଦ୍ଧି ସମ୍ଭାବନା ଥିବା ଦୃଢ଼ କମ୍ପାନିଗୁଡ଼ିକୁ ଚୟନ କରିବା। ଶିଳ୍ପ ଓ ବ୍ୟବସାୟ ଚକ୍ରକୁ ଅନୁଶୀଳନ କରିବା ପରେ ତାହାକୁ ପୋର୍ଟଫୋଲିଓରେ ସାମିଲ କରାଯାଉଛି।
ଏଚଡିଏଫସି ଫ୍ଲେକ୍ସି କ୍ୟାପ ଫଣ୍ଡ ଚାରିଟି ପ୍ରମୁଖ ସ୍ତମ୍ଭ ଅନୁସାରେ ରିସ୍କ ପରିଚାଳନା କରୁଛି। ଗବେଷଣା ପରିଚାଳିତ ନିବେଶ ପ୍ରକ୍ରିୟା ସହିତ କମ୍ପାନିର ଏକ ଟିମ ଉଭୟ ଗୁଣାତ୍ମକ ଓ ପରିମାଣ ଭିତିକ ବିଷୟ ଉପରେ ଧ୍ୟାନ ଦେଉଛନ୍ତି। ପୋର୍ଟଫୋଲିଓ ଗଠନ େବେଳେ ଆକାର, ଶିଳ୍ପର ଚକ୍ର ଏବଂ କମ୍ପାନିର ସ୍ଥିତି ବିଚାରକୁ ନିଆଯାଉଛି। ବିଭିନ୍ନ କ୍ଷେତ୍ର ଓ ବିଷୟରେ ବିବିଧକରଣ ସହିତ ବଜାର ପୁଞ୍ଜିରେ ନମନୀୟତା ଏକ ଉତମ ପରିଚାଳନା ନିବେଶ ପାଇଁ ପାଣ୍ଠିର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଏଚଡିଏଫସି ଏଏମସିର ଏମଡି ଓ ସିଇଓ ଶ୍ରୀ ନବନୀତ ମୁନୋଟ କହିଛନ୍ତି ଯେ, ‘ଗତ ତିନି ଦଶନ୍ଧି ମଧ୍ୟରେ ଏଚଡିଏଫସି ଫ୍ଲେକ୍ସି କ୍ୟାପର ଯାତ୍ରା ଶୃଙ୍ଖଳିତ ନିବେଶ ଦର୍ଶନ ଏବଂ ନିବେଶକ ସଂପତି ସୃଷ୍ଟି କରିବା ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରମାଣ। ଏହି ଫଣ୍ଡ ବଜାରର ବିଭିନ୍ନ ଚକ୍ରକୁ ଅତିକ୍ରମ କରି ପ୍ରତି ଥର ଦୃଢ଼ ପ୍ରତ୍ୟାବର୍ତନ କରିଛି ଯାହା ଆମ ନିବେଶ ପ୍ରକ୍ରିୟାର ଦୃଢ଼ତାକୁ ଦର୍ଶାଉଛି। ପାଣ୍ଠିର ପ୍ରଦର୍ଶନ ଆମ ନିବେଶକଙ୍କୁ ଦୀର୍ଘକାଳୀନ ମୂଲ୍ୟ ପ୍ରଦାନ କରିବା ଉପରେ ଆମ ଗୁରୁତ୍ୱକୁ ଦୋହରାଉଛି।’’
ଏଚଡିଏଫସି ଏଏମସିର ବରିଷ୍ଠ ଫଣ୍ଡ ମ୍ୟାନେଜର ରୋଶି ଜୈନ କହିଛନ୍ତି ଯେ, ‘ଏହି ପାଣ୍ଠି ଜରିଆରେ ସମ୍ପତି ଗଠନରେ ନିବେଶକଙ୍କୁ ସାହାଯ୍ୟ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ। ନିରନ୍ତର ଅଭିବୃଦ୍ଧି ବାହକ ସହିତ ଉଚ୍ଚ ଗୁଣାତ୍ମକ ବ୍ୟବସାୟକୁ ଚିହ୍ନଟ କରିବା ଉପରେ ଆମର ଗୁରୁତ୍ୱ ଆମକୁ ନିବେଶକଙ୍କ ପାଇଁ ସମ୍ପତି ସୃଷ୍ଟି କରିବାରେ ସକ୍ଷମ କରିଛି। ଏଚଡିଏଫସି ଫ୍ଲେକ୍ସି କ୍ୟାପ ଫଣ୍ଡ ସହିତ ଏକ ସନ୍ତୁଳିତ ଓ ବିବିଧ ଦର୍ଶନ ଜରିଆରେ ଉତମ ରିସ୍କ ପରିଚାଳନା ଭିତିକ ରିଟର୍ଣ୍ଣ ପ୍ରଦାନ କରିବା ପାଇଁ ଆମ ଲକ୍ଷ୍ୟ ପ୍ରତି ଆମେ ପ୍ରତିବଦ୍ଧ ରହିଛୁ।’’


Share It

Comments are closed.