ଗଣ୍ଠିବାତ ରୋଗର ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଏକ ସୁରକ୍ଷିତ ଔଷଧ


ଭୁବନେଶ୍ୱର: ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଅର୍ଥାତ୍ ଏଚ୍‌ସିକ୍ୟୁ ‘ଆଂଟିମ୍ୟାଲେରିଆଲ୍ସ’ ନାମକ ଔଷଧ ସହ ଜଡିତ ଏବଂ ଏହା ର‌୍ୟୁମାଟୋଏଡ୍ ଆର୍‌ଥ୍ରାଇଟିସ୍ (ଆର୍‌ଏ) ଓ ଲୁପୁସ୍ ରୋଗର ଚିକିତ୍ସା କ୍ଷେତ୍ରରେ ପ୍ରଭାବୀ ପ୍ରମାଣିତ ହୋଇଛି । ଏଚ୍‌ସିକ୍ୟୁ ଏକ ସୁରକ୍ଷିତ ଓ ପ୍ରଭାବୀ ଔଷଧ ହୋଇଥିବା ବେଳେ ଏହା ଅଟୋଇମ୍ୟୁନ୍ ର‌୍ୟୁମାଟିକ୍ ବା ଗଣ୍ଠିବାତ ରୋଗଗୁଡିକର ଚିକିତ୍ସା ପାଇଁ ସର୍ବାଧିକ ବ୍ୟବହୃତ ଔଷଧ ଅଟେ । ଏହି ଅଟୋଇମ୍ୟୁନ୍ ରୋଗଗୁଡିକରେ, ରୋଗପ୍ରତିରୋଧକ ପ୍ରଣାଳୀ ଭୁଲ୍‌ରେ ଶରୀରର କୋଷିକାଗୁଡିକୁ ପ୍ରଭାବିତ କରିଥାଏ ଏବଂ ଏହାଯୋଗୁଁ ବିଭିନ୍ନ ଲକ୍ଷଣ ଦେଖାଦେଇଥାଏ । ଏଚ୍‌ସିକ୍ୟୁକୁ ଏହିଭଳି ସ୍ଥିତିଗୁଡିକ ପାଇଁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ କାରଣ ଏହା ହେଉଛି ଏକ ‘ଇମ୍ୟୁନୋମଡ୍ୟୁଲେଟୋରି ‘ଔଷଧ ଯାହାକି କୋଷିକା ଓ ପ୍ରତିରକ୍ଷା ପ୍ରଣାଳୀର ବିଭିନ୍ନ କାର୍ଯ୍ୟକୁ ପ୍ରଭାବିତ କରିଥାଏ କିନ୍ତୁ ପ୍ରତିରକ୍ଷଶ ପ୍ରଣାଳୀକୁ କ୍ଷତି ପହଂଚାଇନଥାଏ ।
ନିକଟରେ ଏଚ୍‌ସିକ୍ୟୁକୁ କୋଭିଡ୍‌-୧୯ ପ୍ରୋଫିଲାକ୍ସିସ୍ ଓ ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି । ତେବେ ଏହି ତଥ୍ୟ ବିବାଦୀୟ ହୋଇପଡିଛି ଓ କିଛି ଅଧ୍ୟୟନରେ ଦେଖାଯାଇଛି ଯେ, ଏଚ୍‌ସିକ୍ୟୁ ବ୍ୟବହାର କରାଯାଇଥିବା ରୋଗୀଙ୍କଠାରେ କାର୍ଡିଓଟକ୍ସିସିଟି ବୃଦ୍ଧି ପାଇଛି । ପ୍ରତିଷ୍ଠିତ ମେଡିକାଲ ଜର୍ଣ୍ଣାଲ ଏନ୍‌ଇଜେଏମ୍ ଓ ଦ ଲାନ୍‌ଷସଟ୍‌ରେ ପ୍ରକାଶିତ ଅଧ୍ୟୟନରେ ଦର୍ଶାଯାଇଛି ଯେ, କୋଭିଡ୍‌-୧୯ ଓ ଏହାଯୋଗୁଁ ବର୍ଦ୍ଧିତକ କାର୍ଡଓଟକ୍ସିସିଟିରେ ଏଚ୍‌ସିକ୍ୟୁରୁ କୌଣସି ଲାଭ ମିଳୁନାହିଁ । ତେବେ ଏହି ତଥ୍ୟ ମଧ୍ୟ ବିବାଦୀୟ ରହିଛି କାରଣ ଏହାର ପ୍ରକାଶକ ତଥ୍ୟର କୌଣସି ଉତ୍ସ ଦେଇପାରିନାହାନ୍ତି । ଏସମ୍ପର୍କରେ ଲକ୍ଷ୍ନୌର ଏସ୍‌ଜିପିଜିଆଇଏମ୍‌ଏସ୍‌ର ଡିପାର୍ଟମେଂଟ୍ ଅଫ୍ କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜିର ମୁଖ୍ୟ ତଥା ପୂର୍ବତନ ପ୍ରଫେସର ଡଃ ଆର୍ ଏନ୍ ମିଶ୍ରା କହିଛନ୍ତି ଯେ, ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌କୁ ଗଣ୍ଠିବାତ ରୋଗଗୁଡିକର ଚିକିତ୍ସା ପାଇଁ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ ଏବଂ ଗର୍ଭାବସ୍ଥାରେ ଓ ସ୍ତନ୍ୟପାନ କରାଉଥିବା ରୋଗୀଙ୍କ ପାଇଁ ଏହି ଔଷଧ ସୁରକ୍ଷିତ ଅଟେ । ଏହି ଔଷଧର ଏକ ଚମତ୍କାର ସୁରକ୍ଷା ପ୍ରୋଫାଇଲ ରହିଛି ଏବଂ ଏହା ହେଉଛି ଏକମାତ୍ର ଆଂଟି-ର‌୍ୟୁମାଟିକ୍ ଡ୍ରଗ୍ ଯାହାକୁ ଦୀର୍ଘ ଦିନ ପାଇଁ ବ୍ୟବହାର କରାଗଲେ ମଧ୍ୟ ରୁଟିନ୍ ବ୍ଲଡ୍ ମନିଟରିଙ୍ଗର ଆବଶ୍ୟକ ପଡେ ନାହିଁ । ନିକଟରେ ପ୍ରକାଶିତ କିଛି ରିପୋର୍ଟରେ ଏଚ୍‌ସିକ୍ୟୁ କୋଭିଡ୍‌-୧୯ ରୋଗୀଙ୍କଠାରେ ହୃଦ୍‌ରୋଗ ସମସ୍ୟା ସୃଷ୍ଟି ହେଉଥିବା ସୂଚିତ କରାଯାଇଥିଲା କିନ୍ତୁ ନିଜର ର‌୍ୟୁମାଟିକ୍ ସ୍ଥିତି ପାଇଁ ଚିକିତ୍ସିତ ହେଉଥିବା ମୋର କୌଣସି ରୋଗୀଙ୍କଠାରେ ଏଭଳି ସମସ୍ୟା ଦେଖିନାହିଁ । ଆମେ ୧୮ରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ରୋଗୀଙ୍କୁ ଏଚ୍‌ସିକ୍ୟୁର ସେବନ ପାଇଁ ପରାମର୍ଶ ଦେଉଛୁ । ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ଦ୫ରୁ ୧୦ ବର୍ଷ ପର୍ଯ୍ୟ ଏଚ୍‌ସିକ୍ୟୁର ବ୍ୟବହାର ପରେ କିଛି ସାଧାରଣ ପ୍ରତିକ୍ରିୟା ଯେପରିକି ସ୍କିନ୍ ହରଇପର୍‌ପିଗ୍‌ମେନ୍‌ଟେସନ, ଗ୍ୟାସ୍‌ଟ୍ରାଇଟିସ୍ ଓ ରେଟିନାଲ ସାଇଡ୍ ଇଫେକ୍ଟ ଆଦି ଦେଖାଦେଇପାରେ, ଏଭଳି ସ୍ଥିତିରେ ନିଜ ଡାକ୍ତରଙ୍କୁ ଏସମ୍ପର୍କରେ ଅବଗତ କରାନ୍ତୁ ।


Share It

Comments are closed.