ମାର୍ଚ୍ଚ ୧୬ ଭଳି ଐତିହାସିକ ଦିନକୁ ମନେ ରଖିଛନ୍ତି କି ?


୧୬ ମାର୍ଚ୍ଚ ୨୦୧୨, ମହାନ ବ୍ୟାଟ୍ସମ୍ୟାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପାଇଁ ଏକ ଅଭୁଲା ଦିନ । ଏହି ଐତିହାସିକ ଦିନରେ କ୍ରିକେଟ ଦୁନିଆର କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଇତିହାସ ରଚିଥିଲେ । ବାଂଲାଦେଶ ବିପକ୍ଷରେ ସଚିନ ୧୪୭ ବଲରେ ୧୧୪ ରନ କରି ଏକ ଐତିହାସିକ କୀର୍ତ୍ତିମାନ ସ୍ଥାପନ କରଥିଲେ । ଏହା ପୂର୍ବରୁ ସେ ଅନେକ ଶତକ ହାସଲ କରିଥିଲେ ମଧ୍ୟ ତାଙ୍କ ପାଇଁ ଏହା ଏକ ଅଭୁଲା ଶତକ ହୋଇ ରହିବ । କାରଣ ସଚିନ କ୍ରିକେଟ ଦୁନିଆରେ ପ୍ରଥମ ଏବଂ ଏକମାତ୍ର ଖେଳାଳୀ ଭାବେ ୧୦୦ଟି ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି । ସଚିନ ତାଙ୍କର ୯୯ତମ ଶତକ ଦକ୍ଷିଣ ଆଫ୍ରିକା ବିରୋଧରେ ୨୦୧୧ ବିଶ୍ୱକପ ସମୟରେ ଲଗାଇଥିଲେ । ଏହା ପରେ ସଚିନ ୧୦୦ତମ ଶତକକୁ ପୂରଣ ପାଇଁ ଏକ ବର୍ଷରୁ ଅଧିକ ସମୟ ଲାଗିଥିଲା । ଏହି ସମୟରେ ସେ ୩୪ଟି ଇନିଂସ ଖେଳିଥିଲେ ମଧ୍ୟ ୧୦୦ତମ ଶତକ ଲଗାଇପାରିନଥିଲେ । ଏହା ପରେ ସେ ୧୬ ମାର୍ଚ୍ଚ ୨୦୧୨ରେ ବାଲାଂଦେଶ ବିପକ୍ଷ ଦିନିକିଆରେ ସଚିନ ଶତକ ହାସଲ କରି ଇତିହାସ ରଚିଥିଲେ ।


Share It

Comments are closed.