ଏପରି ପାଞ୍ଚଟି ଅଜବ ଦଣ୍ଡ ବିଷୟରେ ଆଗରୁ କେବେ ଶୁଣିଛନ୍ତି କି, ଯାହା ଆପଣଙ୍କୁ ଚମକାଇଦେବ


ଅପରାଧ ପାଇଁ ଅପରାଧିୀକୁ ଦଣ୍ଡ ଦେବା କଥା ଆପଣ ନିଶ୍ଚୟ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ କେତୋଟି ଅଜବ ଦଣ୍ଡ ବିଷୟରେ କହିବାକୁ ଯାଉଛୁ ତାହା ସମ୍ପର୍କରେ ଆପଣ ଆଗରୁ କେବେ ମଧ୍ୟ ଶୁଣିନଥିବେ ।

ସ୍ପେନର ଏଣ୍ଡାଲୁସିଆରେ ବାସ କରୁଥିବା ୨୫ ବର୍ଷୀୟ ଯୁବକଙ୍କର ମା ବାପା ପକେଟମନି ଦେବା ବନ୍ଦ କରିଦେଇଥିଲେ, ଯେଉଁ କାରଣରୁ ସେ ଏହି ବିଷୟକୁ ଅଦାଲତକୁ ଟାଣିଆଣିଥିଲେ । କିନ୍ତୁ ଅଦାଲତ ଓଲଟା ତାଙ୍କୁ ହିଁ ଦଣ୍ଡ ଶୁଣାଇଥିଲେ ଯେ ଆଗାମୀ ୩୦ ଦିନ ମଧ୍ୟରେ ତାଙ୍କୁ ତାଙ୍କ ମା-ବାପାଙ୍କର ଘର ଛାଡ଼ିବାକୁ ପଡ଼ିବ ଏବଂ ନିଜ ଗୋଡ଼ରେ ଠିଆ ହେବାକୁ ପଡ଼ିବ ।

ବିବିସିର ରିପୋର୍ଟ ଅନୁଯାୟୀ ୨୦୦୮ ମସିହାରେ ଏଣ୍ଡ୍ର୍ରୟୁ ୱେକ୍ଟରଙ୍କ ଉପରେ ନିଜ କାରରେ ଅଧିକ ଶବ୍ଦରେ ଗୀତ ଶୁଣିବା କାରଣରୁ ୧୨୦ ପାଉଣ୍ଡ ଅର୍ଥାତ ଏବେର ହିସାବରେ ପାଖାପାଖି ୧୧ ହଜାର ଟଙ୍କାର ଜୋରିମାନା ଲାଗିଥିଲା । ସେ ନିଜର ମନପସନ୍ଦର ସଂଗୀତ ‘ର‌୍ୟାପ’ ଶୁଣୁଥଲେ । ଏମିତିରେ ବିଚାରପତି ପରେ କହିଥିଲେ ଯେ ସେ ଜୋରିମାନାର ରକମ କମାଇ ୩୦ପାଉଣ୍ଡ କରିଦେବେ, କିନ୍ତୁ ୱେକ୍ଟରଙ୍କୁ ଏଥିପାଇଁ ୨୦ ଘଣ୍ଟା ପର୍ଯ୍ୟନ୍ତ ବୀଥୋୱନ, ବାଖ ଏବଂ ଶୋପେନର ଶାସ୍ତ୍ରୀୟ ସଙ୍ଗୀତ ଶୁଣିବାକୁ ହେବ ।

ଆମେରିକାସ୍ଥିତ ବିସୌରୀର ବାସିନ୍ଦା ଡେବିଡ ବେରୀ ନାମକ ଜଣେ ବ୍ୟକ୍ତି କେତେକ ହରିଣ ଶିକାର କରିଥିଲେ । ୨୦୧୮ ମସିହାରେ ଏହି ଦଣ୍ଡପାଇଁ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଜେଲରେ ରହି ମାସକୁ ଅନ୍ତତଃ ଥରେ ଡିଜନୀର ବାମ୍ବୀ କାର୍ଟୁନ ଦେଖିବାର ଦଣ୍ଡ ଶୁଣାଇଥିଲେ ।

୨୦୦୩ ମସିହାରେ ଆମେରିକାସ୍ଥିତ ଚିକାଗୋର ଦୁଇଜଣ ଯୁବକ ବଡ଼ଦିନ ସଂନ୍ଧ୍ୟାରେ ଚର୍ଜରୁ ଜୀଶୁଖ୍ରୀଷ୍ଟଙ୍କର ମୂର୍ତ୍ତୀ ଚୋରି କରିଥଲେ ଏବଂ ଏହାକୁ ଖରାପ ମଧ୍ୟ କରିଦେଇଥିଲେ । ଏହି ଅଭିଯୋଗରେ ଉଭୟଙ୍କୁ ୪୫ଦିନ ପାଇଁ ଜେଲଦଣ୍ଡ ଶୁଣାଯାଇଥିଲା । ଏହାବାଦ ସେମାନଙ୍କୁ ସେମାନଙ୍କର ନିଜ ସହରରେ ଜଣେ କୃଷକଙ୍କ ସହିତ ମାର୍ଚ କରିବାର ଆଦେଶ ଦିଆଯାଇଥିଲା ।

୨୦୧୧ ମସିହାରେ ଆମେରିକାର ଓକଲାହୋମାରେ ବାସ କରୁଥିବା ୧୭ ବର୍ଷୀୟ ଟାଇଲର ଏଲରେଡ ମଦ୍ୟପାନ କରି ଗାଡ଼ି ଚଳାଉଥିବା କାରଣରୁ ଦୁର୍ଘଟଣାରେ ତାଙ୍କର ଜଣେ ବନ୍ଧୁଙ୍କର ମୃତ୍ୟୁ ହୋଇଯାଇଥିଲା । ଯେହେତୁ ଟାଇଲର ସେହି ସମୟରେ ହାଇସ୍କୁଲରେ ପଢ଼ୁଥିଲେ ସେଥିପାଇଁ ଅଦାଲତ ତାଙ୍କୁ ହାଇସ୍କୁଲ ଓ ଗ୍ରାଜୁଏସନ ଶେଷ କରିବା ବ୍ୟତୀତ ବର୍ଷଯାକ ପାଇଁ ଡ୍ରଗ, ମଦ ଏବଂ ନିକୋଟିନ ଟେଷ୍ଟ କରାଇବା ବ୍ୟତୀତ ୧୦ ବର୍ଷ ପର୍ଯ୍ୟନ୍ତ ଚର୍ଜ ଯିବାର ଦଣ୍ଡ ଶୁଣାଇଥଲେ ।


Share It

Comments are closed.