କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ


ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସେ ହୋମ କ୍ଵାରେଣ୍ଟାଇନରେ ଅଛନ୍ତି। ୩୬ ବର୍ଷ ବୟସ୍କ ଅଭିନେତା ସୋମବାର ରାତିରେ ଟ୍ୱିଟ କରି କରୋନା ସଂକ୍ରମଣରେ ଶିକାର ହୋଇଥିବା ସୂଚନା ଦେଇଥିଲେ। ସେ କହିଛନ୍ତି ଯେ, ତାଙ୍କୁ ଜ୍ୱର ଓ ପେଟରେ ଯନ୍ତ୍ରଣା ହୋଇଥିଲା। ଏହାପରେ ସେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ। କରୋନା ସଂକ୍ରମଣର କୌଣସି ଲକ୍ଷଣ ନଥିଲେ ମଧ୍ୟ ଡାକ୍ତର ତାଙ୍କୁ କରୋନା ଯାଞ୍ଚ କରିବାକୁ କହିଥିଲେ।

ଆରୋଗ୍ୟ ସେତୁ ଆପ ଅନୁସାରେ ବର୍ତ୍ତମାନ ସେ କରୋନା ସଂକ୍ରମିତ ବୋଲି କହିଛନ୍ତି। ବର୍ତ୍ତମାନ ୧୦ ଦିନ ସେ କ୍ଵାରେଣ୍ଟାଇନରେ ରହିବେ। ସେ ନିଜ ପ୍ରଶଂସକଙ୍କ ସହ ଏକ ଭଲ ଖବର ସେୟାର କରିବାକୁ ଚାହୁଁଥିଲେ କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖିଛନ୍ତି ବୋଲି କହିଛନ୍ତି। ଆଗକୁ ଭଲ ଖବର ଦେବେ ଓ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି କହିଛନ୍ତି।


Share It

Comments are closed.