କଂଗ୍ରେସ ତରଫରୁ ଆଗାମୀ ଲୋକସଭା ନିର୍ବାଚନ ଲଢିପାରନ୍ତି ହାର୍ଦିକ


ଗୁଜୁରାଟର ପାଟିଦାର ନେତା ହାର୍ଦିକ ପଟେଲ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଦେଇଥିବାବେଳେ କେଉଁ ଦଳରୁ ଲଢିବେ ତାହା ବର୍ତ୍ତମାନ ସୁଧା ସ୍ପଷ୍ଟ କରି ନାହାନ୍ତି । ଏତଦ ବ୍ୟତିତ ହାର୍ଦିକ, ମୋଦି ସରକାରଙ୍କର ପଛୁଆ ଥିବା ସାଧାରଣ ବର୍ଗଙ୍କ ୧୦ ପ୍ରତିଶତ ସଂରକ୍ଷଣର ନିଷ୍ପତିକୁ ସମର୍ଥନ ମଧ୍ୟ ଜଣାଇଛନ୍ତି ।
ତେବେ ଆଗାମୀ ଲୋକସଭା ନିର୍ବାଚନରେ ହାର୍ଦିକ ଲଢିବେ କି ନାହିଁ ? ସାମ୍ବାଦିକମାନଙ୍କ ଦ୍ୱାରା ପଚରା ଯାଇଥିବା ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, “ନିଶ୍ଚିତ, ମୁଁ ୨୦୧୯ ଲୋକସଭା ନିର୍ବାଚନରେ ଲଢିବି । କିନ୍ତୁ କେଉଁ ଦଳ ତରଫରୁ ନିର୍ବାଚନ ଲଢିବି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ନିଷ୍ପତି ନେଇ ନାହିଁ । ”
ସେପଟେ କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇପାରନ୍ତି । ଦଳ ବର୍ତ୍ତମାନ ହାର୍ଦିକଙ୍କ ସହିତ ଏହି ସଂପର୍କରେ କଥାବର୍ତ୍ତା ଚଳାଇଛି । ସେ ମେହଷାଣା ଏବଂ ଆମରେଲରୁ ଆଗାମୀ ଲୋକସଭା ନିର୍ବାଚନ ଲଢିପାରନ୍ତି କାରଣ ସେଠାରେ ଅଧିକାଂଶ ପାଟିଦାର ସମୁଦାୟ ବସବାସ କରନ୍ତି ।
ପ୍ରକାଶ ଥାଉକି ଗୁଜୁରାଟରେ ହୋଇଥିବା ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ମୁଖ୍ୟ ଟ୍ରମ କାର୍ଡ ସାଜିଥିଲେ ହାର୍ଦିଦ । ଗୁଜୁରାଟରେ କଂଗ୍ରେସକୁ ୯୦ ଆସନ ଜିତାଇବାରେ ପ୍ରମୁଖ ଭୂମିକା ହାର୍ଦିକଙ୍କର ହିଁ ଥିଲା । ରାଜନୈତିକ ବିଶେଷଜ୍ଞଙ୍କ କହିବା ମୁତବାକ ରାହୁଲ ଏବଂ ହାର୍ଦିକଙ୍କ ମଧ୍ୟରେ ଥିବା ଉତ୍ତର ବୁଝାମଣା ଯୋଗୁଁ ସେ କଂଗ୍ରେସ ଟିକେଟରୁ ଆଗାମୀ ଲୋକସଭା ନିର୍ବାଚନ ଲଢିପାରନ୍ତି ।


Share It

Comments are closed.