ପାଣ୍ଡ୍ୟାଙ୍କୁ ନେଇ ଚିନ୍ତାରେ ରୋହିତ, କହିଲେ ସଂପୂର୍ଣ୍ଣ ଫିଟ ନାହାନ୍ତି


ମୁମ୍ବାଇ ଇଣ୍ଡିଆନ୍ସର ପ୍ରମୁଖ ଅଲ୍‌ଆଉଣ୍ଡର ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ସେ ଚଳିତ ସିଜନରେ ବୋଲିଂରୁ ସମ୍ପୂର୍ଣ୍ଣ ଦୂରେଇ ରହିଛନ୍ତି । କେବଳ ଜଣେ ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳୁଛନ୍ତି । ପାଣ୍ଡ୍ୟା ବୋଲିଂରୁ ଦୂରେଇ ରହିବାର ଅସଲ କାରଣ ଉନ୍ମୋଚନ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ସେ ବୋଲିଂ ପାଇଁ ଫିଟ୍‌ ନଥିବାରୁ ତାଙ୍କୁ ଦୂରେଇ ରଖାଯାଇଛି ବୋଲି ରୋହିତ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ପାଣ୍ଡ୍ୟା ଏବେବି ସଂପୂର୍ଣ୍ଣ ଫିଟ୍‌ ନାହାନ୍ତି । ତେଣୁ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି । ଯଦି ସେ ଫିଟ୍‌ ଅନୁଭବ କରିବେ, ତା’ହେଲେ ବୋଲିଂ କରିବେ । ଏବେ ତାଙ୍କର ସାମାନ୍ୟ ଆହତ ସମସ୍ୟା ରହିଛି । ୩/୪ଟି ମ୍ୟାଚ୍‌ ବ୍ୟବଧାନରେ ତାଙ୍କର ବୋଲିଂ ଫିଟ୍‌ନେସ ପରୀକ୍ଷା କରାଯାଉଛି । ସେ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ । ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଦଳ ସଫଳତାରେ ଅନ୍ୟତମ ଭୂମିକା ବହନ କରୁଛି ।’

ଗତବର୍ଷ ଅକ୍ଟୋବର ମାସରେ ପାଣ୍ଡ୍ୟା ପିଠିରେ ସଫଳ ଅସ୍ତ୍ରୋପଚାର କରାଇଥିଲେ । ପାଖାପାଖି ବର୍ଷେ କ୍ରିକେଟରୁ ଦୂରେଇ ରହିବା ପରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିଥିଲେ। ପ୍ରତ୍ୟାବର୍ତ୍ତନ ପରଠୁ ସେ କେବଳ ବ୍ୟାଟିଂ କରୁଥିବା ବେଳେ ବୋଲିଂରୁ ଦୂରେଇ ରହିଛନ୍ତି । ଭାରତର ଆସନ୍ତା ଅଷ୍ଟ୍ରେଲିଆ ଗସ୍ତ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି । ସମ୍ପୂର୍ଣ୍ଣ ଫିଟ୍‌ ନହେବା ଯାଏ, ସେ କେବଳ ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳିବେ ।


Share It

Comments are closed.