ବାପା ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ଫିଓନ୍ସି ନତାଶା


ଭାରତୀୟ କ୍ରିକେଟ୍ ଦଳର ଭେଟେରାନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଓନ୍ସେ ନତାଶା ଷ୍ଟାନକୋଭିକ୍ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଅଲରାଉଣ୍ଡର ନିଜ ଇନଷ୍ଚାଗ୍ରାମରେ ଏକ ବହୁତ ସୁନ୍ଦର ଫଟୋ ସେୟାର କରିବା ସହିତ ପୁଅର ଆଗମନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି | ଫଟୋରେ ହାର୍ଦ୍ଦିକ ତାଙ୍କ ନବଜାତ ଶିଶୁର ହାତ ଧରିଥିବାର ଦେଖିବାକୁ ମିଳୁଛି | ପାଣ୍ଡ୍ୟା ପରିବାରରେ ଯୁବ ଅତିଥିଙ୍କ ଆଗମନ ପରେ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି।

View this post on Instagram

We are blessed with our baby boy ❤️🙏🏾

A post shared by Hardik Pandya (@hardikpandya93) on


କ୍ରୀଡ଼ା ଜଗତ ଏବଂ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ବିଶିଷ୍ଟ ବ୍ୟକ୍ତି
ନୂଆକରି ପିତାମାତା ହେବା ପାଇଁ ହାର୍ଦ୍ଦିକ ଏବଂ ନତାଶାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି |


୧ ଜାନୁୟାରୀ ୨୦୨୦ ରେ ପାଣ୍ଡ୍ୟା ସେମାନଙ୍କ ଏନଗେଜମେଂଟ ଖବର ନେଇ ବିଶ୍ୱକୁ ଚକିତ କରି ଦେଇଥିଲେ। ନୂତନ ବର୍ଷ ଅବସରରେ ସେ ଦୁବାଇର ସମୁଦ୍ର ତରଙ୍ଗ ମଧ୍ୟରେ ସର୍ବିଆର ମୂଳ ମଡେଲ ତଥା ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିଚଙ୍କ ସହ ଏନଗେଜମେଂଟ କରିଥିଲେ।


Share It

Comments are closed.