ଧୋନିଙ୍କ ନକଲ କଲେ ପାଣ୍ଡିଆ, ଦେଖନ୍ତୁ ଭିଡିଓ


ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ତଥା ଆଇପିଏଲର ୧୨ତମ ସଂସ୍କରଣ ଖେଳାଯିବାକୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି । ଆଇପିଏଲର ଏହି ୧୨ତମ ସଂସ୍କରଣ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ବର୍ତ୍ତମାନ ଠାରୁ ଅଭ୍ୟାସ ଆରମ୍ଭ କରିଦେଇଥିବାବେଳେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ ମଧ୍ୟ ପଛରେ ପଡି ନାହାନ୍ତି ।
ସେ ବର୍ତ୍ତମାନ ପୁରା ଦମ ଲଗାଇ ଅଭ୍ୟାସ ଚଳାଇଥିବାବେଳେ ଏହାର ଏକ ଝଲକ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ଟ୍ୱିଟରେ ନିଜେ ଅଭ୍ୟାସ କରୁଥିବାର ଏକ ଭିଡିଓ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ, “କଳ୍ପନା କଲ ଏହି ସଟ ଖେଳିବା ପଛରେ କାହାର ପ୍ରେରଣା ରହିଛି ।”

ହାର୍ଦ୍ଦିକ ଏହି ଭିଡିଓରେ ଧୋନିଙ୍କର ସଗନେଚର ହେଲିକ୍ୟାପ୍ଟର ସଟ ଖେଳୁଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ସେ ସୋସିଆଲ ମିଡିଆରେ ଅନେକ ସମାଲୋଚିତ ମଧ୍ୟ ହୋଇ ସାରିଛନ୍ତି । ପ୍ରକାଶ ଥାଉକି ହାର୍ଦ୍ଦିକଙ୍କ ପୂର୍ବରୁ ଯୁବରାଜ ମଧ୍ୟ ଏହିଭଳି ଏକ ସଟ ଖେଳିବାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।
ଆଇପିଏଲ ଚଳିତ ମାସ ୨୩ରୁ ଆରମ୍ଭ ହେବାକୁ ଯାଉଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ୨୪ ମାର୍ଚ୍ଚରୁ ନିଜର ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳିବାର ଅଛି ।


Share It

Comments are closed.