ଆଇଫେଲ ଟାୱାରରୁ ଫଟୋ ସେୟାର କଲେ ହଂସିକା, ରୋମାଣ୍ଟିକ୍ ଅନ୍ଦାଜରେ ଅଭିନେତ୍ରୀଙ୍କୁ ପ୍ରପୋଜ୍ କଲେ ବଏଫ୍ରେଣ୍ଡ୍


ଅଭିନେତ୍ରୀ ହଂସିକା ମୋଟୱାନି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନିକଟରେ ଅଭିନେତ୍ରୀ ପ୍ୟାରିସର ଆଇଫେଲ ଟାୱାର ସମ୍ମୁଖରେ ତାଙ୍କ ବଏଫ୍ରେଣ୍ଡ ସୋହେଲ କଥୁରିଆଙ୍କ ସହ ଏନଗେଜ୍‌ମେଣ୍ଟ କରିଛନ୍ତି। ଯାହାର ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ହଂସିକା ଏବଂ ସୋହେଲଙ୍କ ଏହି ରୋମାଣ୍ଟିକ ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ହଂସିକା ଆଜି ପର୍ଯ୍ୟନ୍ତ ତାଙ୍କ ଲଭ୍ ଲାଇଫ୍‌କୁ ସିକ୍ରିଟ୍‌ ରଖିଥିଲେ। ଶେଷରେ ଅଭିନେତ୍ରୀ ଫ୍ୟାନ୍ସଙ୍କୁ ତାଙ୍କ ବିବାହ ପ୍ରପୋଜାଲର ଏକ ଝଲକ ଦେଖାଇଛନ୍ତି। ପ୍ୟାରିସର ଆଇଫେଲ ଟାୱାର ସମ୍ମୁଖରେ ବଏଫ୍ରେଣ୍ଡ ସୋହେଲ କଥୁରିଆଙ୍କ ସହ କିଛି ରୋମାଣ୍ଟିକ ଫଟୋ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଗୋଟିଏ ଫଟୋରେ ସୋହେଲ ତଳେ ବସି ହଂସିକାଙ୍କ ହାତ ଧରିଥିବାର ନଜର ଆସିଛନ୍ତି। ବ୍ୟାକ୍‌ଗ୍ରାଉଣ୍ଡରେ ଆଇଫେଲ୍ ଟାୱାର ଦୃଶ୍ୟମାନ ହେଉଛି। ନାଲି ଗୋଲାପ ଏବଂ ଧଳା ମହମବତୀରେ ନିର୍ମିତ ହାର୍ଟ ଭିତରେ ଦୁହେଁ ଠିଆ ହୋଇଛନ୍ତି। ଡେକୋରେସନ୍ ସାଇଡ୍‌ରେ ‘ମୁଝ୍‌ସେ ଶାଦି କରୋଗୀ’ ମଧ୍ୟ ଲେଖାଯାଇଥିବା ଦେଖାଯାଇଛି। ଏହି ଅବସରରେ କପଲଙ୍କର ଅନେକ ବନ୍ଧୁ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି।

ଫଟୋରେ ସୋହେଲ ଏବଂ ହଂସିକାଙ୍କ ରୋମାଣ୍ଟିକ ଅନ୍ଦାଜକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି। ହଂସିକା ଏକ ହ୍ୱାଇଟ୍‌ ଡ୍ରେସ୍‌ରେ କୌଣସି ପ୍ରିନ୍ସେସ୍‌ଙ୍କ ପରି ଦେଖାଯାଉଥିବାବେଳେ ସୋହେଲ ବ୍ଲାକ୍ ଜ୍ୟାକେଟ୍ ଓ ପ୍ୟାଣ୍ଟ ସହିତ ହ୍ୱାଇଟ୍‌ ସାର୍ଟରେ ଷ୍ଟନିଂ ଦେଖାଯାଉଛନ୍ତି। ପୋଷ୍ଟ ସେୟାର କରି ହଂସିକା କ୍ୟାପସନରେ ଲେଖିଛନ୍ତି – ‘ବର୍ତ୍ତମାନ ଏବଂ ସବୁଦିନ ପାଇଁ’। ତାଙ୍କ ପୋଷ୍ଟରେ କମେଣ୍ଟ ଦେଇ ସୋହେଲ ଲେଖିଛନ୍ତି – ‘ଆଇ ଲଭ୍‌ ୟୁ ମାଇଁ ଲାଇଫ୍’। ଦୁହିଁଙ୍କ ଏନ୍‌ଗେଜ୍‌ମେଣ୍ଟରେ ଅନୁଷ୍କା ଶେଟ୍ଟୀ, ଶ୍ରୀୟା ରେଡ୍ଡୀ ଏବଂ ବରୁଣ ଧୱନଙ୍କ ସମେତ ଅନେକ ସେଲିବ୍ରିଟି ଶୁଭକାମନା ଜଣାଇଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁହେଁ ଡିସେମ୍ବର ୪ ରେ ବିବାହ କରିବେ। ଏହି ବିବାହ ରାଜସ୍ଥାନରେ ଅନୁଷ୍ଠିତ ହେବ। ତେବେ ଉଭୟ ଏପର୍ଯ୍ୟନ୍ତ ସେମାନଙ୍କର ବିବାହ ତାରିଖ ବିଷୟରେ ଘୋଷଣା କରିନାହାଁନ୍ତି।


Share It

Comments are closed.