ବର୍ତ୍ତମାନ ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ !


କାଠୁଆ ନାବାଳିକା ଗଣଦୁଷ୍କର୍ମ ମାମଲା ଏବେ ଦେଶବ୍ୟାପୀ ତୀବ୍ର ଉତ୍ତେଜନା ଓ ପ୍ରତିକ୍ରିୟା ସୃଷ୍ଟି କରିବା ପରେ କେନ୍ଦ୍ର ସରକାର, ପ୍ରୋଟେକସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସୁଆଲ ଅଫେନସେସ / ଫିଓସିଏସଓ(ପକସୋ) ଆଇନରେ ପରିବର୍ତ୍ତନ ଆଣି ଦୁଷ୍କର୍ମକାରୀଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ପ୍ରଣୟ କରିବାକୁ ଚିନ୍ତା କରୁଛନ୍ତି ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଜଣାଇଛନ୍ତି । କେନ୍ଦ୍ର ସରକାର ପକ୍ଷରୁ କେନ୍ଦ୍ର ସରକାରଙ୍କ ଉପସଚିବ ଆନନ୍ଦ ପ୍ରକାଶ ସୁପ୍ରିମକୋର୍ଟର ପ୍ରଦାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିଥିବା ଏକ ପତ୍ରରେ ଉଲ୍ଲେ କରିଛନ୍ତି ଯେ, ଏବେ ଦେଶର ନାବାଳିକା ଉପରେ ହେଉଥିବା ଦୁଷ୍କର୍ମ ଘଟଣା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି ।
ତେଣୁ ଏହି ପରିପ୍ରେକ୍ଷୀରେ ସରକାର ପ୍ରୋଟେକସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସୁଆଲ ଅଫେନସେସ / ଫିଓସିଏସଓ(ପକସୋ) ଆଇନରେ ୨୦୧୨ରେ ପରିବର୍ତ୍ତନ ଆଣିବା ପାଇଁ ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି । ଏହି ପରିବର୍ତ୍ତନ ୧୨ ବର୍ଷରୁ କମ ନାବାଳିକା ଦୁଷ୍କର୍ମକାରୀଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ସହ ପକସୋ ଆଇନ ଆଧାରରେ ଆଗତ ହେଉଥିବା ଏଫଆଇଆର ଗୁଡିକ ତଦନ୍ତ ଓ ବିଚାର ପ୍ରକ୍ରିୟା ଏଫଆଇଆର ଆଗତ ୩ ମାସ ମଧ୍ୟରେ ଶେଷ କରିବା ପାଇଁ କେନ୍ଦ୍ର ସରକାର ଚାହୁଁଥିବା, କେନ୍ଦ୍ର ସରକାରଙ୍କ ଉପସଚିବ ଆନନ୍ଦ ପ୍ରକାଶ ସୁପ୍ରିମ କୋର୍ଟରେ ଲିଖିତ ଭାବେ ଜଣାଇଛନ୍ତି ।


Share It

Comments are closed.