ଚଳିତ ପାର୍ବଣ ଉପଲକ୍ଷେ ହାୟରର ଆକର୍ଷଣୀୟ ଅଫର


ଭୁୁବନେଶ୍ୱର: ପ୍ରମୁଖ ଉପକରଣ କ୍ଷେତ୍ରରେ କ୍ରମାଗତ ୧୧ ବର୍ଷ ଧରି ବିଶ୍ୱରେ ଅଗ୍ରଣୀ ରହିଥିବା ବ୍ରାଣ୍ଡ, ହାୟର ପକ୍ଷରୁ ଚଳିତ ପାର୍ବଣ ପାଇଁ ଏହାର ବ୍ୟାପକ ରେଞ୍ଜର ଉତ୍ପାଦଗୁଡ଼ିକ ଉପରେ ଅନେକ କ୍ୟାଶ୍‌ବ୍ୟାକ ଅଫର୍ ଏବଂ ସୁଲଭ ନୋ କଷ୍ଟ ଇଏମଆଇ ଯୋଜନାର ଘୋଷଣା କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ଚଳିତ ଦିପାବଳୀରେ ଗ୍ରାହକମାନେ ହାୟର ଉତ୍ପାଦଗୁଡ଼ିକର କ୍ରୟ ଉପରେ ସ୍ୱତନ୍ତ୍ର ଅଫର ଏବଂ ସୁନିଶ୍ଚିତ ଲାଭ ପାଇପାରିବେ । ଏହା ସହିତ ଗ୍ରାହକମାନେ ଏଚଡିଏଫସି, ଆଇସିଆଇସିଆଇ, ଆକ୍ସିସ ବ୍ୟାଙ୍କ, ଷ୍ଟାଣ୍ଡାର୍ଡ ଚାଟର୍ଡ, ବ୍ୟାଙ୍କ ଅଫ ବରୋଦା, ଆରବିଏଲ ଏବଂ ଫେଡରାଲ ବ୍ୟାଙ୍କର କ୍ରେଡିଟ ଏବଂ ଡେବିଟ କାର୍ଡ ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତର କ୍ୟାଶବ୍ୟାକ ପାଇପାରିବେ ।
ହାୟରର ଏୟାର କଣ୍ଡିସନର, ୱାଶିଂ ମେସିନ, ରେଫ୍ରିଜେରେଟର, ଟେଲିଭିଜନ, ଡିପ ଫ୍ରିଜର ଏବଂ ମାଇକ୍ରୋୱେଭ ଆଦିର ବଛା ବଛା ମଡେଲଗୁଡ଼ିକରେ ମଧ୍ୟ ଆକର୍ଷଣୀୟ ଅଫର ରହିଛି । ଏହାର ସାଇଡ ବାଏ ସାଇଡ ରେଫ୍ରିଜେରେଟର କ୍ରୟ ଉପରେ ୬,୯୯୯ଟଙ୍କା ମୂଲ୍ୟର ଅଟୋମ୍ୟାଟିକ ହ୍ୟାଣ୍ଡ ସାନିଟାଇଜର, ଟପ ଏବଂ ବଟମ ମାଉଁଟେଡ ରେଫ୍ରିଜେରେଟର କ୍ରୟରେ ୨,୯୯୯ ଟଙ୍କା ମୂଲ୍ୟର ବାସନ ସଜ ଏବଂ ସ୍ମାର୍ଟ ଏଲଇଡିର କ୍ରୟରେ ୪,୪୯୯ଟଙ୍କା ମୂଲ୍ୟର ସ୍ମାର୍ଟ ଭଏସ ଆକ୍ଟିଭେଟେଡ ସ୍ପିକର-ଗୁଗଲ ନେଷ୍ଟ ମିନି ଆଦି ଭଳି ସୁନିଶ୍ଚିତ ଉପହାର ସହିତ ଗ୍ରାହକମାନେ ର୍ଆହୁରି ଅନେକ ଅଫର ପାଇପାରିବେ । ଏହି ଅଫରଗୁଡ଼ିକ ହାୟରର ଏକ୍ସକ୍ଲୁସିଭ ଷ୍ଟୋର, ବଛାବଛା ମଲଟି-ବ୍ରାଣ୍ଡ ରିଟେଲ ଷ୍ଟୋର, ଏବଂ ସମଗ୍ର ଭାରତରେ ଅଗ୍ରଣୀ ଇଲେକ୍ଟ୍ରୋନିକ ଷ୍ଟୋରଗୁଡ଼ିକରୁ କ୍ରୟ କରାଯିବା ବଛାବଛା ଉତ୍ପାଦଗୁଡ଼ିକ ଉପରେ ଆସନ୍ତା ନଭେମ୍ବର ୩୦ଠାରୁ ଲାଗୁ ହୋଇଯିବ ।
ଏହା ସମ୍ପର୍କରେ ହାୟର ଆପ୍ଲାଏନ୍ସ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ଏରିକ ବ୍ରାଗାଞ୍ଜା କହିଛନ୍ତି ଯେ, “ଚଳିତ ପାର୍ବଣରେ ଆମର ନୂତନ ଏବଂ ଅଭିନବ ସ୍ମାର୍ଟ ଗୃହ ଉତ୍ପାଦଗୁଡ଼ିକ ସହିତ ଆମେ ଆମର ଗ୍ରାହକଙ୍କୁ ଏକ ସ୍ମାର୍ଟର ଜୀବନଶୈଳୀ ଯୋଗାଇଦେବାର ଲକ୍ଷ ରଖିଛୁ । ଯେବେକି ଆମର ଉତ୍ପାଦଗୁଡ଼ିକ ଉପରେ ଆକର୍ଷଣୀୟ ଅଫରଗୁଡ଼ିକ ସହିତ ଆମେ ସେମାନଙ୍କ ପାର୍ବଣ ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିବାକୁ ଚାହୁଁଛୁ ।”


Share It

Comments are closed.