ଗୁରୁଙ୍କୁ ପରାସ୍ତ କରି ଆସନ ଦଖଲ କଲା ଚେଲା


ଳିତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ବିଜୟ ଲାଭ କରିଥିବାବେଳେ ଏହି ନିର୍ବାଚନରେ ବ୍ୟାକଫୁଟରେ ରହିଯାଇଛି କଂଗ୍ରେସ । ଏହି ନିର୍ବାଚନରେ ରାହୁଲଙ୍କ ସମେତ କଂଗ୍ରେସ ଅନେକ ବରିଷ୍ଠ ନେତା ପରାଜୟ ବରଣ କରିଥିବାବେଳେ ଗୁନା ଲୋକସଭା ଆସନରୁ ଜୋତିରାଦିତ୍ୟ ସିନ୍ଧିଆ ମଧ୍ୟ ପରାଜୟ ବରଣ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ସନ୍ଧିଆଙ୍କୁ ଚଳିତ ନିର୍ବାଚନରେ ପରାସ୍ତ କରିଥିବା ପ୍ରାର୍ଥୀ ଜଣକ ହେଲେ ତାଙ୍କ ଶିକ୍ଷ୍ୟ ।

ପୂର୍ବରୁ ଏହି ଗୁନା ଲୋକସଭା ଆସନଟି ସିନ୍ଧିଆ ପରିବାର ପାରମ୍ପରିକ ଗଡ କୁହାଯାଉଥିବାବେଳେ ୧୯୯୯ରେ ଏହି ଆସନରୁ ଜୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇ ଆସୁଥିଲେ । ସେବେ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କଂଗ୍ରେସ ଦଖଲରେ ଥିବାବେଳେ ବର୍ତ୍ତମାନ ପୁଣି ଏହି ଆସନକୁ ବିଜେପି ଦଖଲ କରିଛି । ଦୀର୍ଘ ୨୦ ବର୍ଷ ପରେ ଏହି ଆସନରୁ ବିଜେପି ପୁଣି ଥରେ ବିଜୟ ଲାଭ କରିଛି । ଏହି ଆସନରୁ ଜୋତିରାଦିତ୍ୟଙ୍କୁ ପରାସ୍ତ କରିଥିବା ପ୍ରାର୍ଥୀ ଜଣକ ହେଲେ ଡଃ.କୃଷ୍ଣପାଲ ଯାଦବ ଅର୍ଥାତ କେ.ପି ଯାଦବ ।

ଆଶ୍ଚର୍ଯ୍ୟର କଥା ଏହା ଯେ, ପୂର୍ବରୁ କେ.ପି, ଜୋତିରାଦିତ୍ୟଙ୍କର ଜଣେ ବଡ ପ୍ରଶଂସକ ହୋଇଥିବାବେଳେ ତାଙ୍କ ସହ ସେଲଫି ଉଠାଇବା ପାଇଁ ସେ ଦିନେ ଲାଇନ ଲଗାଉଥିଲେ କିନ୍ତୁ ଆଜି କେ.ପି ନିଜ ଗୁରୁଙ୍କୁ ପରାସ୍ତ କରି ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି ।
କେ.ପି ପୂର୍ବରୁ ଜୋତିରାଦିତ୍ୟଙ୍କ ସାଂସଦ ପ୍ରତିନିଧି ଥିଲେ ଏବଂ ସେ ତାଙ୍କ ଠାରୁ ରାଜନୀତି ଆରମ୍ଭ କରିଥିଲେ । କିନ୍ତୁ ବର୍ତ୍ତମାନ କେ.ପି, ଜୋତିରାଦିତ୍ୟଙ୍କୁ ୧ଲକ୍ଷ ୨୫ ହଜାର୫୪୯ ଖଣ୍ଡ ଭୋଟରେ ତାଙ୍କୁ ପରାସ୍ତ କରି ରାଜ ପରିବାରର ଦୁର୍ଗକୁ ଭାଙ୍ଗିଛନ୍ତି ।

କେ.ପି, ଜୋତିରାଦିତ୍ୟଙ୍କ ବିରୋଧୀ ହେବାର କାରଣ କ’ଣ ? ଆସନ୍ତୁ ଜାଣିବେ ।
ଏହି କଥାଟି ହେଉଛି ୨୦୧୮ର । ମୁଙ୍ଗାୱଲୀ ବିଧାନସଭା ଉପ-ନିର୍ବାଚନରେ କେ.ପି ଟିକେଟ ନମିଳିବା କାରଣରୁ ସେ ରାଗିଯାଇ ବିଜେପିରେ ସାମିଲ ହୋଇଯାଇଥିଲେ । ଏବଂ ୨୦୧୯ ନିର୍ବାଚନରେ ତାଙ୍କ କାର୍ଯ୍ୟଶୈଳାକୁ ଦେଖି ବିଜେପି ତାଙ୍କୁ ସିନ୍ଧିଆଙ୍କ ବୋରଧୀରେ ମଇଦାନ ଓହ୍ଲାଇଥିଲା ।


Share It

Comments are closed.