ବିଶ୍ୱର ସବୁଠୁ ଚଉଡ଼ା ପାଟି ପାଇଁ ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ ପାଇଲେ ଯୁବକ, ଦେଖନ୍ତୁ ଭିଡିଓ


ଆମେରିକାର ମିନେସୋଟା ବାସିନ୍ଦା ଜଣେ ବାଳକ ବିଶ୍ୱର ସବୁଠୁ ଚଉଡ଼ା ପାଟି ପାଇଁ ନିଜର ଗିନିଜ୍‌ ବିଶ୍ୱ ରେକର୍ଡ ନିଜେ ଭାଙ୍ଗିଛନ୍ତି । ତାଙ୍କ ପାଟିର ଚଉଡ଼ା ୪.୦୧୪ ଇଞ୍ଚ (୧୦.୧୯୬ ସେମି) । ଆଇଜାକ୍‌ ଜନ୍‌ସନ୍‌ ୨୦୧୯ ମସିହାରେ ସର୍ବବୃହତ ପୁରୁଷ ପାଟି ବିଭାଗରେ ବିଶ୍ୱ ରେକର୍ଡ କରିଥିଲେ । ତାଙ୍କ ପାଟିର ଓସାର ସେତେବେଳେ ୩.୬୭ ଇଞ୍ଚ ଥିଲା । ତେବେ ପେନ୍‌ସିଲଭାନିଆର ଫିଲିପ୍‌ ଆଙ୍ଗସ୍‌ ୩.୭୫ ଇଞ୍ଚର ଚଉଡ଼ା ପାଟି ସାହାଯ୍ୟରେ ତାଙ୍କୁ ପଛରେ ପକାଇଲେ ।

୨୦୨୦ ମସିହାରେ ଆଇଜାକ୍‌ ପୁଣି ଥରେ ଚଉଡ଼ା ପାଟି ପାଇଁ ବିଶ୍ୱ ରେକର୍ଡ ହାସଲ କଲେ । ସେତେବେଳେ ତାଙ୍କ ପାଟିର ଓସାର ଥିଲା ୪ ଇଞ୍ଚ । ଦୁଇ ବର୍ଷ ପରେ ଚଳିତ ଥର ଇଟାଲିର ମିଲାନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୪.୦୧୪ ଇଞ୍ଚ ଚଉଡ଼ା ପାଟି ସାହାଯ୍ୟରେ ସେ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି ।

ଏହି ରେକର୍ଡ ସହିତ ଆଇଜାକ୍‌ ୩ ଥର ନିଜର ବିଶ୍ୱ ରେକର୍ଡ ନିଜେ ଭାଙ୍ଗିଛନ୍ତି । ଏହା ଏକ ଦୁର୍ଲଭ ମୁହୂର୍ତ୍ତ ବୋଲି ଗିନିଜ୍‌ ବିଶ୍ୱ ରେକର୍ଡସକୁ ସେ କହିଛନ୍ତି । ଗିନିଜ୍‌ ବିଶ୍ୱ ରେକର୍ଡସ ଦ୍ୱାରା ୟୁଟ୍ୟୁବ୍‌ରେ ଆଇଜାକ୍‌ଙ୍କର ଏକ ଭିଡିଓ ପୋଷ୍ଟ ହୋଇଛି । ଗିନିଜ୍‌ ବିଶ୍ୱ ରେକର୍ଡ ଭାଙ୍ଗିବା ପାଇଁ ସେ ନିଜ ପାଟିକୁ ଏଭଳି ଭାବେ ମେଲାଇଛନ୍ତି, ସତେ ଯେମିତି କୌଣସି ସାମୁଦ୍ରିକ ଦୈତ୍ୟ ଶିକାର ପାଇଁ ପାଟି ଆଁ କରିଛି । ଏକ ପ୍ରିଙ୍ଗଲ୍‌ସ ଜାର୍‌କୁ ସେ ନିଜ ପାଟିରେ ଭର୍ତ୍ତି କରି ତା’ର ଚଉଡ଼ା ପ୍ରଦର୍ଶନ କରିଛନ୍ତି । କୋକା କୋଲା କ୍ୟାନ୍‌କୁ ସେ ପାଟିରେ ଭର୍ତ୍ତି କରିପାରନ୍ତି । ପାଟିକୁ ସମ୍ପୂର୍ଣ୍ଣ ଖୋଲି ୪ଟି ମ୍ୟାକ୍‌ଡୋନାଲ୍ଡ ଚିଜ୍‌ବର୍ଗର୍‌ ସେ ଥରକେ ଭର୍ତ୍ତି କରିପାରନ୍ତି ।

 


Share It

Comments are closed.