ବିଶ୍ୱକପ ପାଇଁ ଗମ୍ଭୀର ଚୟନ କଲେ ସମ୍ଭାବ୍ୟ ଭାରତୀୟ ଦଳ


ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଖେଲାଳୀ ଗୌତମ ଗମ୍ଭୀର ୨୦୧୯ ବିଶ୍ୱକପ ପାଇଁ ଯୋଗ୍ୟ ଖେଳାଳୀଙ୍କ ନାମ ଘୋଷଣା କରିଛନ୍ତି । ଗମ୍ଭୀର କ୍ରିକେଟରୁ ସବୁଦିନ ପାଇଁ ସନ୍ୟାସ ନେଇସାରିଥିବାବେଳେ ବର୍ତ୍ତମାନ କମେଣ୍ଟ୍ରି କରୁଛନ୍ତି । ଗମ୍ଭୀର ବର୍ତ୍ତମାନ ମେ’ରେ ହେବାକୁ ଥିବା ୨୦୧୯ ବିଶ୍ୱକପ ପାଇଁ ନିଜର ସମ୍ଭାବ୍ୟ ଯୋଗ୍ୟ ଖେଳାଳୀଙ୍କ ନାମକୁ ଚୟନ କରିଛନ୍ତି । ଏମାନଙ୍କ ଭିତରେ ଗମ୍ଭୀର ଏଭଳି ଜଣେ ଖେଳାଳୀଙ୍କ ନାମ ଚୟନ କରିଛନ୍ତି, ଯାହାକୁ ଶୁଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ବିଶ୍ୱକପ ପାଇଁ ଗମ୍ଭୀରଙ୍କ ସମ୍ଭାବ୍ୟ ଦଳ
ରୋହିତ ଶର୍ମା, ଶିଖର ଧୱନ, କେ.ଏଲ ରାହୁଲ, ଏମ.ଏସ ଧୋନି, ବିରାଟ କୋହଲି ଅମ୍ବାତି ରାଇଡୁ, କେଦାର ଯାଦବ, ଦୀନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡିଆ, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମାରା, ମହମ୍ମଦ ଶାମୀ, ଆର. ଅଶ୍ୱନୀ, କୁଲଦୀପ ଯାଦବ ଏବଂ ୟୁଜବିନ୍ଦ୍ର ଚହଲ ।
ଗମ୍ଭୀରଙ୍କର ଏହି ୧୫ ଜଣ ସଦସ୍ୟ ବିଶିଷ୍ଟ ଖେଳାଳୀଙ୍କ ତାଲିକା ମଧ୍ୟରେ ଅଶ୍ୱନୀଙ୍କ ନାମ ମଧ୍ୟ ରହିଛି । ଏହି ଟିମରେ ଅଶ୍ୱନୀଙ୍କ ନାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ଅଶ୍ୱନୀ ବର୍ତ୍ତମାନ ଦିନିକିଆ ଦଳରୁ ଦୂରେଇ ରହିଛନ୍ତି ଓ ଖାଲି ଟେଷ୍ଟ ମ୍ୟାଚ ହିଁ ଖେଳୁଛନ୍ତି ।
ଗମ୍ଭୀରଙ୍କ ଅନୁଯାୟୀ ଭାରତୀୟ ଦଳକୁ ବିଶ୍ୱକପ ପାଇଁ ଯେଉଁ ତୃତୀୟ ସ୍ପିନର ଆବଶ୍ୟକତା ରହିଛି ସେ ହେଉଛନ୍ତି ଅଶ୍ୱନୀ । କାରଣ ଚହଲ କିମ୍ବା କୁଲଦୀପଙ୍କ ମଧ୍ୟରୁ ଯଦି କେହି ଜଣେ ଆହତ ହୋଇଯାନ୍ତି ତେବେ ଦଳ ପାଖରେ ଜଣେ ସ୍ପେଶାଲ ସ୍ପିନର ରହିବା ଆବଶ୍ୟକ । ଅଶ୍ୱନୀଙ୍କ ପାଖରେ ବୋଲିଂର ଅନୁଭବ ତ ଅଛି ଏହା ସହ ତାଙ୍କ ବିବିଧତା ମଧ୍ୟ ରହିଛି । ଏଥିପାଇଁ ଗୌତମ ଅଶ୍ୱନୀଙ୍କୁ ଟିମରେ ଚୟନ କରିଛନ୍ତି ।


Share It

Comments are closed.