ଜିଏସ୍‌କେ ପକ୍ଷରୁ ଭାରତରେ ଅଗ୍ରଣୀ ଦାନ୍ତ ଯତ୍ନ ବ୍ରାଣ୍ଡ ପୋଲିଡେଂଟର ଉନ୍ମୋଚନ


ଭୁବନେଶ୍ୱର: ଅଗ୍ରଣୀ କଞ୍ଜ୍ୟୁମର ହେଲ୍‌ଥକେୟାର କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ, ଜିଏସ୍‌କେ ହେଲଥ୍‌କେୟାର ଭାରତରେ ଏହାର ପୋଲିଡେଂଟ ବ୍ରାଣ୍ଡର ଉନ୍ମୋଚନ କରିଛି । ପୋଲିଡେଂଟ ଡେଂଟ୍ୟୋର କେୟାର ବା କୃତ୍ରିମ ଦାନ୍ତସମୂହ ଯତ୍ନ କ୍ଷେତ୍ରରେ ବିଶ୍ୱସ୍ତରର ବଜାରରେ ବେଶ ପରିଚିତ ଅଟେ ଏବଂ ଏହା ଡେଂଟ୍ୟୋର ପିନ୍ଧୁଥିବା ଲୋକଙ୍କର ଆରାମଦାୟକତା, ପରିଚ୍ଚନ୍ନତା ଏବଂ ଓରାଲ ସ୍ୱାସ୍ଥ୍ୟକୁ ବଢ଼ାଇବା ପାଇଁ ଉତ୍ପାଦ ପ୍ରଦାନ କରିଥାଏ ।
ବର୍ତମାନ ଡେଂଟ୍ୟୋର ପିନ୍ଧୁଥିବା ନିର୍ଦ୍ଧିଷ୍ଟ ସଂଖ୍ୟକ ଲୋକ ଖାଇବା, କଥାହେବା ଏପରିକି ଡେଂଟ୍ୟୋର ସହିତ ହସିବା ସମୟରେ ସଂକୋଚ କରିଥାନ୍ତି । ପୋଲିଡେଂଟ ଡେଂଟ୍ୟୋର ଫିକ୍ସେଟିଭ କ୍ରିମ, ଡେଂଟ୍ୟୋର ଏବଂ ମାଢିର ଟିସୁଗୁଡ଼ିକ ମଧ୍ୟରେ ଏକ ସିଲ୍ ସୃଷ୍ଟି କରିଥାଏ ଏବଂ ଖାଦ୍ୟ କଣିକାଗୁଡ଼ିକୁ ବାହାର କରି ଡେଂଟ୍ୟୋରକୁ ସାରା ଦିନ ଦୃଢ ଭାବେ ଧରି ରଖିଥାଏ । ଏହାର ବିକଶିତ ଫିଟ ଏବଂ ଆମରାଦାୟକତା ଯୋଗୁଁ ଡେଂଟ୍ୟୋର ପିନ୍ଧୁଥିବା ବ୍ୟକ୍ତିମାନେ ସେମାନଙ୍କ ଡେଂଟ୍ୟୋର ବିଷୟରେ ଚିନ୍ତା କରିବା ବିନା ଖାଇବାକୁ, କଥା ହେବାକୁ, ହସିବାକୁ ଏବଂ ଆତ୍ମବିଶ୍ୱାସର ସହ ବଂଚିବାକୁ ସକ୍ଷମ ହୋଇଛନ୍ତି । ଏହି ଉତ୍ପାଦଟି ଜିଙ୍କ ସମେତ କୃତ୍ରିମ ରଙ୍ଗ ଏବଂ ସ୍ୱାଦ ରହିତ ହୋଇଥିବାରୁ ଖାଦ୍ୟର ସ୍ୱାଦ ସହ ଏହା କୌଣସି ପ୍ରକାରର ହସ୍ତକ୍ଷେପ କରିନଥାଏ । ପୋଲିଡେଂଟ ଡେଂଟ୍ୟୋର ଫିକ୍ସେଟିଭ ସମଗ୍ର ଭାରତରେ ଥିବା ଫାର୍ମାସିଜ ଏବଂ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମଗୁଡ଼ିକରେ ଉପଲବ୍ଦ ହେବ । ଏହା ୨୦ଗ୍ରାମର ପ୍ୟାକରେ ମାତ୍ର ୩୧୫ଟଙ୍କାରେ ଉପଲବ୍ଧ ହେବ ।
ପୋଲିଡେଂଟ, ସମଗ୍ର ବିଶ୍ୱରେ ଡେଂଟ୍ୟୋର ପିନ୍ଧୁଥିବା ଲୋକଙ୍କ ଜୀବନରେ ଏକ ଉଲ୍ଲେଖନୀୟ ଉନ୍ନତି ଆଣିଛି । ଜିଏସ୍‌କେ କଞ୍ଜ୍ୟୁମର ହେଲ୍‌ଥକେୟାର, ଓରାଲ ହେଲ୍‌ଥ,ଏରିଆ ମାର୍କେଟିଙ୍ଗ ଡାଇରେକ୍ଟର, ଅନୁରିତା ଚୋପ୍ରା କହିଛନ୍ତି ଯେ, “ବିଶ୍ୱସ୍ତରରେ ଏକ ଉପଭୋକ୍ତାଙ୍କ ପସନ୍ଦନୀୟ ଏବଂ ଅଗ୍ରଣୀ ଡେଂଟ୍ୟୋର କେୟାର ବ୍ରାଣ୍ଡ ଭାବେ ଆମେ ସୁନିଶ୍ଚିତ ଯେ ପୋଲିଡେଂଟ ଡେଂଟ୍ୟୋର ପିନ୍ଧୁଥିବା ଭାରତୀୟଙ୍କ ଦ୍ୱାରା ମଧ୍ୟ ବେଶ ଗ୍ରହଣୀୟ ହେବ ।”


Share It

Comments are closed.