ଭାରତରେ ସୋନିର ନୂତନ ଆଲ୍‌ଭା ୧ କ୍ୟାମେରାର ଶୁଭାରମ୍ଭ


ଭୁୁବନେଶ୍ୱର : ସେନ୍ସର ଏବଂ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ଅଧିକାର କରିଥିବା ସୋନି ପକ୍ଷରୁ ନୂତନ ଫୁଲ୍ ଫ୍ରେମ ମିରରଲେସ ଆଲଫା ୧ କ୍ୟାମେରା ବଜାରକୁ ଛଡାଯିବା ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ରହିଛି ନୂତନ ୫୦.୧ ମେଗା ପିକ୍‌ସେଲ୍ ଫୁଲ୍ ଫ୍ରେମରେ ଥିବା ଏକ୍ସମୋର ଆରଏସ୍ ସିଏମ୍‌ଓଏସ୍ ଇମେଜ୍ ସନ୍ସେର । ବ୍ଲାକ୍‌ଆଉଟ୍ ଫ୍ରି ସୁବିଧା ସହ ବାରମ୍ବାର ସେକେଣ୍ଡ ପ୍ରତି ୩୦ ଫ୍ରେମରେ ଶୁଟିଂ କରିପାରିବେ । ଅସାଧାରଣ ସ୍ପଷ୍ଟତା ଏବଂ ରିଜୋଲ୍ୟୁସନ୍ ପାଇଁ ୮କେ ୩୦ପି୩ ଭିଡିଓ ସୁବିଧା ମଧ୍ୟ ରହିଛି । ମଣିଷ ଓ ବନ୍ୟଜନ୍ତୁଙ୍କ ପାଇଁ ବିକଶିତ ରିଅଲ ଟାଇମ୍ ଆଇ ଏଫ୍ (ଅଟୋଫୋକସ୍‌୍‌) ଏବଂ ପକ୍ଷୀଙ୍କ ପାଇଁ ନୂତନ ରିଅଲ୍ ଟାଇମ୍ ଆଇ ଏଏଫ୍ ସହିତ ରିଅଲ୍ ଟାଇମ୍ ଟ୍ରାକିଙ୍ଗ୍ ବ୍ୟବସ୍ଥା ମଧ୍ୟ ରହିଛି । ଏଥିରେ ଏସ୍‌-ସିନେଟୋନ୍ କଲର୍ ମ୍ୟାଟ୍ରିକ୍ସର ସୁବିଧା ରହିଛି ଯାହା ଫୋନକୁ ଏକ ନୂତନ ରୂପ ପ୍ରଦାନ କରିଥାଏ । ୫.୫ ସ୍ଟେପ ଶଟର ସୁବିଧା ପାଇଁ ୫ ଆକ୍ସିସ୍ ଅପ୍ଟିକାଲ୍ ଇନ୍ ବଡି ଇମେଜ ରହିଛି ।

ଏହି ଅବସରରେ ସୋନି ଇଣ୍ଡିଆର ଡିଜିଟାଲ୍ ଇମେଜିଂ ବିଜନେଓ ହେଡ୍ ମୁକେଶ ଶ୍ରୀକାସ୍ତବ କହିଛନ୍ତି ଯେ, “ଆମେ ଲଗାତାର ଭାବେ ଆମ ଗ୍ରାହକଙ୍କ ମତାମତ ଶୁଣୁଛୁ ଏବଂ ବଜାରକୁ ଏପରି ଅଭିନବ ଉତ୍ପାଦ ଆଣିବାକୁ ଚେଷ୍ଟା କରୁଛୁ ଯାହା ସେମାନଙ୍କ ଆଶାଠାରୁ ଉର୍ଦ୍ଧକୁ ଯାଇପାରିବୁ । ଆଲଫା ୧ ବର୍ତ୍ତମାନ ଗ୍ରାହକଙ୍କ ସମସ୍ତ ଇଛାକୁ ପୂରା କରିପାରିଛି ବୋଲି ଆଶା କରିପାରୁଛୁ ।”


Share It

Comments are closed.