ଆର ପାରିରେ ମହାନ ହକି ଖେଳାଳୀ ତଥା ତିନିଥର ଅଲମ୍ପିକ ଗୋଲ୍ଡ ବିଜେତା ବଲବିର ସିଂହ


ପୂର୍ବ ହକି କ୍ୟାପ୍ଟେନ ଏବଂ ତିନିଥର ଅଲମ୍ପିକ ଗୋଲ୍ଡ ମେଡାଲିଷ୍ଟ ରହିଥିବା ୯୬ ବର୍ଷୀୟ ବଲବିର ସିଂହ ଆଉ ଆମ ଗହଣରେ ନାହାନ୍ତି । ସକାଳ ୬ଟା ବାଜି ୧୭ମିନିଟରେ ତାଙ୍କର ଦେହାନ୍ତ ହୋଇଯାଇଛି । ବଲବିରଙ୍କୁ ଗତ ୮ମେରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ମେହିଲାର ଫୋର୍ଟିସ ହସପିଟାଲରେ ଭର୍ତି କରାଯାଇଥିଲା ।


ଏହିଥର ସେ ଆରମ୍ଭରୁ ହିଁ ଭେଂଟିଲେଟରରେ ରହିଲେ ଏବଂ ଏହି ସମୟରେ ତାଙ୍କୁ ତିନିଥର ହାର୍ଟଆଟାକ ମଧ୍ୟ ଆସିଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତର ବିଗିଡ଼ିବାରେ ଲାଗିଲା ଏବଂ ଶେଷରେ ସୋମବାର ଦିନ ସେ ଏହି ଦୁନିଆରୁ ବିଦାୟ ନେଇଗଲେ । ବଲବିର ସିଂହ ସିନିୟର ସେକ୍ଟର ୩୬ ଚଣ୍ଡୀଗଡ଼ରେ ନିଜ ଝିଅ ସୁକବୀରଙ୍କ କୌର ଏବଂ ନାତି କବୀରଙ୍କ ସହିତ ରହୁଥିଲେ ।
ବଲବିର ସିଂହଙ୍କ ତିନିିଜଣ ପୁଅ କାନାଡ଼ାରେ ରୁହନ୍ତି । ବଲବିର ସିଂହ ସିନିୟର ଗତ ଅନେକ ସମୟ ଧରି ବେମାର ରହୁଥିଲେ । ଗତ ବର୍ଷ ମଧ୍ୟ ସେ ପିଜିଆଇରେ ଭର୍ତି ରହିଥିଲେ ଏବଂ ସେ ସମୟରେ ଜୀବନର ଲଢ଼େଇରେ ଜିତି ଘରକୁ ଫେରିଆସିଥିଲେ ।
ବଲବିରଙ୍କ ସଫଳତା
ବଲବିର ସିଂହ ସିନିୟର ଲଣ୍ଡନ ଅଲମ୍ପିକ୧୯୪୮, ହେଲସିଙ୍କି ଅଲମ୍ପିକ ୧୯୫୨ ଏବଂ ମେଳବର୍ଣ୍ଣ ଅଲମ୍ପିକ ୧୯୬୫ରେ ଗୋଲ୍ଡ ମେଡଲ ଜିତିଥିବା ଭାରତୀୟ ଟିମର ଅଂଶ ରହିଥିଲେ । ୧୯୫୬ ଅଲମ୍ପିକରେ ସେ ଭାରତୀୟ ହକି ଟିମର କ୍ୟାପ୍ଟେନ ହୋଇଥିଲେ । ଏହା ବ୍ୟତୀତ ସେ ୱର୍ଲଡକପ ୧୯୭୧ରେ ବ୍ରୋଞ୍ଜ ଏବଂ ୱର୍ଲ୍ଡକପ ୧୯୭୫ରେ ଗୋଲ୍ଡ ଜିତିଥିବା ଭାରତୀୟ ହକି ଟିମର ମୁଖ୍ୟ କୋଚ ଥିଲେ ।

BALBIR-SR-2-Sportsstar-The-Hindu


Share It

Comments are closed.