ପାତ୍ରପଡ଼ାରେ ଖୋଲିଲା ଡ଼ି ଏନ ରେଗାଲିଆର ନୂତନ ମଲ


ଡ଼ିଏନ ରେଗାଲିଆ ହେଉଛି ରାଜ୍ୟର ଏକ ପ୍ରତିଷ୍ଠିତ ରିଅଲିଟି ପ୍ରମୁଖ ଡ଼ିଏନ ହୋମ୍ସର ଏକ ବ୍ୟବସାୟିକ ପ୍ରତିଷ୍ଠାନ । ଉକ୍ତ ପ୍ରତିଷ୍ଠାନଟି ପାତ୍ରପଡ଼ାରେ ଏକ ବିଶାଳ ୬,୦୦,୦୦୦ ବର୍ଗଫୁଟ୍ ଅଞ୍ଚଳରେ ପରିବ୍ୟାପ୍ତ ସମୃଦ୍ଧ ଅଞ୍ଚଳ, ଯେଉଁଥିରେ ଏକ ସପିଂ ମଲ୍, ମଲ୍ଟିପ୍ଲେକ୍ସ, ହୋଟେଲ ଏବଂ ଫୁଡ଼୍ ହବ୍ ରହିଛି ।
ଡ଼ିଏନ ରେଗାଲିଆ ଆନୁଷ୍ଠାନିକଭାବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୧ ଡ଼ିସେମ୍ବର ୨୦୧୮ରେ ଶୁଭ ଉନଘାଟନ ହୋଇଛି ।
ଉକ୍ତ ମଲ୍ରେ ଗ୍ରାହକ ମାନଙ୍କ ନିମନ୍ତେ ଆନ୍ତର୍ଜାତୀୟ, ଜାତୀୟ ଏବଂ ଆଞ୍ଚଳିକ ବ୍ରାଣ୍ଡର ଏକ ସମ୍ଭାର ଉପଲବ୍ଧ ହେବ, ଯେଉଁମାନେକି ଜୀବନରେ ସର୍ବଦା ଉକ୍ତୃଷ୍ଟତାର ଅନୁସନ୍ଧାନରେ ଥାଆନ୍ତି । ଏହା ପରିଛନ୍ନ ପରିବେଶରେ କିଣାକିଣିର ଏକ ଅନନ୍ୟ ଅନୁଭୂତି ସହିତ ଖାଦ୍ୟ, ଫ୍ୟାସନ ଏବଂ ଆମୋଦ ପ୍ରମୋଦ ପାଇଁ ବିଭିନ୍ନ ବିକଳ୍ପ ଯୋଗାଇଦେବ ।
ଡ଼ିଏନ ରେଗାଲିଆ ଆଏନକ୍ସ ସହିତ ମିଳିତହୋଇ ୮୦୦ ସିଟ୍ ବିଶିଷ୍ଟ ମଲ୍ଟିପ୍ଲେକ୍ସ ସହିତ ଆସୁଛି । ଫ୍ୟାସନ ବିଭାଗରେ ସେଠାରେ ଉପସ୍ଥିତଥିବା ବିଭିନ୍ନ ବିଭାଗ ଗୁଡ଼ିକ ମଧ୍ୟରେ ମ୍ୟାକ୍ସ, ସ୍ପାଲଶ, ଜୁଡ଼ିଓ ଏବଂ ଇଜି ବାଏ ପ୍ରମୁଖ ଅନ୍ତର୍ଭୂକ୍ତ ଥିବାବେଳେ ବିଗ ବଜାର ଏକ ଉନ୍ନତ ବିଭାଗରୁପେ ସେବା ପ୍ରଦାନ କରିବ । ଉକ୍ତ ମଲ୍ ଏଫ ଆଣ୍ଡ ବିକୁ ଏକ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରିବା ସହିତ ଏକ ଫୁଡ଼୍ ହବ୍ ପ୍ରତିଷ୍ଠା କରିଛି । ଏଥି ସହିତ ଏଠାରେଥିବା ଫୁଡ଼୍ କୋର୍ଟ, ଯେଉଁଥିରେ ୧୦ -୧୨ ଉକ୍ତୃଷ୍ଟ ଡ଼ାଇନ କନସେପ୍ଟ ରହିଛି । ବର୍ଗର କିଙ୍ଗ, ପିଜା ହଟ୍, ସବ୍ ଓୟେ, ଏସିଆ ୭, ଷ୍ଟ୍ରିଟ ଫୁଡ୍ସ ବାଏ ପଞ୍ଜାବ୍ ଗ୍ରିଲ, ୱାଓ ମୋମୋଜ୍ ଗୁଡ଼ିକ ହେଉଛି ଡ଼ି ଏନ ରେଗାଲିଆରେଥିବା କେତୋଟି ଏଫ ଆଣ୍ଡ ବି ବ୍ରାଣ୍ଡ, ଯାହାକି ଏହାର ଗ୍ରାହକ ମାନଙ୍କୁ ସନ୍ତୁଷ୍ଠି ପ୍ରଦାନ କରିବାରେ ସକ୍ଷମ ହୋଇପାରିବ । ସବୁଠାରୁ ଗୌରବର ବିଷୟ ଏହିକିଯେ, ଡ଼ି ଏନ ରେଗାଲିଆ ପକ୍ଷରୁ ପ୍ରଥମଥର ପାଇଁ ଓଡ଼ିଶାରେ ତାଜ୍ ଦ୍ୱାରା ଭିଭାନ୍ତକୁ ଅଣାଯାଇଛି, ଯାହାକି ଉକ୍ତ ମଲର ଏକ ବୈଶିଷ୍ଟ୍ୟ ହୋଇଥିବାବେଳେ ଏହା ଓଡ଼ିଶାରେ ଆତିଥ୍ୟ କ୍ଷେତ୍ରରେ ଏକ ନୂତନ ବେଞ୍ଚମାର୍କ ସୃଷ୍ଟି କରିପାରିଛି ।

ଡ଼ି ଏନ ରେଗାଲିଆ ପକ୍ଷରୁ ଏକ ସ୍ୱତନ୍ତ୍ର କିଣାକିଣି ଏବଂ ଡ଼ାଇନିଂ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରସ୍ତୁତ, ଯେଉଁଠାରେ ରହିଛି ବ୍ରାଣ୍ଡ ମାନଙ୍କର ସମ୍ଭାର, ସ୍ୱତନ୍ତ୍ରତା ଏବଂ ସୌନ୍ଦର୍ଯ୍ୟର ଏକ ମିଶ୍ରଣ । ସତରେ କହିବାକୁଗଲେ କୌତୁକ, ଖାଦ୍ୟ, ଫ୍ୟାସନ୍ ଏବଂ ଆମୋଦ ପ୍ରମୋଦର ଏକତ୍ରଭାବେ ସନ୍ଧାନ ଉକ୍ତ ମଲର ଶୁଭ ଉଦଘାଟନ ଦ୍ୱାରା ୨୧ ଡ଼ିସେମ୍ବର ୨୦୧୮ରେ ସମାପ୍ତ ହେଉଛି ।
ଏହି ଅବସରରେ, ଡ଼ି ଏନ୍ ହୋମ୍ସ ପକ୍ଷରୁ ଏହାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଜଗଦିଶ୍ ପ୍ରସାଦ ନାଏକ୍ କହିଛନ୍ତିଯେ, “ଉକ୍ତ ମଲ୍ ଭୁବନେଶ୍ୱର, ଜଟଣୀ ଏବଂ କଟକ ବାସିନ୍ଦାଙ୍କ ପାଇଁ କେବଳଯେ ପରିବାର ସହିତ ବୁଲିବାକୁ ଆସିବା ଗନ୍ତବ୍ୟସ୍ଥଳ ନୁହେଁ, ଏହା ଆହୁରୀ ମଧ୍ୟ ପଡ଼ୋଶୀ ଅଞ୍ଚଳ ମାନଙ୍କର ରିଟେଲ ଆବଶ୍ୟକତା ମଧ୍ୟ ପୂରଣ କରିବାରେ ସହାୟକ ହୋଇପାରିବ । ଆମ୍ଭେମାନେ ଆମର ଅତିପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିଭଙ୍ଗି ଦ୍ୱାରା ଅନୁପ୍ରାଣିତ । ଉକ୍ତ ପ୍ରକଳ୍ପ ହେଉଛି ସ୍ମାର୍ଟ ସିଟି ଭୁବନେଶ୍ୱରର ସମୃଦ୍ଧି ତଥା ଉନ୍ନତି ପଥରେ ଏକ ବାହକ ସଦୃଶ, ଯାହାକି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏକ ଲକ୍ଷ୍ୟହୋଇ ରହିଛି । ଆହୁରୀ ମଧ୍ୟ ଏହି ପ୍ରକଳ୍ପ ଉକ୍ତ ଅଞ୍ଚଳରେ ୨୦୦୦ରୁ ଉର୍ଦ୍ଧ ଲୋକମାନଙ୍କୁ କର୍ମନିଯୁକ୍ତ ପ୍ରଦାନ କରିବ ।”
ଏକ ମଲ୍ ପରିଚାଳନା ବିଶେଷଜ୍ଞ କମ୍ପାନୀ, ସ୍କୋୟାରଫିଟ୍ ମଲ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିଃ. ଉକ୍ତ ମଲର ସମ୍ପୁର୍ଣ୍ଣ ପରିଚାଳନା ଏବଂ ସଂଚାଳନା ଦାୟିତ୍ୱ ନୀର୍ବାହ କରିଛି, ଯାହାରକି ସମ୍ପୁର୍ଣ୍ଣ ଭାରତରେ ଏବଂ ବାହାରେ ମଧ୍ୟ ଉପସ୍ଥିତି ରହିଛି ।


Share It

Comments are closed.