କ୍ରୋମାର ‘ବ୍ୟାକ ଟୁ କ୍ୟାମ୍ପସ ସେଲ’ରେ ଲାପଟପ ଦାମ ୨୮,୯୯୦ ଟଙ୍କାରୁ ଆରମ୍ଭ

Share It

 

ଭୁବନେଶ୍ୱର: ଭାରତର ପ୍ରଥମ ଓ ବିଶ୍ୱସନୀୟ ଓମନି ଚ୍ୟାନେଲ ଇଲେକ୍ଟ୍ରୋନିକ୍ସ ରିଟେଲର ଟାଟା ଗ୍ରୁପର କ୍ରୋମା ପକ୍ଷରୁ ‘ବ୍ୟାକ ଟୁ କ୍ୟାମ୍ପସ ସେଲ’ ଘୋଷଣା କରାଯାଇଛି। ଆଧୁନିକ ଶିକ୍ଷାଦାନ ପଦ୍ଧତିର ମୂଳରେ ପ୍ରଯୁକ୍ତି ରହିଥିବା ବେଳେ ଏହି ସେଲ ଛାତ୍ରଛାତ୍ରୀ ଓ ପ୍ରଯୁକ୍ତିପ୍ରେମୀଙ୍କୁ ସଶକ୍ତ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଆକଂକ୍ଷୀ ଡିଜାଇନର, ଏଆଇ-ପ୍ରଥମ କୋଡର, ପରବର୍ତୀ ପିଢ଼ିର ଗେମର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି ସେଲରେ ଲାପଟପ, ଟାବଲେଟ, ସ୍ମାର୍ଟଫୋନ, ଆସେସୋରି ଆଦି ଉପରେ ଆକର୍ଷଣୀୟ ଡିଲ ରହିଛି।
ଶ୍ରେଷ୍ଠ ବ୍ରାଣ୍ଡ, ଜିରୋ କଷ୍ଟ ଇଏମଆଇ, କ୍ୟାସବ୍ୟାକ ଓ ସ୍ୱତନ୍ତ୍ର ଛାତ୍ରଛାତ୍ରୀ ବଣ୍ଡଲ ଲାଭ ସହିତ ଏହି ସେଲ ଶିକ୍ଷା ଓ କ୍ରିଏଟିଭ ଭବିଷ୍ୟତରେ ନିବେଶ କରିବାର ସୁଯୋଗ ଆଣିଛି। ଏଥିରେ ମ୍ୟାକବୁକ ଏୟାର ଏମ୨ର ଦାମ ୪୬,୩୯୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ରହିଛି। ସେହିପରି ସାମସଙ୍ଗ ଗାଲାକ୍ସି ଟ୍ୟାବ ଏସ୯ ୫ଜିକୁ ମାସିକ ୩୮୪୯ ଟଙ୍କା ଦେଇ ହାସଲ କରିହେବ। ଏଆଇ ୱିଣ୍ଡୋ ଲାପଟପ ଦାମ ୫୫,୯୯୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ମଧ୍ୟ ଜିରୋ କଷ୍ଟ ଇଏମଆଇ ଓ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ରହିଛି।
ଦେଶର ୨୦୦ରୁ ଅଧିକ ସହରରେ କ୍ରୋମାର ୫୬୦ ଷ୍ଟୋରର ବ୍ୟାପକ ନେଟୱର୍କ ରହିଛି ଯାହା ମେଟ୍ରୋ, ଦ୍ୱିତୀୟ ଶ୍ରେଣୀ ଓ ତା’ଠାରୁ ବାହାରେ ଥିବା ସହରରେ ଛାତ୍ରଛାତ୍ରୀଙ୍କୁ ସେଲର ଲାଭ ମିଳିବା ସୁନିଶ୍ଚିତ କରିବ।
ସମସ୍ତ ମେଟ୍ରୋରେ ଏଆଇ ପିସି ଦାମ ୫୪,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ଗେମିଂ ଲାପଟପ ଦାମ ୫୨,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ମୁମ୍ବାଇ, ପୁନେ ଓ ବାଙ୍ଗାଲୋରରେ ରାଇଜେନ ୫ ଲାପଟପ ଦାମ ୩୯,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ଦିଲ୍ଲୀ ଏନସିଆର, ତାମିଲନାଡୁ ଓ ଗୁଜରାଟ (ରିଜିଅନ-୨) ଏବଂ ହାଇଦ୍ରାବାଦ ମେଟ୍ରୋରେ ଇଂଟେଲ ଆଇ୫ ଲାପଟପ ଦାମ ୪୭,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ସର୍ବଭାରତୀୟ ସ୍ତରରେ ରାଇଜେନ ୩ ଲାପଟପ ଦାମ ୨୮,୯୯୦ ଟଙ୍କାରୁ ଆରମ୍ଭ ହୋଇଛି।
ଓଡ଼ିଶା ସମେତ ରାଜସ୍ଥାନ, ଗୋଆ, କେରଳ, ୟୁପି, ପଶ୍ଚିମବଙ୍ଗ, ଉତର ପୂର୍ବାଚଂଳ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଂଜାବ, ହରିୟାଣା, ଉତରାଖଣ୍ଡ ଓ ମଧ୍ୟପ୍ରଦେଶରେ ଇଂଟେଲ ଆଇ୩ ଲାପଟପ ଦାମ ୩୨,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ଗୁଜରାଟ ରିଜିଅନ-୧ରେ ରାଇଜେନ ୫ ଲାପଟପ ଦାମ ୩୯,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ଅଣ ମେଟ୍ରୋ ସହରଗୁଡ଼ିକ ପାଇଁ ଗେମିଂ ଲାପଟପ ଦାମ ୫୨,୯୯୦ ଟଙ୍କାରୁ ଆରମ୍ଭ ହୋଇଛି।
ଗ୍ରାହକମାନେ ସମ୍ପୂର୍ଣ୍ଣ ବର୍ଗମାଳା ବିଷୟରେ ଜାଣିବାଲାଗି ନିକଟସ୍ଥ କ୍ରୋମା ଷ୍ଟୋର ପରିଦର୍ଶନ କରିପାରିବେ କିମ୍ବା www.croma.com.ରେ ଅନଲାଇନ ସପିଂ କରିପାରିବେ।


Share It

Comments are closed.