ଖୁବଶୀଘ୍ର ଖୋଲିପାରେ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ, କିଛି ଏପରି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ


ଖୁବ୍ ଶୀଘ୍ର ରାଜ୍ୟରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଏ ନେଇ ଟ୍ୱିଟ ଯୋଗେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଭିନ୍ନ ଜିଲ୍ଲାରେ ଥିବା ଧର୍ମାନୁଷ୍ଠାନ ଖୋଲାଯିବ । ଏ ନେଇ ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର କ୍ଷମତା ପ୍ରଦାନ କରିଛନ୍ତି । ବିଭିନ୍ନ କମିଟି ସହ ଆଲୋଚନା କରିବା ପରେ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।

ଅନ୍ୟପଟରେ ରାଜ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡିଛନ୍ତି । ନିଜ ଜିଲ୍ଲାରେ କୋଭିଡ୍ ସ୍ଥିତି ଦେଖି ସେମାନେ ମନ୍ଦିର ଖୋଲିବା ସଂପର୍କରେ ନିଷ୍ପତ୍ତି ନେବେ । ପୂର୍ବରୁ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇସାରିଛି । ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ପରେ ଏବେ ରାଜ୍ୟର ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଦାବି ଜୋର୍ ଧରିଥିଲା । ମନ୍ଦିର ଖୋଲିବା ନିଷ୍ପତ୍ତି ହୋଇପାରୁନଥିବାରୁ ବିଭିନ୍ନ ମନ୍ଦିରର ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ସମସ୍ତଙ୍କ ଭାବାବେଗକୁ ନଜରରେ ରଖି ଅନ୍ୟ ମନ୍ଦିର ଓ ଧର୍ମାନୁଷ୍ଠାନ ବି ଖୋଲିବା ଦରକାର ବୋଲି ଦାବି ହୋଇଛି ।


Share It

Comments are closed.