ଭାରତୀୟ ସାଙ୍କେତିକ ଭାଷାକୁ ସରକାରୀ ମାନ୍ୟତା ଦିଆଯିବା ଉଚିତ: ବୈଭବ କୋଠାରି


ଭୁବନେଶ୍ୱର :୧.୩ ମିଲିୟନରୁ ଅଧିକ ମୁକ ଓ ବଧିର ନାଗରିକ ଥିବା ଭାରତ ବର୍ଷରେ ଭାରତୀୟ ସାଙ୍କେତିକ ଭାଷା (ଆଇଏସ୍‌ଏଲ୍‌)କୁ ଭାରତୀୟ ସମ୍ବିଧାନ ଅଧୀନରେ ୨୩ତମ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରାଯିବା ଉଚିତ ବୋଲି କୋଲ୍‌କାତାସ୍ଥିତ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକର୍ତା ସନ୍ଦୀପ ଭୁଟୋରିଆଙ୍କ ଦ୍ୱାରା ଆୟୋଜିତ ଏକ ୱେବିନାର୍‌- ୱିନିଙ୍ଗ୍ ଚ୍ୟାଲେଞ୍ଜେସ୍‌’ରେ ଜଣେ ମୁକ ଓ ବଧିର ଉଦ୍ୟୋଗୀ, ଇଞ୍ଜିନିୟର ତଥା ମୋଟିଭେସ୍‌ନାଲ ସ୍ପିକର୍ ବୈଭବ କୋଠାରି କହିଛନ୍ତି । ବୈଭବ ଏହି ୱେବିନାର୍‌ରେ ଜଣେ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ ଓ ବିଶ୍ୱର ବିଭିନ୍ନ ଅଂଶରୁ ଯୋଗ ଦେଇଥିବା ଲୋକମାନଙ୍କ ସହ ସାଙ୍କେତିକ ଭାଷା ଓ ଜରେ ଇଂଟର୍‌ପ୍ରିଟର୍‌ଙ୍କ ବ୍ୟବହାର କରି କଥା ହୋଇଥିଲେ । ବୈଭବ ଭାରତ ସରକାରଙ୍କୁ ଲକ୍ଷ ଲକ୍ଷ ମୁକବଧିର ନାଗରିକଙ୍କ ଆବେଦନ ଶୁଣିବାକୁ ଏବଂ ଉଚ୍ଚ ଶିକ୍ଷା ହାସଲ କରିବା ଓ ଦେଶ ନିର୍ମାଣରେ ସେମାଙ୍କର ପ୍ରଭାବୀ ଯୋଗଦାନ ପାଇଁ ଭାରତୀୟ ସାଙ୍କେତିକ ଭାଷା (ଆଇଏସ୍‌ଏଲ୍‌)କୁ ପ୍ରୋତ୍ସାହିତ କରି ସେମାନଙ୍କ ସଶକ୍ତ କରିବାକୁ ଆହ୍ୱାନ କରିଥିଲେ । ବୈଭବ କହିଥିଲେ ଯେ, ଭାରତ ଯେପରି ଆମର ପ୍ରାଚୀନ ସଂସ୍କୃତ ଭାଷାକୁ ପ୍ରୋତ୍ସାହିତ କରୁଛି ସେହିପରି ଆଇଏସ୍‌ଏଲ୍‌କୁ ମଧ୍ୟ ଭାରତୀୟ ସମ୍ବିଧାନ ଅନ୍ତର୍ଭୁକ୍ତ କରାଯିବା ଉଚିତ । ଯାହାଫଳରେ ଶୁଣି ପାରୁନଥିବା ଓ କହି ପାରୁନଥିବା ଲକ୍ଷ ଲକ୍ଷ ଭାରତୀୟ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ଓ ଅନ୍ୟାନ୍ୟ ସୁଯୋଗ ହାତଛଡା ନକରିବା ପାଇଁ ସଶକ୍ତ ହୋଇପାରିବେ ।
ନୂଆ ଶିକ୍ଷା ନୀତିକୁ ପ୍ରଶଂସା କରି ବୈଭବ କହିଥିଲେ, ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ଏଥିପାଇଁ ୩୦ ବର୍ଷରୁ ଅଧିକ ସମୟ ହେବ ଲଢିଆସୁଛନ୍ତି । ଏଥିସହିତ ବୈଭବ, ସନ୍ଦୀପ ଭୁଟୋରିଆଙ୍କ ପରାମର୍ଶକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି ଯେ, ବଧିରମାନଙ୍କ ପାଇଁ ନିଜ ଦୁନିଆ କିମ୍ବା ଡିଫ୍‌-ଇକୋ ସିଷ୍ଟମର ଦାବିଗୁଡିକୁ ଉପସ୍ଥାପନ କରିବା ଲାଗି ସମ୍ବିଧାନରେ ଏକ ସିଟ୍ ସଂରକ୍ଷିତ ରଖାଯିବା ଉଚିତ । ସାଙ୍କେତିକ ଭାଷାଗୁଡିକ ହେଉଛି ନିଜସ୍ୱ ବ୍ୟାକରଣ ଓ ଶବ୍ଦକୋଷ ସହିତ ସମ୍ପୂର୍ଣ୍ଣ ପ୍ରାକୃତିକ ଭାଷା ଅଟେ । ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ପ୍ରାୟ ୧.୩ ମିଲିୟନ ଲୋକଙ୍କର ଶ୍ରମଣ ଅକ୍ଷମତା ରହିଛି । କିନ୍ତୁ ଭାରତର ନ୍ୟାସ୍‌ନାଲ ଆସୋସିଏଶନ ଅଫ୍ ଡିଫ୍‌ର ଆକଳନ ମୁତାବକ, ପ୍ରାୟୟ ୧୮ ମିଲିୟନ ଲୋକ ବା ଭାରତୀୟ ଜନସଂଖ୍ୟାର ପ୍ରାୟ ୧% ଲୋକ ବଧିର କିମ୍ବା ଶବଚ୍ଚ ଶକ୍ତି ହରାଇଛନ୍ତି । ଅନ୍ୟପକ୍ଷରେ ସନ୍ଦୀପ ଭୁଟୋରିଆ କହିଛନ୍ତି, ଲକ୍‌ଡାଉନ୍ ସମୟରେ ଭାରତର ବଧିର ସମୁଦାୟ ବିଜ୍ଞପ୍ତି, ସ୍ପଷ୍ଟୀକରଣ ଓ ହେଲ୍ପଲାଇନ୍‌ଗୁଡିକୁ କଲ୍ କରିବା ଭଳି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା । ବତ;ମାନର ନୂଆ ଅନ୍‌ଲାଇନ୍ ଶିକ୍ଷା ପ୍ରଣାଳୀ ଅଧୀନରେ ମଧ୍ୟ ବଧିର ପିଲାମାନେ ଶିକ୍ଷା ହାସଲ କରିବାକୁ ଅସମର୍ଥ ହେଉଛନ୍ତି କାରଣ ଅଧିକାଂଶ ପିତାମାତା ସାଙ୍କେତିକ ଭାଷା ଜାଣିନାହାନ୍ତି । ତେଣୁ ନୂଆ ଶିକ୍ଷା ନୀତି ନିଶ୍ଚିତ ରୂପେ ଭାରତୀୟଙ୍କୁ ଆଇଏସ୍‌ଏଲ୍ ଉପରେ ଶିକ୍ଷିତ କରିବା ଉଚିତ ଓ ଏହାକୁ ସରକାରୀ ଭାଷା କରିବା ଉଚିତ । ବୈଭବଙ୍କ ସହ ହୋଇଥିବା ଏହି ବ୍ୟକ୍ତିଗତ ଆଲୋଚନାକୁ ମୁକବଧିରମାନଙ୍କ ମଙ୍ଗଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ହାଇଲାଇଟ୍ କରିବାକୁ ମୁଁ ନିଷ୍ପତି ନେଇଥିଲି ଯାହାକୁ ଭାରତରେ ଅଣଦେଖା କରାଯାଉଛି । ସୂଚନାଯୋଗ୍ୟ ଯେ, ଭାରତ ସରକାର ୨୦୧୫ରେ ଦିଲ୍ଲୀଠାରେ ଭାରତୀୟ ସାଙ୍କେତିକ ଭାଷା ଅନୁସନ୍ଧାନ ଓ ପ୍ରଶିକ୍ଷଶ କେନ୍ଦ୍ର ସ୍ଥାପନା କରିଥିଲେ ଓ ମାର୍ଚ୍ଚ ୨୦୧୮ରେ ଭାରତୀୟ ସାଙ୍କେତିକ ଭାଷା ଶବ୍ଦକୋଷର ଉନ୍ମୋଚନ କରାଯାଇଥିଲା । ଭାରତର ଏବେ ନିଜସ୍ୱ ସାଙ୍କେତିକ ଭାଷା ରହିଛି । ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ୧୩୦ରୁ ଅଧିକ ପ୍ରକାରର ସାଙ୍କେତିକ ଭାଷା ରହିଛି ।


Share It

Comments are closed.