ସରକାର ଜାରି କଲେ କଡା ନିର୍ଦ୍ଦେଶ: ସବୁ ଅନଲାଇନ୍ ଗେମିଂ ବିଜ୍ଞାପନରେ ସତର୍କତା ବାର୍ତ୍ତା ବାଧ୍ୟତାମୂଳକ


କେନ୍ଦ୍ର ସରକାର ବିଭିନ୍ନ ଅନଲାଇନ୍ ଗେମିଂ ଆପ୍‌ର ଠକେଇ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ରୋକିବା ପାଇଁ ଅଣ୍ଟା ଭିଡିଛନ୍ତି । ଏହି ସବୁ ଫେକ୍ ଗେମିଂ ଆପ୍ଲିକେସନ ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ଆଇନ୍ ଆଣିବାକୁ ଯାଉଛନ୍ତି । ଏହାସହ ବିଭିନ୍ନ ଟିଭି ଚ୍ୟାନେଲକୁ ଏପରି ଗେମ୍ ବାବଦରେ ବିଜ୍ଞାପନ ଦେବା ପୂର୍ବରୁ ସଠିକ ଭାବେ ଏହାର ସତ୍ୟତା ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଶୁକ୍ରବାର ଏକ ଆଡଭାଇଜରୀ ଜାରି କରି କହିଛି ଯେ, ଅନେକ ଟିଭି ଚ୍ୟାନେଲ୍ ଅନଲାଇନ୍ ଫ୍ୟାଣ୍ଟାସୀ ଗେମିଂ ଆପ୍ ବାବଦରେ ବିଜ୍ଞାପନ ଦେଖାଉଛନ୍ତି । ଏହାସହ କିପରି ଏହି ଆପରେ ଆର୍ଥିକ କ୍ଷତି ସହିବାର ସମ୍ଭାବନା ଅଛି ସେନେଇ କିଛି କହୁ ନାହାଁନ୍ତି । ଏପରି ଅନେକ ଆପ୍ ଅଛି ଯେଉଁଥିରେ ଜୁଆ ଖେଳ ହୁଏ । ଟଙ୍କା କାରବାର ହୁଏ ।

ଏହି ଆଇଭାଇଜାରୀ ଆସନ୍ତା ୧୫ ତାରିଖରୁ ଲାଗୁ ହେବ । ଏପରିକି କୌଣସି ୧୮ ବର୍ଷରୁ କମ୍ ଯୁବକ ଯେପରି ଏହି ଖେଳ ଦ୍ୱାରା ଟଙ୍କା ଜିତୁଥିବା ବିଜ୍ଞାପନରେ ନଆସେ ସେନେଇ ଟିଭି ଚ୍ୟାନେଲ ଦୃଷ୍ଟି ଦେବେ । ଏପରିକି ଖବର କାଗଜକୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି । ମୋଟ୍ ବିଜ୍ଞାପନର ୨୦ ପ୍ରତିଶତ ଅଂଶରୁ କମ ଅଂଶରେ ଏହି ବିଜ୍ଞାପନ ଆସିବା ଆବଶ୍ୟକ । ସେହିପରି ଅଡିଓ ଭିଜୁଆଲରେ ମଧ୍ୟ ସାଧାରଣ ସ୍ୱରରେ ଓ ସମାନ ଭାଷାରେ ଏହି ବିଜ୍ଞାପନ ପ୍ରସାରଣ କରାଯାଇ ପାରିବ ।

ଏହି ଅନଲାଇନ୍ ଗେମିଂକୁ ରୋଜଗାରର ପନ୍ଥା ଭାବେ ଦର୍ଶାଇବାକୁ ସରକାର ମନା କରିଛନ୍ତି । ଏହାସହ ଏହି ଆଡରେ ପ୍ରଦର୍ଶିତ ବ୍ୟକ୍ତିବିଶେଷଙ୍କୁ ଅନ୍ୟମାନଙ୍କଠୁ ସଫଳ ଭାବେ ବିବେଚନା କରାଯାଇ ପାରିବ ନାହିଁ ବୋଲି ସରକାର ଆଡଭାଇଜାରୀରେ ସୂଚନା ଦେଇଛନ୍ତି ।


Share It

Comments are closed.