ଗୁଗୁଲ ପାଳନ କଲା ଗୌହର ଜାନଙ୍କ ୧୪୫ତମ ଜନ୍ମ ଉତ୍ସବ


ଗୁଗୁଲ ପକ୍ଷରୁ ବିଶିଷ୍ଟ ସଂଙ୍ଗୀତଜ୍ଞ ଏବଂ ନର୍ତ୍ତକୀ ଗୌହର ଜାନଙ୍କ ଆଜି ୧୪୫ତମ ଜନ୍ମ ବାର୍ଷିକ ପାଳନ କରାଯାଉଛି । ସେଥିପାଇଁ ଗୁଗୁଲ ଏକ ଡୁଡୁଲ ପ୍ରସ୍ତୁତ କରି ତାଙ୍କର ଜନ୍ମଦିନ ପାଳନ କରୁଛି । ଗୌହର ଜାନଙ୍କ ଜନ୍ମ ୧୮୭୩ ମସିହା ୨୬ ଜୁନରେ ହୋଇଥିଲା । ସେ ହେଉଛନ୍ତି ପ୍ରଥମ ଭାରତୀୟ ଗାୟିକା ଯିଏକି ନିଜର ସଂଙ୍ଗୀତକୁ ୭୮ ଆରପିଏମରେ ରେକର୍ଡିଙ୍ଗ କରିଥିଲେ । ତାଙ୍କର ଏହି ରେକର୍ଡିଙ୍ଗକୁ ପ୍ରଥମେ ଗ୍ରାମୋଫୋନ କମ୍ପାନୀ ଅଫ ଇଣ୍ଡିଆ ଲୋକଲୋଚନକୁ ଆଣିଥିଲେ ।
ଗୌହର ଜାନ ଉତ୍ତରପ୍ରଦେଶର ଅଜମଗଡରେ ଜନ୍ମ ଗ୍ରହଣ କରିଥିଲେ, ଯାହାଙ୍କର ପ୍ରକୃତ ନାମ ଥିଲା ଏଞ୍ଜେଲିନା ୟାୱାର୍ଡ । ସେ ଆମେରିକା ପରିବାରରେ ସମ୍ବନ୍ଧ ରଖିଥିଲେ । ତାଙ୍କର ମାତା ଭିକ୍ଟୋରିଆ ହେମିଙ୍ଗ ଜଣେ ଭାରତୀୟ ଥିଲେ, ଯିଏକି ସଂଙ୍ଗିତ ଏବଂ ନୃତ୍ୟ ପାଇଁ ପ୍ରସିଦ୍ଧ ଥିଲେ । ସ୍ୱାମୀଙ୍କ ସହ ଛାଡପତ୍ର ପରେ ଭିକ୍ଟୋରିଆ ଝିଅ ଏଞ୍ଜେଲିନାଙ୍କୁ ନେଇ ଖୁର୍ସିଦ ନାମକ ଜଣେ ବ୍ୟକ୍ତିଙ୍କ ସହ ବନାରସ ଚାଲିଯାଇଥିଲେ । ଏହା ପରେ ଉଭୟ ମାଁ ଏବଂ ଝିଅ ଇସଲାମ ଧର୍ମ ଗ୍ରହଣ କରିଥିଲେ ।

ଧର୍ମ ପରିବର୍ତ୍ତନ ପରେ ଭିକ୍ଟୋରିଆ ନିଜ ନାମକୁ ବଦଳାଇ ମଲ୍ଲିକା ଜାନ ଏବଂ ଝିଅର ନାମ ଗୌହର ଜାନ ରଖିଥିଲେ । ସଙ୍ଗୀତରେ ଗୌହର ଜାନଙ୍କ ପ୍ରକୃତ ପରିଚୟ କଲିକତାରୁ ହିଁ ଆରମ୍ଭ ହୋଇଥିଲା । ଏଠାରେ ରହିବା ସମୟରେ ସେ ହିନ୍ଧୁସ୍ତାନି ଶାସ୍ତ୍ରୀୟ ସଂଙ୍ଗୀତ, କରିତନ , ରବିନ୍ଧ୍ର ସଂଙ୍ଗୀତ ଏବଂ ଅନ୍ୟାନ୍ୟ ସଂଙ୍ଗୀତ ମଧ୍ୟ ଶିଖିଥିଲେ । ଗୌହର ଜାନ ପ୍ରଥମଥର ପାଇଁ କଲିକତାରୁ ବାହାରେ୧୮୮୭ ମସିହା ବିହାରରେ ସଂଙ୍ଗୀତର ପ୍ରଦର୍ଶନ କରିଥିଲେ ।
ତାଙ୍କର ନୃତ୍ୟ କଳା ଦେଖିକି ତାଙ୍କୁ ‘ପ୍ରଥମ ନର୍ତ୍ତକୀ’ର ଆଖ୍ୟ ଦିଆଯାଇଥିଲା । ଗୌହର ହିନ୍ଦୁସ୍ତାନି, ବଙ୍ଗଳା, ଗୁଜୁରୀଟି, ମରାଠି, ତାମିଲ, ଆରବ, ଫାର୍ସି, ଫାସ୍ତୋ, ଇଂରାଜି ଏବଂ ଫ୍ରଞ୍ଚ ସଂଙ୍ଗୀତରେ ୬୦୦ରୁ ଉଦ୍ଧ୍ୱର୍ ଡିସ୍କ ବାହାର କରିଥିଲେ । ସେ ବହୁତ ଧନୀ ସହ ଲୋକପ୍ରିୟ ହେବା ସତ୍ତେ୍ୱ ତାଙ୍କ ଜୀବନ ବହୁତ ଦୁଃଖପୂର୍ଣ୍ଣ ଥିଲା । ସେ ପ୍ରେମରେ ଧୋକା ଖାଇଲା ପରେ ସାରା ଜୀବନ ଅବିବାହିତ ରହିବେ ବୋଲି ନିର୍ଣ୍ଣୟ ନେଇଥିଲେ । ୧୯୩୦ ମସିହା ଜାନୁଆରୀ ୧୭ରେ ସେ ମୃତ୍ୟୁବରଣ କରିଥିଲେ ।


Share It

Comments are closed.