ହଲିଉଡ ପ୍ରେମୀଙ୍କ ପାଇଁ ଖୁସି ଖବର: ଏବେ ପରଦାରେ ନଜର ଆସିବ ଲୋକପ୍ରିୟ ଚରିତ୍ର ‘ହଲ୍କ’ର ଫିମେଲ ଭର୍ସନ


ଯଦି ଆପଣ ଇଂରାଜୀ ଚଳଚ୍ଚିତ୍ର, ବିଶେଷ କରି ମାର୍ଭେଲ ସିନେମାଟିକ୍ ୟୁନିଭର୍ସ ପାଇଁ ଟିକେ ଆଗ୍ରହୀ, ତେବେ ଆପଣ ‘ହଲ୍କ’ ଚରିତ୍ର ସହିତ ବେଶ ପରିଚିତ ଥିବେ । ଏବେ ଭାବନ୍ତୁ ଯେତେବେଳେ ଆପଣ ପରଦାରେ ‘ହଲ୍କ’ର ଫିମେଲ ଭର୍ଜନକୁ ଦେଖିବେ,ତାହା ବି ସମାନ ଭାବେ ଶକ୍ତିଶାଳୀ ଓ ଧୁରନ୍ଧର ଆପଣଙ୍କୁ କିଭଳି ଅନୁଭବ ହେବ | ହଁ, ହଲିଉଡରୁ ଏକ ଖବର ଅଛି ଯେ ଡିସ୍ନି ପ୍ଲସ୍ ହଲ୍କର ଏହି କଜନ ସିଷ୍ଟର ଉପରେ ଏକ ମେଗା ବଜେଟ୍ ସିରିଜ୍ ‘ସି-ହଲ୍କ’ ନିର୍ମାଣ କରିବା ପାଇଁ ଜଣେ ବଡ ତାରକାଙ୍କ ସହ ଚୁକ୍ତି କରିସାରିଛି |

ହଲିଉଡରୁ ଆସୁଥିବା ଖବର ଅନୁଯାୟୀ, ଡିସ୍ନି ପ୍ଲସ୍ ଏହି ନୂତନ ଧାରାବାହିକ ‘ସି-ହଲ୍କ’ କରିବାକୁ ପ୍ରସ୍ତୁତ ହେଉଛି, ଏହା ପ୍ରକୃତରେ ଜଣେ ଓକିଲ ଜେନିଫର୍ ୱାଲ୍ଟରଙ୍କ କାହାଣୀ। ସେ ବୈଜ୍ଞାନିକ ବ୍ରୁସ୍ ବ୍ୟାନରର ସମ୍ପର୍କୀୟ ଭଉଣୀ। ଆବଶ୍ୟକ ଥିବା ସମୟରେ ବ୍ରୁସ୍ ବ୍ୟାନରର ରକ୍ତ ତାଙ୍କ ଶରୀରରେ ଦିଆଯାଉଛି | ବାସ ଏହିଠାରୁ ସିରିଜର ପ୍ରକୃତ କାହାଣୀ ଆରମ୍ଭ |

ସୂଚନା ଅନୁଯାୟୀ, ଡିସ୍ନି ପ୍ଲସ୍ ର ଏହି ସିରିଜ୍ ମାର୍ଭେଲ ସିନେମାଟିକ୍ ୟୁନିଭର୍ସର ଏକ ନୂତନ ବିସ୍ତାର ହେବ ଏବଂ ଏଥିପାଇଁ କମ୍ପାନୀ ପ୍ରସିଦ୍ଧ ଅଭିନେତ୍ରୀ ଟାଟିଆନା ମସଲେନିଙ୍କ ସହ କଥାବାର୍ତ୍ତାର ଶେଷ ପର୍ଯ୍ୟାୟରେ ଅଛି | କେତେକ ରିପୋର୍ଟରେ କୁହାଯାଇଛି ଯେ ଏହି ଚୁକ୍ତି ଚୂଡାନ୍ତ ହୋଇଛି, କିଛି ଆଇନଗତ ଦିଗ ଏପର୍ଯ୍ୟନ୍ତ ରହିଛି, ଯେଉଁଥିପାଇଁ ଉଭୟ ଟାଟିଆନା ଏବଂ ଡିଜନି ପ୍ଲସ୍ ଏହାର ଆନୁଷ୍ଠାନିକ ଘୋଷଣାଠୁ ଦୁରେଇ ରହୁଛନ୍ତି।

‘ସି-ହଲ୍କ’ ବିଷୟରେ ଅଧିକ ସୂଚନା ମାର୍ଭେଲର ଉତ୍ସରୁ ଆସିଛି ଯେ ଏହି ଲେଡି ହଲ୍କ ତାର ଭାଇ ହଲ୍କ ପରି ରାଗିବା ପରେ ମଧ୍ୟ ନିଜ ଇମୋସନ ଉପରେ ନିୟନ୍ତ୍ରଣ ବଜାୟ ରଖେ। ଏହା ହଲ୍କ ପ୍ରଜାତିର ଏକ ବର୍ଦ୍ଧିତ ସଂସ୍କରଣ | ହଲ୍କର ରୂପ ନେବା ପରେ ମଧ୍ୟ ସେ ନିଜର ମାନସିକ ସନ୍ତୁଳନ ବଜାୟ ରଖନ୍ତି, ନିଜର ଜ୍ଞାନ କୌଶଳ ବ୍ୟବହାର କରିପାରନ୍ତି ।

Image :Famous people

ଟାଟିଆନା ମସଲେନି ବିବିସି ଆମେରିକାର ସିରିଜ୍ ଅର୍ଫାନ୍ ବ୍ଲାକରୁ ବହୁ ଖ୍ୟାତି ଅର୍ଜନ କରିଥିଲେ | ଏହି କାହାଣୀ ପାଇଁ ଟାଟିଆନା ଅନେକ ପ୍ରଶଂସା ସାଉଁଟିଥିଲେ, ଯାହା ୨୦୧୩ ରୁ ୨୦୧୭ ପର୍ଯ୍ୟନ୍ତ ପାଞ୍ଚଟି ସିଜନରେ ଚାଲିଥିଲା ​​|


Share It

Comments are closed.