ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଗୌହର ଖାନ୍‌


ଭିନେତ୍ରୀ ଗୌହର ଖାନ୍‌ଙ୍କ ବିବାହକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ଚଳିତ ନଭେମ୍ବର ମାସରେ ସେ ବିବାହ କରିବେ ବୋଲି ଗୁଜବ ଉଠିଥିଲା । ଏବେ କିନ୍ତୁ ଚର୍ଚ୍ଚା ହେଉଛି ଯେ ଗୌହର ନିଜ ବଏଫ୍ରେଣ୍ଡ ଜୈଦ୍‌ ଦରବାରଙ୍କୁ ଆସନ୍ତା ଡିସେମ୍ବରରେ ବିବାହ କରିବେ। ଆସନ୍ତା ମାସ ୨୪ ତାରିଖରେ ଜୈଦ୍‌ ଓ ଗୌହର ବିବାହ ଯୋଜନା କରୁଛନ୍ତି ।

ମୁମ୍ବାଇର ଏକ ହୋଟେଲରେ ବିବାହ ହେବ । ଉତ୍ସବ ଦୁଇ ଦିନ ଧରି ଚାଲିବ । କିଛି ଦିନ ତଳେ ଏହି ଲଭ୍‌ବାର୍ଡ ଛୁଟି ବିତାଇବାକୁ ଗୋଆ ଯାଇଥିଲେ । ବିବାହ ପୂର୍ବର ଫଟୋଶୁଟ୍‌ ପାଇଁ ଉଭୟ ସେଠାକୁ ଯାଇଥିବା କୁହାଯାଉଥିଲା । ତେବେ ଏପର୍ଯ୍ୟନ୍ତ ଗୌହର କିମ୍ବା ଜୈଦ୍‌ କେହି ବି ବିବାହକୁ ନେଇ ଔପଚାରିକ ଘୋଷଣା କରିନାହାନ୍ତି । ପାଠକେ ଜାଣିଥିବେ, ଜୈଦ୍‌ ଦରବାର ଲୋକପ୍ରିୟ ମ୍ୟୁଜିକ୍‌ କମ୍ପୋଜର୍‌ ଇସ୍ମାଇଲ ଦରବାରଙ୍କ ପୁଅ । ଗୌହର-ଜୈଦ୍‌ଙ୍କ ବିବାହରେ କୌଣସି ଆପତ୍ତି ନାହିଁ ବୋଲି ଇସ୍ମାଇଲ ଦରବାର ଏକ ସାକ୍ଷାତକାରରେ କହିଥିଲେ । ସେ କହିଥିଲେ, ଯଦି ଜୈଦ୍‌ ଓ ଗୌହର ବିବାହ କରିବେ, ତେବେ ସେ ନିଶ୍ଚୟ ଉଭୟଙ୍କୁ ଆଶୀର୍ବାଦ ଦେବେ । ବିଗ୍‌ ବସ୍‌କୁ ଯିବା ପୂର୍ବରୁ ଗୌହର ତାଙ୍କୁ ଭେଟିଥିଲେ ବୋଲି ଇସ୍ମାଇଲ କହିଥିଲେ ।

ସେ ପ୍ରାୟ ୪ ଘଣ୍ଟା ଧରି ତାଙ୍କ ସହ ବାର୍ତ୍ତାଳାପ କରିଥିଲେ । ଇସ୍ମାଇଲଙ୍କ କଥାରୁ ସ୍ପଷ୍ଟ ଜଣାପଡୁଛି ଯେ ଗୌହରଙ୍କୁ ବୋହୂ କରିବାରେ ତାଙ୍କର କୌଣସି ଆପତ୍ତି ନାହିଁ । ପୁଅ ଜୈଦ୍‌ଙ୍କ ପସନ୍ଦକୁ ନେଇ ସେ ବହୁତ ଖୁସି । ଗୌହର କିଛି ଦିନ ତଳେ ‘ବିଗ୍‌ ବସ୍‌-୧୪’ରେ ତୁଫାନି ସିନିୟର ଭାବେ ନଜର ଆସିଥିଲେ । ୨ ସପ୍ତାହ ବିଗ୍‌ ବସ୍‌ ଘରେ ରହିବା ପରେ ସେ ବଏଫ୍ରେଣ୍ଡ ଜୈଦ୍‌ଙ୍କୁ ଭେଟିଥିଲେ । ଉଭୟ ଗୋଆ ଯାତ୍ରା କରିଥିଲେ । ସେଠାରେ ଏକାଧିକ ଫଟୋସୁଟ୍‌ କରିଥିଲେ । ଜୈଦ୍‌ଙ୍କ ପୂର୍ବରୁ ଅଭିନେତା କୁଶାଲ ଟଣ୍ଡନଙ୍କ ସହ ଆଫେୟାରକୁ ନେଇ ଗୌହର ଚର୍ଚ୍ଚାରେ ଥିଲେ । ବିଗ୍‌ ବସ୍‌ରେ ଉଭୟଙ୍କ ପ୍ରେମ ଜୋର୍‌ଦାର ଚର୍ଚ୍ଚାରେ ଥିଲା । କିନ୍ତୁ ପରେ ବ୍ରେକ୍‌ଅପ୍‌ ହୋଇଗଲା ।


Share It

Comments are closed.