ଗୋଦରେଜ ଇଣ୍ଡଷ୍ଟ୍ରିଜ ପକ୍ଷରୁ ରସାୟନର ବ୍ୟବସାୟ ସମ୍ପ୍ରସାରଣ, ୭୫୦ କୋଟି ଟଙ୍କା ନିବେଶ କରାଯିବ

Share It

ଭୁବନେଶ୍ୱର: ଗୋଦରେଜ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ରସାୟନ ବ୍ୟବସାୟ ପକ୍ଷରୁ ସମ୍ପ୍ରସାରଣରେ ୭୫୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯିବ। ଆସନ୍ତା କିଛି ବର୍ଷ ମଧ୍ୟରେ ସେହି ନିବେଶ କରାଯିବ। ସେଥିରୁ କେତେକ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇସାରିଛି। କମ୍ପାନିକୁ ୨୦୩୦ ପୂର୍ବରୁ ୧ ବିଲିୟନ ଡଲାର ବ୍ୟବସାୟରେ ପରିଣତ କରିବା ଲାଗି ରହିଥିବା ଲକ୍ଷ୍ୟ ଅନୁସାରେ ଏହି ସମ୍ପ୍ରସାରଣ କରାଯାଉଛି।
କମ୍ପାନି ପକ୍ଷରୁ ଫ୍ୟାଟି ଆଲକୋହଲ ଓ ୟୁରିକ ଏସିଡ କ୍ଷମତାକୁ ଦ୍ୱିଗୁଣିତ କରି ଯଥାକ୍ରମେ ବାର୍ଷିକ ୩୫,୦୦୦ ଟନ ଓ ୨୦,୦୦୦ ଟନ କ୍ଷମତା ଯୋଗ କରାଯିବ। ବାର୍ଷିକ ଅତିରିକ୍ତ ୨୧,୦୦୦ ଟନ ସହ ସ୍ପେସିଲିଟି ଦକ୍ଷତା ତିନି ଗୁଣା ବଢ଼ିବ ଏବଂ ବାର୍ଷିକ ୨୪,୦୦୦ ଟନ କ୍ଷମତା ଯୋଡ଼ିହେବା ସହ ଗ୍ଲିସେରିନ କ୍ଷମତା ଦ୍ୱିଗୁଣିତ ହେବ। ବାର୍ଷିକ ୧୫୦୦ ଟନ କ୍ଷମତା ଯୋଡ଼ିହେବା ସହ ଫର୍ମେସନ କ୍ଷମତାରେ ତିନି ଗୁଣା ବୃଦ୍ଧି ଘଟିବ। ବାର୍ଷିକ ୩୦,୦୦୦ ଟନ ସମ୍ପ୍ରସାରଣ ସହ ପ୍ରାଇମେରି ସର୍ଫେକ୍ଟାଂଟ କ୍ଷମତାକୁ ବଢ଼ାଇବାକୁ କମ୍ପାନି ଯୋଜନା ରଖିଛି। କମ୍ପାନିର ସ୍ଥାୟୀ ପରିଚାଳନାକୁ ଦୃଷ୍ଟିରେ ରଖି ହାଇବ୍ରିଡ ଶକ୍ତି ଦକ୍ଷତାକୁ ବୃଦ୍ଧି କରାଯିବ।
ଗୋଦରେଜ ଇଣ୍ଡଷ୍ଟ୍ରିଜ (କେମିକାଲସ) ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶାଲ ଶର୍ମା କହିଛନ୍ତି ଯେ, “ନିରନ୍ତର ଭାବେ ବର୍ଷକ ପରେ ବର୍ଷ ପରିମାଣ ଓ ରାଜସ୍ୱରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରି ଗୋଦରେଜ କେମିକାଲସ ଏବେ ଚମତ୍କାର ସମୟରେ ରହିଛି। ସମସ୍ତ ବଜାର କ୍ଷେତ୍ରରେ ଆମ ଗାହକମାନଙ୍କୁ ଅଭିନବ ସମାଧାନ ପ୍ରଦାନ କରିବାର ସନ୍ଦାନରେ ଆମେ ରହିଥିବା ବେଳେ ଆମ ଆରଆଣ୍ଡଡି ଓ ବାଣିଜ୍ୟିକ ଟିମରେ ଉଲ୍ଲେଖନୀୟ ନିବେଶ ସ୍ଥାୟୀ ପରିଚାଳନା ଓ ସବୁଜ ଉତ୍ପାଦ ପ୍ରତି ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି। ୨୦୩୦ ପୂର୍ବରୁ ୧ ବିଲିୟନ ଡଲାରର ବିଶ୍ୱସ୍ତରୀୟ ବ୍ୟବସାୟରେ ପରିଣତ ହେବା ଲାଗି ଆମର ରହିଥିବା ଦୀର୍ଘକାଳୀନ ଆକାଂକ୍ଷା ସହିତ ଆମ ଦକ୍ଷତା ଯୋଡ଼ିହେବା ସମନ୍ୱିତ ରହିଛି। ଆମ ସମଗ୍ର ଟିମ ତରଫରୁ ଆମେ ଗ୍ରାହକ, ଯୋଗାଣକାରୀ ଓ ଅଂଶୀଦାରମାନଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛୁ ଯାହା ବର୍ଷ ପରେ ବର୍ଷ ଆମ ଦୃଢ଼ ପ୍ରଗତିକୁ ସକ୍ଷମ କରୁଛି।”
ଅଭିବୃଦ୍ଧି ରଣନୀତିରେ ଗ୍ରିନ କେମିଷ୍ଟ୍ରିକୁ କମ୍ପାନି ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଦେଖୁଛି। ଶକ୍ତି ମିତବ୍ୟୟୀ ପ୍ରକ୍ରିୟା, ସବୁଜ ଶକ୍ତି ଗ୍ରହଣୀୟତା ଓ ଶୂନ ବର୍ଜ୍ୟ ଲକ୍ଷ୍ୟ ଜରିଆରେ ପରିବେଶ ଫୁଟପ୍ରିଂଟ କମ କରାଯାଉଥିବା ବେଳେ ଏହା ସବୁଜ ନବସୃଜନକୁ ପ୍ରୋତ୍ସାହିତ କରୁଛି। ଏହି ଘୋଷଣା ସ୍ଥାୟିତ୍ୱ, ନବସୃଜନ ଏବଂ କ୍ଷେତ୍ର ଭିତିକ ସମାଧାନ ପ୍ରତି କମ୍ପାନିର ଦୃଢ଼ ଧ୍ୟାନକୁ ଆହୁରି ଦୃଢ଼ କରୁଛି।


Share It

Comments are closed.