ଗୋଦରେଜ୍ ପକ୍ଷରୁ ବ୍ୟବସାୟିକ କ୍ଷେତ୍ର ପାଇଁ ଏସି ବର୍ଗମାଳା ଉନ୍ମୋଚିତ
ଭୁବନେଶ୍ୱର: ଗୋଦରେଜ ଏଂଟରପ୍ରାଇଜେସ ଗ୍ରୁପର ଅଂଶ ଗୋଦରେଜ ଆଣ୍ଡ ବୋଏସର ଆପ୍ଲାଏନସେସ ବ୍ୟବସାୟ ପକ୍ଷରୁ ବୃହତ ଆବାସିକ ସ୍ଥଳ ଓ ବ୍ୟବସାୟିକ କୋଠାର ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ହାଲୁକା ଏସି ବର୍ଗମାଳାକୁ ଉନ୍ମୋଚନ କରାଯାଇଛି। କମ୍ପାନିର ବ୍ୟବସାୟିକ ଏସି ବର୍ଗମାଳାରେ ରହିଛି ୨ ଟନ ଓ ୩ ଟନ କ୍ଷମତା ବିଶିଷ୍ଟ ୱାନ-ୱେ କ୍ୟାସେଟ ଓ ଫୋର-ୱେ କ୍ୟାପସେଟ ଏସି, ୨ ଟନରୁ ୪ ଟନ ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ଟାୱାର ଏସି ଓ ୨.୫ ଟନ ଓ ୩ ଟନ କ୍ଷମତାର ଟର୍ବୋ କୁଲ ସ୍ପ୍ଲିଟ ଏସି ଯାହା ୩ ଟନ ଏସି ପାଇଁ ଏକ ବୃହତ ଇନଡୋର ୟୁନିଟ ରହିଛି।
କମ୍ପାନିର ସମସ୍ତ ବ୍ୟବସାୟିକ କ୍ଷେତ୍ର ପାଇଁ ପ୍ରସ୍ତୁତ ଏସି ବର୍ଗମାଳାର ଉତ୍ପଦ ଗୁଡ଼ିକରେ ଏଆଇର ଶକ୍ତି ରହିଛି ଯାହା ଘରର ତାପମାତ୍ରାକୁ ନଜରରେ ରଖି ଶୀତଳତା ପ୍ରଦାନ କରୁଥିବା ବେଳେ ଶକ୍ତି ଉପଯୋଗିତା ଓ ଶୀତଳତା ପ୍ରଦର୍ଶନରେ ଉନ୍ନତି ଆଣୁଛି। ଏଥିରେ ଏକ ଆପ ଜରିଆରେ ଏସିକୁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ପରିଚାଳନା କରିବା ପାଇଁ ସ୍ମାର୍ଟ ଆଇଓଟି, ସବୁଆଡ଼େ ଶୀତଳତା ପହଂଚାଇବା ପାଇଁ ୪-ୱେ ସ୍ୱିଙ୍ଗ, ଇନଭର୍ଟର ଓ ୫-ଇନ-୧ କନଟିବଲ ପ୍ରଯୁକ୍ତି ଭଳି ଅତ୍ୟାଧୁନିକ ସୁବିଧା ରହିଛି। ଏସିରେ ପରିବେଶ ମିତବ୍ୟୟୀ ଆର୩୨ ରେଫ୍ରିଜରାଂଟ ଏବଂ କମ୍ପ୍ରେସର ଉପରେ ପାଂଚ ବର୍ଷର ୱାରେଂଟି ରହିଛି।
ଗୋଦରେଜ ଏଂଟରପ୍ରାଇଜେସ ଗ୍ରୁପ୍ର ଆପ୍ଲାଏନ୍ସେସ୍ ବ୍ୟବସାୟର ଇଭିପି ଓ ବ୍ୟବସାୟ ମୁଖ୍ୟ କମଳ ନନ୍ଦୀ କହିଛନ୍ତି ଯେ, “ବର୍ଦ୍ଧିତ ଗରମ ଯୋଗୁଁ ବ୍ୟବସାୟିକ କ୍ଷେତ୍ରରେ ଏସି ଏବେ ଆବଶ୍ୟକତା ପାଲଟିଛି। ନୂଆ ଶୀତଳତା ଫର୍ମାଟ, ଦକ୍ଷତା ଓ ଏଆଇର ଶକ୍ତି ଥିବା ପ୍ରଯୁକ୍ତି ଆମର ନୂଆ ହାଲୁକା ବାଣିଜ୍ୟିକ ଏସି ପୋର୍ଟଫୋଲିଓ ଆମ ଗ୍ରାହକଙ୍କ ପାଇଁ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରିବ। ଆମର ବ୍ୟାପକ ଡୋମେଷ୍ଟିକ୍ ଏସି ପୋର୍ଟଫୋଲିଓ ସହିତ ବ୍ରାଣ୍ଡ ଗଠନ ଉଦ୍ୟମ, ନେଟୱର୍କ ସମ୍ପ୍ରସାରଣ, ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଉତ୍ସବ ଅଫର ଓ ଜିଏସଟି ହାରରେ ହେବାକୁ ଥିବା ଆଶାକୁ ନେଇ ଚଳିତ ବର୍ଷ ଉତ୍ସବ ଋତୁରେ ଗତବର୍ଷ ତୁଳନାରେ ମୋଟ ଏସି ବିକ୍ରିରେ ଆମେ ୪୦%ରୁ ଅଧିକ ବୃଦ୍ଧି ଆଶା କରୁଛୁ।”
ଗୋଦରେଜ୍ ଏଂଟରପ୍ରାଇଜେସ୍ ଗ୍ରୁପ୍ର ଉତ୍ପାଦ ଗ୍ରୁପ୍ ମୁଖ୍ୟ-ଏୟାର କଣ୍ଡିସନର ସବ୍ୟସାଚ୍ଚୀ ଗୁପ୍ତା କହିଛନ୍ତି ଯେ, “ଶିଳ୍ପରେ ବ୍ୟବସାୟିକ ଏସି ବର୍ଗ ୧୪-୧୫% ହାରରେ ଆଗକୁ ବଢ଼ୁଛି। ଆମର ନୂଆ ହାଲୁକା କମର୍ସିଆଲ୍ ଏସି ଅତ୍ୟାଧୁନିକ ପ୍ରଯୁକ୍ତି ସହ ବୃହତ ଦକ୍ଷତା ବଡ଼ ସ୍ଥାନର ଆବଶ୍ୟକତା ପୂରଣ କରିବ। ଡୋମେଷ୍ଟିକ ଏସି ଓ ହାଲୁକା କମର୍ସିଆଲ ଏସି ଭିତରେ ରହିଥିବା ଅନ୍ତର ଦ୍ରୁତ ଗତିରେ ଦୂର ହେବାର ଲାଗିଥିବା ବେଳେ ପ୍ରିମିୟମ୍ ଗ୍ରାହକମାନେ କାର୍ଯ୍ୟକ୍ଷେତ୍ର ବାହାରେ କ୍ୟାସେଟ୍ ଓ ଟାୱାର ଏସିକୁ ଘରେ ବ୍ୟବହାର କରୁଛନ୍ତି। ବୃହତ ଶୀତଳତା ଦକ୍ଷତା ଥିବା ଏସି ପ୍ରିମିୟମ ଗ୍ରାହକଙ୍କ ମଧ୍ୟରେ ଗ୍ରହଣୀୟତା ବଢ଼ିବାରେ ଲାଗିଥିବା ବେଳେ ଉଭୟ ବାସ ସ୍ଥାନ ଓ ବାଣିଜ୍ୟିକ ସ୍ଥଳରେ ଭଲ ଭାବେ କାମ କରୁଛି। ଯେଉଁମାନେ ଫ୍ଲିଟ୍ ଏସି ଫର୍ମାଟକୁ ପସନ୍ଦ କରୁଛନ୍ତି ସେମାନଙ୍କ ପାଇଁ ଶକ୍ତିଶାଳୀ ପବନ ପ୍ରବାହ ପାଇଁ ୧୨୬ ସେମି ଚଉଡ଼ା ସହିତ ନୂଆ ଟର୍ବୋ କୁଲ୍ ୩ ଟନ୍ ମଡେଲ୍ ରହିଛି। ସବୁ କିଛିକୁ ମିଶାଇ ଆମ ଗ୍ରାହକମାନଙ୍କୁ ଶ୍ରେଷ୍ଠ ମାନର ଏସି ବର୍ଗମାଳା ପ୍ରଦାନ କରିବା ଏବଂ ଶିଳ୍ପର ଶ୍ରେଷ୍ଠ ଅଭିବୃଦ୍ଧି ସ୍ତର ବଜାୟ ରଖିବାକୁ ଆମେ ପ୍ରତିବଦ୍ଧ ରହିଛୁ।”
ଆମ ହାଲୁକା କମର୍ସିଆଲ୍ ଏସିର ମୂଲ୍ୟ ୭୦,୦୦୦ ଟଙ୍କାରୁ ଆରମ୍ଭ ହୋଇଛି ଓ ତାହା ସାରା ଦେଶର ସ୍ୱୀକୃତିପ୍ରାପ୍ତ ଷ୍ଟୋର୍ ଓ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହୋଇଛି।
Comments are closed.