ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସ ଲିମିଟେଡ ପକ୍ଷରୁ ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ ସମସ୍ୟାର ସମାଧାନ ଲାଗି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗକୁ ବୈଷୟିକ ସହାୟତା ପ୍ରଦାନ କରାଯିବ


ଭୁବନେଶ୍ୱର: ମହାରାଷ୍ଟ୍ରରେ ମ୍ୟାଲେରିଆ, ଡେଙ୍ଗୁ ଓ ଚିକନଗୁନିଆ ସମସ୍ୟାର ସମାଧାନ ଲାଗି ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଜିସିପିଏଲ) ପକ୍ଷରୁ ସେଂଟର ଫର ହେଲଥ ରିସର୍ଚ ଆଣ୍ଡ ଇନୋଭେସନ (ସିଏଚଆରଆଇ-ପିଏଟିଏଚ) ଓ ଫ୍ୟାମିଲି ହେଲଥ ଇଣ୍ଡିଆ ସହ ମିଶି ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି ।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ତିନି ରାଜ୍ୟ ସ୍ତରୀୟ ବିଶେଷଜ୍ଞ ଓ ୨୪ ଜିଲ୍ଲା ସ୍ତରୀୟ ମାନବ ସମ୍ବଳ ମୂତୟନ କରାଯିବ । ସେମାନେ ସରକାରଙ୍କ ସହ ପ୍ରତ୍ୟକ୍ଷ ଭାବେ କାମ କରି ମାମଲାଗୁଡ଼ିକୁ ସାମ୍ନାକୁ ଆଣିବେ ଏବଂ ରୋଗର କ୍ଲିନିକାଲ ପରିଚାଳନାରେ ଉନ୍ନତି ଆଣିବେ ।
ଏହି ଅବସରରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସରନିକର କହିଛନ୍ତି ଯେ, ‘‘ଗଡ଼ଚରୋଲି, ଚନ୍ଦ୍ରପୁର ଓ ଥାନେ-ପାଲଘର ଭଳି ଜିଲ୍ଲାରେ ମାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗ ବଡ଼ ସମସ୍ୟା । ଡେଙ୍ଗୁ ଭାରିଆଂଟ ଘାତକ ହୋଇଥିବାରୁ ଆମକୁ ଆବଶ୍ୟକ ପ୍ରଯୁକ୍ତି ଓ ପ୍ରତିଷେଧକ ପଦ୍ଧତିରେ ନିବେଶ କରିବାକୁ ପଡ଼ିବ । ଆମକୁ କୋଭିଡ-୧୯ରୁ ଶିଖିବାକୁ ହେବ ଏବଂ ଭେକ୍ଟର ବାହିତ ରୋଗ ବ୍ୟାପିଲେ ତାହାର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପଡ଼ିବ । ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସ, ସିଏଚଆରଆଇ-ପିଏଟିଏଚ,ଏଫଏଚଆଇ ଟିମ ସହ ସହଯୋଗିତା ସ୍ଥାପନ କରି ଆମେ ଆନନ୍ଦିତ ।’’
ଗୋଦରେଜ ଇଣ୍ଡଷ୍ଟ୍ରିଜର ସିଏସଆର ଓ ସଷ୍ଟେନେବିଲିଟି ମୁଖ୍ୟ ଗାୟତ୍ରୀ ଦିବେଚା କହିଛନ୍ତି ଯେ, ‘୨୦୧୬ ପରଠାରୁ ଆମେ ମାଲେରିଆ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗର ମୁକାବିଲାରେ ନିବେଶ କରୁଛୁ ଏବଂ ଆମେ ଅତ୍ୟଧିକ ବିପଦ ଆଶଙ୍କା ଥିବା ୩୦ ନିୟୁତରୁ ଅଧିକ ଲୋକଙ୍କ ପାଖରେ ପହଂଚିପାରିଛୁ । ଉତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଆମର ସମାନ ଧରଣର ନିବେଶ ଯୋଗୁଁ ସେହି ରାଜ୍ୟଗୁଡ଼ିକ ବର୍ଗ ୧ ସୂଚୀରୁ ବାହାରି ପାରିଛନ୍ତି । ଆମକୁ ମିଳିଥିବା ସବୁଠୁ ବଡ଼ ଶିକ୍ଷା ହେଉଛି ଜନସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ପରସ୍ପର ସହ ଜଡ଼ିତ, ଗଭୀର ଏବଂ ସେଥିପାଇଁ ବଡ଼ ଧରଣର ପରିବର୍ତନ ଓ ନବସୃଜନ ଆବଶ୍ୟକ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଲୋକମାନଙ୍କ ସହଯୋଗିତା ଏହି ସଫଳତାକୁ ଦୋହରାଇବା ଲାଗି ଗୁରୁତ୍ୱପୂର୍ଣ୍ଣ । ୨୦୩୦ ସୁଦ୍ଧା ଭାରତକୁ ମାଲେରିଆ ମୁକ୍ତ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ହୋଇଥିବା ବେଳେ ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ମନୋଭାବ ଓ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ପାଇଁ ଆମେ ମହାରାଷ୍ଟ୍ର ସରକାରଙ୍କ ନିକଟରେ କୃତଜ୍ଞ ।’’
ସଂକ୍ରାମକ ରୋଗର ନିର୍ଦ୍ଦେଶକ ଡକ୍ଟର ସତ୍ୟବ୍ରତ ରାଉତରାୟ କହିଛନ୍ତି ଯେ ଜାତୀୟ ସ୍ତରୀୟ ଓ ଜନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ବିଭିନ୍ନ ରାଜ୍ୟ ସରକାରଙ୍କୁ ସିଏଚଆରଆଇ ଓ ପିଏଟିଏଚ ସାହାଯ୍ୟ କରୁଛନ୍ତି । ଏହି ପ୍ରକଳ୍ପରେ ଜିସିପିଏଲର ପାଣ୍ଠି ସହଯୋଗରେ ସିଏଚଆରଆଇ ବୈଷୟିକ ସହାୟତା ୟୁନିଟ ସ୍ଥାପନ କରି ଭେକ୍ଟର ବାହିତ ରୋଗ ସମସ୍ୟାର ସମାଧାନ ଓ ନିୟନ୍ତ୍ରଣ ଲାଗି ବୈଷୟିକ ସହାୟତା ପ୍ରଦାନ କରିବ । ଜଳବାୟୁ ପରିବର୍ତନ, ଦ୍ରୁତ ସହରୀକରଣ, ବର୍ଜ୍ୟ ପରିଚାଳନା ଆହ୍ୱାନ ପାଇଁ ଭେକ୍ଟର ବାହିତ ରୋଗ ବଢ଼ୁଛି ଯାହାର ମୁକାବିଲା ଲାଗି ସମନ୍ୱିତ ଉଦ୍ୟମ ଲୋଡ଼ା । ଏହା ରାଜ୍ୟର ପ୍ରଗତିକୁ ବଢ଼ାଇବା ସହ ଦେଶକୁ ଡେଙ୍ଗୁ-ଚିକନଗୁନିଆ ନିୟନ୍ତ୍ରଣ ଓ ମାଲେରିଆ ମୁକ୍ତ କରିବାରେ ସହାୟକ ହେବ ।’’


Share It

Comments are closed.