ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ପକ୍ଷରୁ ଭାରତର ପ୍ରଥମ ସ୍ୱଦେଶୀ ଗୁଡ୍‌ନାଇଟ୍ ଲିକ୍ୱିଡି ଭାପୋରାଇଜରର ଶୁଭାରମ୍ଭ


ଭୁବନେଶ୍ୱର: ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିପିସିଏଲ୍‌)ର ମଶା ଜନିତ ରୋଗ ବିରୋଧ ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି । ଜିପିସିଏଲ୍‌ର ବୈଜ୍ଞାନିକମାନେ ଏହାର ସହଯୋଗୀଙ୍କ ସହ ମିଶି ଭାରତର ପ୍ରଥମ ସ୍ୱଦେଶୀ ଭାବେ ବିକଶିତ ଓ ପେଟେଂଟ୍ ହାସଲ ହୋଇଥିବା ଅଣୁ “ରେନୋଫ୍ଲୁଥରିନ୍‌” ବିକାଶ କରିଛନ୍ତି ଯାହା ମଶା ନିୟନ୍ତ୍ରଣ ପାଇଁ ସବୁଠୁ ପ୍ରଭାବଶାଳୀ ତରଳ ଭାପୋରାଇଜର୍ ପ୍ରସ୍ତୁତ କରିବାରେ ସହାୟକ ହୋଇଛି ।
ଭାରତରେ ବର୍ତମାନ ଉପଲବ୍ଧ ଥିବା ଲିକ୍ୱିଡ ଭାପୋରାଇଜର ତୁଳନାରେ ରେନୋଫ୍ଲୁଥରିନ୍‌ରେ ପ୍ରସ୍ତୁତ ମିଶ୍ରଣ ମଶାଙ୍କ ବିରୋଧରେ ଦୁଇ ଗୁଣା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ସେଂଟ୍ରାଲ ଇନସେକ୍ଟିସାଇଡ୍ ବୋର୍ଡ ଆଣ୍ଡ ରେଜିଷ୍ଟ୍ରେସନ କମିଟି (ସିଆଇବି ଆଣ୍ଡଆରସି) ଦ୍ୱାରା କଠୋର ପରୀକ୍ଷା ଓ ଅନୁମୋଦନ ଏହାର ପ୍ରଭାବ ଏବଂ ସୁରକ୍ଷାକୁ ଦର୍ଶାଉଛି । ଜିସିପିଏଲ୍ ପକ୍ଷରୁ ଏହାର ନୂଆ ଗୁଡ୍‌ନାଇଟ୍ ଫ୍ଲାସ୍ ଲିକ୍ୱିଡ୍ ଭାପୋରାଇଜର୍‌ରେ ରେନୋଫ୍ଲୁଥରିନ୍ ମିଶ୍ରଣକୁ ବ୍ୟବହାର କରିଛି ।
ପ୍ରତି ଦର୍ଶ ବର୍ଷରେ ଥରେ ଲେଖାଏଁ ନୂଆ ଅଣୁର ମିଶ୍ରଣ ଦରକାର ହେଉଥିବା ବେଳେ ଶେଷ ମିଶ୍ରଣ ୧୫ ବର୍ଷ ପୂର୍ବେ ଆସିଥିଲା । ସେଥିପାଇଁ ଲୋକମାନେ ବେଆଇନ ଓ ଅସୁରକ୍ଷିତ ମଶା ଘଉଡାଇବା ଧୂପକାଠି ଆଡ଼କୁ ଢଳିଥିଲେ । ସର୍ବଦା ପ୍ରଭାବଶାଳୀ ଓ ସୁରକ୍ଷିତ ମିଶ୍ରଣ ପ୍ରସ୍ତୁତ କରିବାରେ ଜିସିପିଏଲ୍ ଅଗ୍ରଦୂତ ରହିଛି । ତେଣୁ ରେନୋଫ୍ଲୁଥରିନ ବିକାଶ ପାଇଁ ଗବେଷଣା ଓ ବିକାଶରେ ଜିସିପିଏଲ୍ ୧୦ ବର୍ଷର ଅଧିକ ସମୟ ନିବେଶ କରିଛି । ମଧ୍ୟବର୍ତୀକାଳୀନ ଭିତିରେ ଏହାର ସ୍ୱତନ୍ତ୍ର ବ୍ୟବହାର ଅଧିକାର ଜିସିପିଏଲ୍ ହାସଲ କରିଛି ।
ଗୋଦରେଜ କଞ୍ଜୁମର୍ ପ୍ରଡକ୍ଟସ ଲିମିଟେଡ୍ (ଜିସିପିଏଲ୍‌)ର ଏମ୍‌ଡି ଓ ସିଇଓ ସୁଧୀର ସୀତାପତି କହିଛନ୍ତି ଯେ, “୧୨୭ ବର୍ଷର ଉଦ୍ଭାବନର ପରମ୍ପରା ସହିତ ଗୋଦରେଜ୍ ଭାରତରେ ଅନେକ ଘରୋଇ ଉଦ୍ଭାବନ ଆରମ୍ଭ କରିଛି । ଉଲ୍ଲେଖଯୋଗ୍ୟ, ବିଭିନ୍ନ ମାଧ୍ୟମରୁରୁ ଭାରତରେ ଅଣପଞ୍ଜୀକୃତ ଓ ବେଆଇନ ଚାଇନିଜ୍ ଅଣୁ ଥିବା ଧୂପକାଠି ଭଳି ମଶା ନିରୋଧକ ପଦାର୍ଥର ବ୍ୟାପକ ବ୍ୟବହାର ଦେଖିବାକୁ ମିଳିଥିଲା । ରେନୋଫ୍ଲୁଥ୍ରରିନ୍ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ବିକଶିତ ମଶା ପ୍ରତିରୋଧକ, ଯାହା ଲୋକଙ୍କୁ ବେଆଇନ ଥିବା ଉତ୍ପାଦ ବ୍ୟବହାର କରିବାରୁ ନିବୃତ କରିବ । ଏହି ଉଦ୍ଭାବନ ଭାରତକୁ ଆତ୍ମନିର୍ଭରଶୀଳ କରିଛି ଏବଂ ବର୍ତମାନ ଆମକୁ ଅନ୍ତର୍ଜାତୀୟ ବଜାରରୁ ଅଣୁ ଆମଦାନି କରିବାକୁ ପଡିବ ନାହିଁ । ଆନୋଫିଲିସ୍‌, ଏଡିସ୍ ଓ କୁଲେକ୍ସ ଭଳି ମଶା ପ୍ରଜାତି ବିରୋଧରେ ରେନୋଫ୍ଲୁଥରିନ ପ୍ରଭାବଶାଳୀ ।”
ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ (ଆଇଏପି)ର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ ବିକାଶମୂଳକ ଶିଶୁ ରୋଗ ବିଶେଷଜ୍ଞ ଡ. ସମୀର ଦଲୱାଇ କହିଛନ୍ତି, “ମ୍ୟାଲେରିଆ ଓ ଡେଙ୍ଗୁ ରୋଗ ଭଳି ମଶାବାହିତ ରୋଗ କେବଳ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ ନାହିଁ ବରଂ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ବୋଝ ମଧ୍ୟ ସୃଷ୍ଟି କରିଥାଏ । ତେଣୁ ମଶାଙ୍କ ଠାରୁ ଅତ୍ୟନ୍ତ ପ୍ରଭାବଶାଳୀ ସୁରକ୍ଷା ମିଳିବା ଜରୁରୀ । ଏହି ରୋଗଗୁଡ଼ିକର ମୁକାବିଲା ପାଇଁ ସମାଧାନ ନିର୍ଦ୍ଧାରଣ କରିବା ସମୟରେ, ମୁଁ ଫଳପ୍ରଦତା, ନିରାପତା ଏବଂ ଦୀର୍ଘକାଳୀନ ବିଶ୍ୱସନୀୟତାକୁ ପ୍ରାଥମିକତା ଦେଉଛି । ରେନୋଫ୍ଲୁଥ୍ରରିନ ଭଳି ନୂତନ ମିଶ୍ରଣର ପ୍ରଚଳନ ମଶାବାହିତ ରୋଗକୁ ରୋକିବାରେ ସହାୟକ ହେବ । ମ୍ୟାଲେରିଆ ଏବଂ ଡେଙ୍ଗୁ ପାଇଁ ଦାୟୀ ସାଧାରଣ ମଶା ପ୍ରଜାତିକୁ ଟାର୍ଗେଟ କରି ରେନୋଫ୍ଲୁଥ୍ରରିନ ବ୍ୟାପକ ଫଳପ୍ରଦତା ପ୍ରଦାନ କରିଥାଏ । ଏହାର ତତ୍କାଳ ପ୍ରଭାବ ଏବଂ ଅବଶିଷ୍ଟ ସୁରକ୍ଷା ଏହାକୁ ମଶାଙ୍କ ସଂଖ୍ୟା ହ୍ରାସ କରିବାରେ ଏକ ଶକ୍ତିଶାଳୀ ଉପକରଣ ଏବଂ ଫଳସ୍ୱରୂପ, ଏହି ରୋଗଗୁଡ଼ିକର ସଂକ୍ରମଣକୁ ହ୍ରାସ କରିଥାଏ ।”


Share It

Comments are closed.