ଗୋଦରେଜ ଆପ୍ଲାଏନସେସ ପକ୍ଷରୁ ଭିତିଭୂମି ସମ୍ପ୍ରସାରଣ ସହ ଗବେଷଣା ଓ ବିକାଶ କ୍ଷମତାର ସୁଦୃଢ଼ୀକରଣ


ଭୁବନେଶ୍ୱର: ଗୋଦରେଜ ଆପ୍ଲାଏନସେସ ପକ୍ଷରୁ ପୁଣେର ପିରାଙ୍ଗୁଟଠାରେ ଗବେଷଣା ଓ ବିକାଶ କେନ୍ଦ୍ର ସମ୍ପ୍ରସାରଣ କରାଯାଇଛି । ଗବେଷଣା ଓ ବିକାଶ କେନ୍ଦ୍ର ଆନେକ୍ସକୁ ଗୋଦରେଜ ଆଣ୍ଡ ବଏସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଜମଶିଦ ଏନ୍ ଗୋଦରେଜ ଉଦଘାଟନ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନର ବିକାଶ ଏବଂ ପରୀକ୍ଷଣ କ୍ଷମତାକୁ ଦୁଇଗୁଣରୁ ଅଧିକ କରିବା, ଯାହା ଦ୍ୱାରା ଅଭିନବତା, ଗୁଣବତ୍ତା ଏବଂ ବୈଷୟିକ ଉନ୍ନତି ପାଇଁ କମ୍ପାନିର ପ୍ରତିବଦ୍ଧତାକୁ ଦୃଢ଼ କରାଯାଇପାରିବ ।
୪୩,୦୦୦ ବର୍ଗଫୁଟର ଅତିରିକ୍ତ ନୂତନ କ୍ଷେତ୍ର ସହିତ ସମ୍ପ୍ରସାରିତ ଗବେଷଣା ଓ ବିକାଶ କେନ୍ଦ୍ର ବ୍ରାଣ୍ଡକୁ ଏହାର ଗବେଷଣା ଏବଂ ମାନବ ସମ୍ବଳ ଶକ୍ତିକୁ ଦ୍ୱିଗୁଣିତ କରିବାରେ ସକ୍ଷମ କରିବ । ଏନଏବିଏଲ୍ ମାନ୍ୟତାପ୍ରାପ୍ତ ଲ୍ୟାବ ଏବଂ ଉନ୍ନତ ଅତ୍ୟାଧୁନିକ ଭିତ୍ତିଭୂମି ଏକ ଅଧିକ ଦକ୍ଷ ଏବଂ ଦୃଢ଼ ଉତ୍ପାଦ ବିକାଶ ପ୍ରକ୍ରିୟାକୁ ସକ୍ଷମ କରୁଛି । କୋଠା ମଧ୍ୟ ସ୍ଥାୟୀ ଭାବରେ ଡିଜାଇନ୍ କରାଯାଇଛି । ଏହାର ପରିସରରେ ପ୍ରାକୃତିକ ଆଲୋକର ସର୍ବାଧିକ ବ୍ୟବହାର କରାଯାଇଛି ଯାହା ବିଦ୍ୟୁତ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ସହଯୋଗିତାକୁ ପ୍ରୋତ୍ସାହିତ କରିବା ଏବଂ ଜ୍ଞାନ ଆଦାନ ପ୍ରଦାନକୁ ସକ୍ଷମ କରିବା ପାଇଁ କାର୍ଯ୍ୟାଳୟ ସ୍ଥାନ ଡିଜାଇନ କରାଯାଇଛି ।
ଗୋଦରେଜ୍ ଆପ୍ଲାଏନ୍ସର ବିଜନେସ୍ ହେଡ୍ ତଥା କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କମଲ ନନ୍ଦୀ କହିଛନ୍ତି ଯେ, ‘ଗୋଦରେଜ ଆପ୍ଲାଏନ୍ସରେ ଆମେ ସ୍ୱୀକାର କରୁଛୁ ଯେ ଉତ୍ପାଦ ବିକାଶ ଆମ ବ୍ରାଣ୍ଡର ମେରୁଦଣ୍ଡ । ତେଣୁ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଗବେଷଣା ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛୁ । ଏହା ଆମର ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ବିଶ୍ୱାସ କରୁଛୁ । ଏହି ବିଶ୍ୱାସ ପ୍ରତି ଆମର ପ୍ରତିବଦ୍ଧତା ଆମର ଗବେଷଣା ଓ ବିକାଶ ସୁବିଧାର ସମ୍ପ୍ରସାରଣରେ ପ୍ରତିଫଳିତ ହୋଇଛି ।’’
ଏହି ବର୍ଦ୍ଧିତ ଗବେଷଣା ଏବଂ ବିକାଶ ବ୍ୟବସ୍ଥା ପିରାଙ୍ଗୁଟରେ ଆମର ସମୁଦାୟ ଗବେଷଣା ଏବଂ ବିକାଶ ନିବେଶ ଖର୍ଚ୍ଚକୁ ପାଖାପାଖି ୧୦୦ କୋଟି ଟଙ୍କାକୁ ବଢ଼ାଇଛି । ଏହା ଆମ ଗ୍ରାହକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରୁଥିବା ଶୀର୍ଷ ସ୍ତରୀୟ ଉତ୍ପାଦ ପ୍ରଦାନ କରିବାକୁ ଆମର ସମର୍ପଣକୁ ସୂଚାଉଛି । ଏହି ସମ୍ପ୍ରସାରଣ ସହିତ ଆମେ ଆମର ଉତ୍ପାଦ ବିକାଶ ସମୟସୀମାକୁ ତ୍ୱରାନ୍ୱିତ କରିବା ଏବଂ ଆଗାମୀ ଦିନରେ ବଜାରକୁ ଅଧିକ ଉନ୍ନତ ଉପକରଣ ଆଣିବାକୁ ପ୍ରସ୍ତୁତ ରହିଛୁ ।


Share It

Comments are closed.