ରକ୍ତ ବାନ୍ତି କଲେ ପାରିକର, ହସ୍ପିଟାଲରେ ଚାଲିଛି ଚିକିତ୍ସା


ଗୋଆର ମୁଖ୍ୟମନ୍ତ୍ରୀ ‘ମନୋହର ପାରିକର’ ଗତ କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଦୀର୍ଘ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ । ତେବେ ମିଳିଥିବା ସୂଚନା ମୁତାବକ ‘ପାରିକର’ଙ୍କର ହଠାତ ରକ୍ତ ବାନ୍ତି ହୋଇଥିଲା, ଯାହା ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇ ଦିଆଯାଇଥିଲା ।
ଏହି ସଂପର୍କରେ ଗୋଆ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ, “ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି କିନ୍ତୁ ବର୍ତ୍ତମାନ ଆଉ କୌଣସି ଛାତି ସଂକ୍ରମଣ ନାହିଁ ।”
ପାରିକରଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି ଯେ, “ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥାରେ ବର୍ତ୍ତମାନ ସୁଧାର ଆସିଛି ଏବଂ ତାଙ୍କ ଠାରେ ଆଉ କୌଣସି ଛାତି ସଂକ୍ରମଣ ନାହିଁ ।” ଏହି ଅବସରରେ ଗୋଆର ସ୍ୱାସ୍ଥ୍ୟ ମନ୍ତ୍ରୀ “ବିଶ୍ୱଜିତ ରାଣେ” କହିଛନ୍ତ ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି । ଏବଂ ତାଙ୍କୁ ତରନ୍ତ ଡିସ ଚାର୍ଜ କରାଇଦିଆଯିବ ବୋଲି ବିଶ୍ୱଜିତ ସୂଚନା ଦେଇଛନ୍ତି । ପାରିକର ମଙ୍ଗଳବାର ସନ୍ଧ୍ୟା କିମ୍ବା ବୁଧବାର ସକାଳୁ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ।


Share It

Comments are closed.