ଜିଏନଜି ଇଲେକ୍ଟୋନିକ୍ସ ଲିମିଟେଡର ଇନିସିଆଲ୍ ପବ୍ଲିକ୍ ଅପରିଂ ୨୦୨୫ ଜୁଲାଇ ୨୩, ବୁଧବାର ଖୋଲିବ
ଭୁବନେଶ୍ୱର: ଜିଏନଜି ଇଲେକ୍ଟ୍ରୋନିକ୍ସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଜୁଲାଇ ୨୩ ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ବିଡ୍ ଖୋଲିବାର ଗୋଟିଏ ଦିନ ପୂର୍ବରୁ ୨୦୨୫ ଜୁଲାଇ ୨୨, ମଙ୍ଗଳବାର ବିଡ୍ ଦାଖଲ କରିପାରିବେ। ଏହି ବିଡ୍ ୨୦୨୫ ଜୁଲାଇ ୨୫, ଶୁକ୍ରବାର ବନ୍ଦ ହେବ।
ଏହି ଅଫରରେ ୨୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍ରେ ଅଂଶଧନକାରୀମାନେ ୨,୫୫୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ। ଏହି ଇସ୍ୟୁରେ ଇକ୍ୱିଟି ସେୟାର ପିଛା ଦାମ୍ ୨୨୫ ଟଙ୍କାରୁ ୨୩୭ ଟଙ୍କା ମଧ୍ୟରେ ରହିବ। ନିବେଶକମାନେ ସର୍ବନିମ୍ନ ୬୩ଟି ଇକ୍ୱିଟି ସେୟାରର ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୬୩ଟି ଲେଖାଏଁ ସେୟାର ଯୋଡ଼ିପାରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ଓ ଏହାର କଂଚାମାଲ ସହାୟକ ସଂସ୍ଥା ଇଲେକ୍ଟ୍ରୋନିକ୍ସ ବଜାର ଏଫଜେଡସି ହାସଲ କରିଥିବା ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ । ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ । ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ ଆଡଭାଇଜର୍ସ ଲିମିଟେଡ, ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ ଓ ଜେଏମ ଫାଇନାନ୍ସିଆଲ ଲିମିଟେଡ।
Comments are closed.