ଆଜି ପଡିଆରେ ଆମନାସାମନି ହେବେ ଗେଲ ଏବଂ ଯୁବରାଜ


ଆଜି ଗ୍ଲୋବାଲ ଟି-୨୦ କାନାଡା ୨୦୧୯ର ଶୁଭାରମ୍ଭ ହେବାକୁ ଯାଉଛି । ଏହି ଟି-୨୦ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଟୋରେଣ୍ଟୋ ନ୍ୟାସନାଲ ଏବଂ ଭ୍ୟାନକୁଅର ନାଇଟ୍ସ ମଧ୍ୟରେ ଖେଳାଯିବାକୁ ଅଛି । ଭ୍ୟାନକୁଅର ନାଇଟ୍ସ ତରଫରୁ କ୍ରିସ ଗେଲ ଏବଂ ଟୋରେଣ୍ଟୋ ନ୍ୟାସନାଲ ପକ୍ଷରୁ ଆଜି ଯୁବରାଜ ସିଂହ ମଇଦାନକୁ ଓହ୍ଲାଇବେ । ବିଶ୍ୱ କ୍ରିକେଟର ଏହି ଦୁଇ ଘାତକ ବ୍ୟାଟ୍ସମାନ ପରସ୍ପର ସହ ଆମନାସାମନୀ ହେବାକୁ ଥିବାବେଳେ ଟୋରେଣ୍ଟୋ ନ୍ୟାସନାଲ ଟିମରେ ବ୍ରେଣ୍ଡନ ମ୍ୟାକୁଲମ, କିରନ ପୋଲାର୍ଡ ଏବଂ ମିସେଲ ମ୍ୟାକ୍ଲିନେଗନ ଭଳି ଅନେକ ଅଭିଜ୍ଞ ଖେଳାଳୀ ଅଛନ୍ତି ।
ସେହିଭଳି ଭ୍ୟାନକୁଅର ନାଇଟ୍ସ ଟିମରେ ସୋଏବ ମଲ୍ଲିକ, ଆଣ୍ଡ୍ରି ରସେଲ ଏବଂ ଟିମ ସାଉଦୀ ଭଳି ଅନେକ ଖେଳାଳୀ ଖେଳୁଛନ୍ତି । ମ୍ୟାଚଟି ଭାରତୀୟ ସମୟ ଅନୁଯାୟୀ ୧୦ଟା ବେଳେ ଆରମ୍ଭ ହେବ । ନିକଟ କିଛି ଦିନ ତଳେ ଯୁବରାଜ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଇଯାଇଥିବାବେଳେ ପୁଣି ଥରେ ପ୍ରଶଂସକମାନେ ତାଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ କ୍ରିକେଟ ଖେଳୁଥିବାର ଦେଖିବାକୁ ପାଇବେ ।
ଟୋରେଣ୍ଟୋ ନ୍ୟାସନାଲ : ଯୁବରାଜ ସିଂହ (ଅଧିନାୟକ), ବ୍ରେଣ୍ଡମ ମ୍ୟାକୁଲମ, ହେନେରିକ କ୍ଲାସେନ, କଲମ ମ୍ୟାକଲିଓଡ, ଚିରୋଗ ସୁରୀ, ଗୁଲାମ ଶାବର, ମାର୍କ ମଣ୍ଟଫୋର୍ଟ, କ୍ରିସ ଗ୍ରୀନ, ମିସେଲ ମ୍ୟାକ୍ଲିନେଗନ, ଜେରିମି ଗୋର୍ଡନ, ଜଶଦୀପ ସିଂହ ।
ଭ୍ୟାନକୁଅର ନାଇଟ୍ସ : କ୍ରିସ ଗେଲ (ଅଧିନାୟକ), ରେସି ୱାନ ଡର ଡସନ, ସୋଏବ ମଲ୍ଲିକ, ଚାଡୱିକ ୱାଲଟନ, ସାଦ ବେନ ଜାଫର, ରିଜୱାନ ଚୀମା, ଜେଜେ ସ୍ମିଥ, ମାଇକେଲ ରିପନ, ଟିମ ସାଉଦୀ, ଏଣ୍ଡି ଫେହୁଲକିୟୁଓ ।


Share It

Comments are closed.